ପୁସ୍ତକମେଳାକୁ ନେଇ ସାହିତି୍ୟକ ମହଲରେ ଅସନ୍ତୋଷ

ଅନୁଗୋଳ ଅଫିସ୍‌, ୫।୩ – ଅନୁଗୋଳରେ ଚାଲିଥିବା ଜିଲାସ୍ତରୀୟ ପୁସ୍ତକମେଳାକୁ ନେଇ ଅନେକ ସାହିତି୍ୟକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ବ୍ୟାନରରେ ଏକ ଏନ୍‌ଜିଓ ପକ୍ଷରୁ ଏହାର ଆୟୋଜନ କରାଯାଇଥିବା ବେଳେ ବହୁ ଷ୍ଟଲ ଫାଙ୍କା ପଡ଼ିଛି। ଅଧିକ ସଂଖ୍ୟକ ପ୍ରକାଶକ କାହିଁକି ଏଠାକୁ ଆସୁ ନାହାନ୍ତି ତାହା ସହରବାସୀ ବୁଝିପାରୁ ନ ଥିବାବେଳେ ଜିଲା ସାହିତ୍ୟ ସଂସଦକୁ ମଧ୍ୟ ଏଥିରେ ପ୍ରତ୍ୟକ୍ଷଭାବେ ସାମିଲ କରାଯାଉ ନାହିଁ। ସେହିପରି ଜିଲା ପ୍ରଶାସନ କେବଳ ଅର୍ଥ ପ୍ରଦାନ କରି ଚୁପ୍‌ଚାପ ବସିଯାଉଥିବାରୁ ଅନ୍ୟ ଜିଲାରେ ହେଉଥିବା ପୁସ୍ତକ ମେଳା ପରି ଏହା ସେତେଟା ସୁନ୍ଦର ହୋଇପାରୁ ନ ଥିବା ସାଧାରଣରେ ଆଲୋଚନା ହେଉଛି।
ସହରବାସୀଙ୍କ କହିବା ଅନୁଯାୟୀ, ପ୍ରଶାସନର ସହଯୋଗରେ ଏକ ଏନ୍‌ଜିଓ ପକ୍ଷରୁ ଦୀର୍ଘବର୍ଷ ହେଲା ଜିଲା ଏପରି ପୁସ୍ତକ ମେଳା ଆୟୋଜନ ହୋଇଆସୁଛି। ଜିଲା ସଂସ୍କୃତି ବିଭାଗ ଏଥିରେ ଜଡ଼ିତ ରହୁଥିଲେ ବି ସେପରି ଆଖି ଦୃଶିଆ ପ୍ରକାଶକ ମେଳା ପ୍ରତି ଆକୃଷ୍ଟ ହୋଇପାରୁ ନାହାନ୍ତି। ତଥାପି ଯେଉଁ କେତେଜଣ ପ୍ରକାଶକ ଆସୁଛନ୍ତି ସେମାନଙ୍କଠାରୁ ଷ୍ଟଲ ବାବଦ ଭଡ଼ା ଆଦାୟ କରାଯାଉଛି। ଜିଲା ସାହିତ୍ୟ ସଂସଦର କୌଣସି ଭୂମିକା ରହୁନାହିଁ। କେବଳ ଦିନଟିଏ ସଭାକାର୍ଯ୍ୟ ଓ କବିତା ପାଠ ପାଇଁ ରଖାଯାଇଛି। ଅନ୍ୟ ଜିଲାମାନଙ୍କରେ ପୁସ୍ତକମେଳା ଆୟୋଜନରେ ଜିଲା ସାହିତ୍ୟ ସଂସଦ ସହ ଅନ୍ୟ ବିଭାଗର ପ୍ରତ୍ୟକ୍ଷ ଅବଦାନ ରହୁଥିବାବେଳେ ଅନୁଗୋଳରେ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଯାଉଛି। ଏହାକୁ ନେଇ ସାହିତି୍ୟକଙ୍କ ମଧ୍ୟରେ ଅସନ୍ତୋଷ ଥିଲେ ମଧ୍ୟ ଶୁଣିବାକୁ କେହି ନାହାନ୍ତି। ତେଣୁ ପୁସ୍ତକମେଳା ବାବଦରେ ପ୍ରଶାସନ ଦେଉଥିବା ୪୦ରୁ ୫୦ ହଜାର ଟଙ୍କାର ସୁଫଳ ସେପରି ମିଳୁ ନ ଥିବା କୁହାଯାଉଛି। ଏ ନେଇ ଜିଲା ସାହିତ୍ୟ ସଂସଦର ଜଣେ ସଦସ୍ୟ କହିଛନ୍ତି, ପ୍ରଶାସନର ସହଯୋଗ ରହିଲେ ଜିଲା ସଂସ୍କୃତି ବିଭାଗ ସହ ମିଶି ଜିଲା ସାହିତ୍ୟ ସଂସଦ ଏହାକୁ ଭଲ ଭାବେ ଆୟୋଜନ କରିପାରିବ। କିନ୍ତୁ ସେପରି କୌଣସି ସହଯୋଗ କି ଆଲୋଚନା ପାଇଁ ସଂସଦକୁ ଡକାଯାଉ ନାହିଁ। ତେବେ ସାହିତ୍ୟ ସଂସଦର କେତେଜଣଙ୍କୁ ପରୋକ୍ଷ ଭାବେ ଏହି ଆୟୋଜନରେ ରଖାଯାଇଛି। ଆୟୋଜକ ଏନ୍‌ଜିଓ ସଂସ୍ଥାର ମୁଖ୍ୟ କହିଛନ୍ତି, ଚଳିତବର୍ଷ ୪୫ଟି ଷ୍ଟଲ ଖୋଲିଛି। ସେଥିରୁ ବର୍ତ୍ତମାନ ସୁଦ୍ଧା ୧୨ଟି ଷ୍ଟଲ ପୂରଣ ହୋଇଛି। ଗତବର୍ଷ ମଧ୍ୟ ମାତ୍ର ୧୮ରୁ ୨୦ଟି ଷ୍ଟଲ ପୂରା ହୋଇଥିଲା। ମେଳା ଆୟୋଜନରେ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେପରି କୌଣସି ସହଯୋଗ ମିଳୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଜିଲା ସଂସ୍କୃତି ଅଧିକାରୀ ଜଗଦୀଶ ରାୟ କହିଛନ୍ତି, ବିଭାଗ ପକ୍ଷରୁ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଗତବର୍ଷ ମଧ୍ୟ ସମାନ ଅର୍ଥ ଦିଆଯାଇଥିଲା। ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ଏ ବିଷୟରେ ଚିନ୍ତା କରିନାହିଁ। ଏହାକୁ ଏକ ଏନ୍‌ଜିଓ ଦୀର୍ଘ ବର୍ଷ ହେବ ଆୟୋଜନ କରୁଛି। କିନ୍ତୁ ଜିଲା ପ୍ରଶାସନର ନାମ କାହିଁକି ଲେଖାଯାଉଛି ତାହା ଜାଣିହେଉ ନାହିଁ। ନିକଟରେ ତାଳଚେର ଓ କଣିହଁାରେ ଅନୁଷ୍ଠିତ ପୁସ୍ତକମେଳାର ଆୟୋଜନ ଅତି ସୁନ୍ଦର ହୋଇଥିଲା। କିନ୍ତୁ ଅନୁଗୋଳ ପୁସ୍ତକମେଳା ଉଦ୍‌ଘାଟନୀ ସନ୍ଧ୍ୟାରେ ମାତ୍ର ୪ରୁ ୫ଜଣ ପ୍ରକାଶକ ଆସିଥିଲେ। ଚଳିତବର୍ଷ କିଛି କରିହେବ ନାହିଁ। ତଥାପି ଜିଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଆସନ୍ତାବର୍ଷ କିପରି ଏହାକୁ ସୁନ୍ଦର ଭାବେ ଆୟୋଜନ କରାଯାଇପାରିବ, ସେ ନେଇ ବିଚାର କରାଯିବ ବୋଲି ଜିଲାପାଳ ମହାନ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କୁ କାମରେ ଲଗାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଅନୁଗୋଳ,୨୩ା୬: ଅନୁଗୋଳ ଜିଲା କାର୍ଯ୍ୟାଳୟ ଠାରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲାସ୍ତରୀୟ ଶିଶୁ ଏବଂ କିଶୋର ଶ୍ରମିକ ଆଇନ ୧୯୯୮ ଅଧୀନରେ ଏକ ସମନ୍ବୟ ବୈଠକ ହୋଇଥିଲା।...

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଥାନା ସ୍ଥାପନ ଦାବି

ବଇଣ୍ଡା,୨୩।୬(ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ସହ ବଇଣ୍ଡା ଫାଣ୍ଡିକୁ ଥାନା କରିବା...

ଲୋକଙ୍କ ଅଭିଯୋଗ ଶୁଣିଲେ ପଞ୍ଚାୟତିରାଜ ମନ୍ତ୍ରୀ

ଛେଣ୍ଡିପଦା,୨୩।୬, (ଅଜିତ ଧଳ): ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଶନିବାର ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଦୁର୍ଗାପୁର ଓ ଛେଣ୍ଡିପଦାଠାରେ ଜନସାଧାରଣଙ୍କ ଅଭିଯୋଗ...

ବିଜେଡି ନେତାଙ୍କୁ ହତ୍ୟା: ରାଜନୈତିକ ଶତ୍ରୁତାରୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ

ଛେଣ୍ଡିପଦା,୨୮।୫: ଅନୁଗୋଳ ଜିଲା ଜରପଡା ଥାନା ଜେରେଙ୍ଗ ଦେହୁରୀ ସାହିର ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ବିଭୁତି ଗଡ଼ନାୟକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାଜନୈତିକ...

ଭାଜପା କ୍ଷମତାକୁ ଆସିଲେ ଚିଟ୍‌ଫଣ୍ଡ ଟଙ୍କା ଫେରାଯିବ

ବଇଣ୍ଡା,୨୩ା୫(ପରିକ୍ଷିତ ସାହୁ): ଓଡ଼ିଶାରେ ଭାଜପା କ୍ଷମତାକୁ ଆସିଲେ ଚିଟ୍‌ଫଣ୍ଡର ଶିକାର ହୋଇଥିବା ସମସ୍ତ ହିତାଧିକାରୀଙ୍କ ଟଙ୍କା ଫେରସ୍ତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସଂସଦୀୟ କ୍ଷେତ୍ରର...

”ଓଡ଼ିଶା ବରବାଦୀର କାରଣ ବିଜେଡି ସରକାର”: ନରେନ୍ଦ୍ର ମୋଦି

ଭୁବନେଶ୍ୱର,୨୦।୫: ସୋମବାର ସକାଳୁ ସକାଳୁ ପୁରୀରେ ରୋଡ ଶୋ’ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଗୋଳରେ ପହଞ୍ଚିଥିଲେ। ଏଠାରେ ସେ ବକ୍ତବ୍ୟ ଦେଇ ସକାଳ...

ବିରୋଧୀ ମିଛ କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଅସମାପିକା ସାହୁ)/ସମ୍ବଲପୁର, (ପ୍ରମୋଦ ବହିଦାର)/ଅନୁଗୋଳ, (ଅମିତ କୁମାର ସାମଲ) / ଢେଙ୍କାନାଳ (ରତନ ନାୟାର)୧୮।୫: ରାଜ୍ୟର ୨ ଲୋକ ସଭା କ୍ଷେତ୍ରର ୪ ନିର୍ବାଚନମଣ୍ଡଳୀରେ ପ୍ରଚାର...

ଆଜି ଢେଙ୍କାନାଳ-ଅନୁଗୋଳ ଆସୁଛନ୍ତି ମୁଖ୍ୟମନ୍ତ୍ରୀ

ଅନୁଗୋଳ,୧୭।୫ (ଅମିତ କୁମାର ସାମଲ)/ ଢେଙ୍କାନାଳ (ରତନ ନାୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ ତାରିଖ ଶୁକ୍ରବାର ଢେଙ୍କନାଳ ଓ ଅନୁଗୋଳ ଗସ୍ତରେ ଆସି ଦଳୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri