ପୂଜା ଫ୍ୟାଶନ

ପୂଜା ଅବସରରେ ମହିଳାମାନେ ହଳଦିଆ, ଲାଲ ରଙ୍ଗର ହାଲ୍‌କା ଓ ମୁଲାୟମ କୋଟା ଡୋରିୟା ଶାଢି ପିନ୍ଧିପାରିବେ। ଏହାବାଦ କେପ୍‌ କିମ୍ବା ଫ୍ରଣ୍ଟ ସ୍ଲିଟ୍‌ କୁର୍ତ୍ତି ବି ପିନ୍ଧି ପାରିବେ। ବ୍ରାଇଟ୍‌ କଲର୍‌ର ଫୁଲ ପ୍ରିଣ୍ଟ ଥିବା ସୁଟ୍‌ ଅବା ସ୍କର୍ଟ ଓ ପ୍ଲାଜୋ ବି ବିକଳ୍ପ ହୋଇପାରେ। ସୁନ୍ଦର କଲର୍‌ କମ୍ବିନେସନ୍‌ର ଲେହେଙ୍ଗା ଆଜିକାଲି ବଜାରରେ ଉପଲବ୍ଧ ହେଉଛି। ଏହାକୁ ଟ୍ରାଏ କରିପାରିବେ। ତା’ସହ ସୁନ୍ଦର ହେୟାରଷ୍ଟାଇଲ୍‌ କରିବେ। ଦେଖିବେ ବହୁତ ସୁନ୍ଦର ଦେଖାଯିବେ। ପୁରୁଷମାନଙ୍କୁ ପୂଜା ଅବସରରେ କୁର୍ତ୍ତା ପାଇଜାମା ଭଲ ମାନିଥାଏ। ଏହା ଆରାମଦାୟକ ବି। କଟନ୍‌ର ପୋଷାକ ପୂଜା ସମୟରେ ପିନ୍ଧିବା ଭଲ। ଏହା ଯେମିତି ଭଲ ଦେଖାଯାଏ ସେମିତି ଆରାମଦାୟକ। ଅରେଞ୍ଜ କଲର୍‌ର ପୋଷାକ, ବ୍ରତ ଓ ଉତ୍ସବ ସମୟରେ ପିନ୍ଧିବାକୁ ସମସ୍ତେ ଭଲ ପାଆନ୍ତି। ଏହି ରଙ୍ଗର ପୋଷାକ ସମସ୍ତଙ୍କୁ ଭଲ ଦେଖାଯାଇଥାଏ। ତେବେ ଅଧିକ ଟାଇଟ୍‌ ପୋଷାକ ପିନ୍ଧନ୍ତୁ ନାହିଁ।
ସବୁଠୁ ଉଚ୍ଚା ଦୁର୍ଗା ମୂର୍ତ୍ତି
କଳାକାରର କୌଣସି ଧର୍ମ ନ ଥାଏ, କହନ୍ତି ଗୌହାଟିର ୬୧ ବର୍ଷୀୟ ନୁରୁଦ୍ଦିନ ଅହମ୍ମଦ। ସେ ଧର୍ମରେ ମୁସଲମାନ ହୋଇଥିଲେ ହେଁ ତିଆରି କରିଛନ୍ତି ପୃଥିବୀର ସବୁଠାରୁ ଉଚ୍ଚା ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି। ଆଉ ୨୦୧୯ରେ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ତେବେ ୯୮ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତିର ବିଶେଷତ୍ୱ ହେଉଛି ଯେ, ଏହା ବାଉଁଶରେ ତିଆରି। ନୁରୁଦ୍ଦିନଙ୍କୁ ଉକ୍ତ ପ୍ରତିମୂର୍ତ୍ତିକୁ ଗଢିବା ପାଇଁ ୪୦ ଦିନ ସମୟ ଲାଗିଥିଲା। ଏଥିରେ ଉଭୟ ହିନ୍ଦୁ ଓ ମୁସଲମାନ କାରିଗର ତାଙ୍କୁ ସାହାଯ୍ୟ କରିଥିଲେ। ଆଉ କେବଳ ବାଉଁଶ ଓ ଦଉଡି ସାହାଯ୍ୟରେ ତିଆରି ଏହି ପ୍ରତିମୂର୍ତ୍ତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ତେବେ ଅନେକେ ଧର୍ମକୁ ନେଇ ନିନ୍ଦା କରିଥିଲେ। କିନ୍ତୁ ନୁରୁଦ୍ଦିନ କହନ୍ତି, କଳାକାର ପାଇଁ ଧର୍ମ ମାନେ ରଖେନା।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟ୍ରେସ୍‌ ଫ୍ରି

କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ। ପରିବାରରେ ସମସ୍ତଙ୍କୁ ଖୁସିରେ ରଖିବାକୁ ଉଦ୍ୟମ। କର୍ମଜୀବୀ ମହିଳାଙ୍କ ପାଇଁ ସବୁକିଛିକୁ ମ୍ୟାନେଜ କରିବା ଏତେ ସହଜ ନୁହେଁ। ଏଥିପାଇଁ ବେଳେବେଳେ ଚାପଗ୍ରସ୍ତ...

ସ୍ମୋକି ମେକ୍‌ଅପ୍‌

ପ୍ରଥମେ ଆଖିରେ ଆପଣଙ୍କ ମନପସନ୍ଦର ଆଇସ୍ୟାଡୋ ପ୍ରାଇମର୍‌ ଲଗାନ୍ତୁ। ଆଇସ୍ୟାଡୋକୁ ନିଜ ଆଙ୍ଗୁଠିରେ କିମ୍ବା ବ୍ରସ୍‌ରେ ଆଖିପତାରେ ଲଗାଇପାରିବେ। ଅଧିକ ଆକର୍ଷଣୀୟ ଦେଖାଯିବା ପାଇଁ ଗାଢ଼...

ଅପସ୍ମାରର ଆୟୁର୍ବେଦୀୟ ଉପଚାର

ସାରା ବିଶ୍ୱରେ ମାନବ ସଭ୍ୟତା ସୃଷ୍ଟି ହେବା ଦିନଠାରୁ ବିଭିନ୍ନ ଋତୁଚକ୍ର ଓ ଜଳବାୟୁ ପରିବର୍ତ୍ତନ ହେତୁ ମନୁଷ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି, ଯାହା...

ଜାଣିରଖନ୍ତୁ

କମ୍‌ ହାଇଟ୍‌ ଥିଲେ ବି ଆପଣ ୱେଷ୍ଟର୍ଣ୍ଣ ଡ୍ରେସ୍‌ ପିନ୍ଧିପାରିବେ। ତେବେ ଯେକୌଣସି ପ୍ରକାରର ଡ୍ରେସ ପିନ୍ଧିଲେ ଆପଣ ଭର୍ଟିକାଲ୍‌ ଷ୍ଟ୍ରାଇପ୍‌ ଥିବା ଡ୍ରେସ ପିନ୍ଧନ୍ତୁ।...

ଏସବୁ ପ୍ରତି ଧ୍ୟାନ ଦେଲେ ଘରେ ବଢ଼ିବ ଧନ

ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ, ଘରେ ରଖାଯାଇଥିବା ସମସ୍ତ ଜିନିଷ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ। ଯଦି ବାସ୍ତୁ ଅନୁଯାୟୀ ଘରେ ଥିବା ଜିନିଷଗୁଡ଼ିକ ସନ୍ତୁଳିତ ହୁଏ,...

ସକାଳୁ ଅଧାଗ୍ଲାସ୍‌ ତ୍ରିଫଳା ପାଣି…

ସକାଳୁ ନିତ୍ୟକର୍ମ ପରେ ତ୍ରିଫଳା ପାଣି ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ତ୍ରିଫଳା ପାଣିରେ ଲାକ୍ସାଟିଭ୍‌, ଭିଟାମିନ୍‌, ଖଣିଜ ଦ୍ରବ୍ୟ ଆଦି ପ୍ରଚୁର ପରିମାଣରେ...

ପାର୍ବଣରେ ପ୍ରଦୂଷଣ

ସଂସ୍କୃତି, ପରମ୍ପରାକୁ ସମ୍ମାନ ଦେବା ସହ ଖୁସି ମନେଇବାର ଅନ୍ୟନାମ ହେଉଛି ପୂଜା ପାର୍ବଣ। କିନ୍ତୁ ଏବେ ସାଜସଜ୍ଜା, ରଙ୍ଗ ଆଉ ଭସାଣିକୁ ନେଇ ଯେଉଁ...

ସହଜରେ ମନେରହିବ

ପାଠ ମନେରହୁନି ବୋଲି ପିଲାଙ୍କ ଉପରେ ରାଗନ୍ତୁ ନାହିଁ। ବରଂ ପିଲାଙ୍କ ଏଭଳି ସ୍ଥିତିରେ କିପରି ସାହାଯ୍ୟ କରିହେବ ସେଥିପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। -ପ୍ରଥମେ...

Advertisement
Archives

Model This Week