Posted inଜାତୀୟ

ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ ସେନାରେ ଭର୍ତ୍ତି କରିବାକୁ ଇଛା ପ୍ରକାଶ କଲେ ସ୍ତ୍ରୀ

କାନପୁର,୫।୮: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଶରେ ଶହୀଦ ହୋଇଥିବା ପ୍ରଦୀପ ଯାଦବଙ୍କ ସ୍ତ୍ରୀ ନୀରଜ ଯାଦବ ଶନିବାର ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ପୁଅକୁ କୋଳରେ ନେବା ସମୟରେ ନୀରଜ ଭାବୁକ ହେବା ସହ ପୁଅ ମଧ୍ୟ ଆର୍ମିରେ ଭର୍ତ୍ତି ହେବ ବୋଲି କହିଛନ୍ତି। ଉତ୍ତରପ୍ରଦେଶ କନୌଜର ସୁଖସେନପୁରର ମୂଳବାସିନ୍ଦା ପ୍ରଦୀପ ଯାଦବଙ୍କ ପରିବାର ବାରାସିରୋହୀ କଲ୍ୟାଣପୁରରେ ରୁହନ୍ତି। ପରିବାର କହିଲେ ତାଙ୍କର ସ୍ତ୍ରୀ ନୀରଜ ଓ ୨ଝିଅ। ପ୍ରଦୀପ ଶହୀଦ ହେବା ସମୟରେ ନୀରଜ ଗର୍ଭବତୀ ଥିଲେ। ତେବେ ଶନିବାର ପୁଅ ଜନ୍ମ ହେବା ପରେ ନୀରଜ କହିଛନ୍ତି, ତାଙ୍କ ଉପରେ ଦେଶର ଋଣ ରହିଛି, ଯାହାକୁ କାର୍ଯ୍ୟରେ ପରିଣତ କରିବାର ସମୟ ଆସିଛି। ପୁଅ ବାପାର ଅଂଶ ହୋଇଥିବାରୁ ତାକୁ ମଧ୍ୟ ମୁଁ ସେନାରେ ପଠାଇବି। ସେ ବି ବାପା ଭଳି ଦେଶର ସେବା କରିବ ବୋଲି ନୀରଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧୩ ଦିନର କରୋନା ଲଢେଇରେ ଜିତିଲେ ବୃଦ୍ଧ

ଅହମ୍ମଦାବାଦ, ୧୮।୧୨-କରୋନାକୁ ହରାଇଛନ୍ତି ଜଣେ ବୃଦ୍ଧ। ଦୀର୍ଘ ୧୧୩ ଦିନ ଧରି କରୋନା ସହ ଲଢେଇ କରି ବୃଦ୍ଧ ଜଣକ ସୁସ୍ଥ ହୋଇ ଫେରିଛନ୍ତି ଘରକୁ...

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୩ ଗିରଫ…

ଶ୍ରୀନଗର,୩୧।୫ : ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଏଲଓସି ନିକଟରେ ଅସ୍ତ୍ରଶସ୍ତ୍ର ତଥା ଡ୍ରଗ୍ସ ଚୋରା ଚାଲାଣର ଏକ ବଡ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି।...

ପଞ୍ଚାୟତ ନିର୍ବାଚନ: ସଂଖ୍ୟା ଗରିଷ୍ଠତା ହାସଲ କଲା ଶିବସେନା

ମୁମ୍ବାଇ,୧୯।୧: ମହାରାଷ୍ଟ୍ର ପଞ୍ଚାୟତ ନିର୍ବାଚନରେ ଶାସକ ଶିବସେନା ନିଜର ପରାକ୍ରମ ଦେଖାଇଛି। ରାଜ୍ୟର ୩୪ ଜିଲାର ୧୨,୭୧୧ ଗ୍ରାମ ପଞ୍ଚାୟତରେ ହୋଇଥିବା ନିର୍ବାଚନରେ ଶିବସେନା ୩୧୧୩...

ସରକାର ଦୂର କରିବେ କୃଷକଙ୍କ ସମସ୍ତ ଶଙ୍କା, ବିରୋଧୀ ଉସକାଇବା କାମ କରୁଛନ୍ତି: ମୋଦି

ନୂଆଦିଲ୍ଲୀ,୧୫ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟ ଗସ୍ତ କରିଛନ୍ତି । ଏହି ସମୟରେ ସେ କୃଷି ଆଇନ କଥା ଉଠାଇଛନ୍ତି । କଚ୍ଛରେ...

୧୫-୧୮ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା: ୧ ପ୍ରତିଶତ କରିଛନ୍ତି ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୩ ।୧: କରୋନା ମହାମାରୀ ସହ ଲଢେଇ କରିବାକୁ ସୋମବାରଠାରୁ ୧୫-୧୮ ବର୍ଷ ବୟସର ପିଲାମାନଙ୍କୁ ଟିକା ଦେବା ଆରମ୍ଭ କରାଯିବ । ସାରା ଦେଶରେ...

ରାଜ ଠାକରେଙ୍କୁ ରାଲି କରିବାକୁ ମିଳିଲା ଅନୁମତି

ମୁମ୍ବାଇ,୨୯।୪: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌)ର ମୁଖ୍ୟ ରାଜ ଠାକରେଙ୍କୁ ବହୁପ୍ରତିକ୍ଷୀତ ରାଲି କରିବାକୁ ଅନୁମତି ମିଳିଛି। ମେ’୧ରେ ଔରଙ୍ଗାବାଦର ସାଂସ୍କୃତିକ ଖେଳ ପଡ଼ିଆରେ ହେବାକୁ ଥିବା...

ଭାରତ ଆସିବେ ଚୀନ ରାଷ୍ଟ୍ରପତି ଶି. ଜିନପିଙ୍ଗ୍‌

ଚେନ୍ନାଇ,୨।୧୦: ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଚୀନ ରାଷ୍ଟ୍ରପତି ଶି. ଜିନପିଙ୍ଗ୍‌ ଭାରତ ଗ୍ରସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚେନ୍ନାଇର...

ଆଇଟିବିପିର ୫୦୦ଘଣ୍ଟାର ମିଶନ: ୮ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର

ପିଥୋରାଗଡ/ ନୂଆଦିଲ୍ଲୀ,୪ା୭(ପି.ଟି.): ନନ୍ଦାଦେବୀ ପୂର୍ବ ଶିଖର ଆରୋହଣ କରୁଥିବା ୮ ପର୍ବତାରୋହୀଙ୍କ ମୃତଦେହ ଦୀର୍ଘ ୫୦୦ ଘଣ୍ଟାର ଅପରେଶନ୍‌ ପରେ ଉଦ୍ଧାର କରାଯାଇ ବୁଧବାର ତଳକୁ...

Advertisement
Archives

Model This Week