ପୁରୁଷୋତ୍ତମପୁର କୋର୍ଟ ପକ୍ଷରୁ ମାନବାଧିକାର ଦିବସ ପାଳିତ

ପୁରୁଷୋତ୍ତମପୁର, ୧୦।୧୨(ଡି.ଏନ.ଏ.) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନ ସେବା କମିଟି ପକ୍ଷରୁ ମଙ୍ଗଳବାର ମାନବାଧିକାର ଦିବସ ତାରା ତାରିଣୀ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇନ ସେବା କମିଟିର ଅଧ୍ୟକ୍ଷା ତଥା ବିଚାରପତି ଅନ୍ନପୂର୍ଣ୍ଣା ଷଡଙ୍ଗୀ ଯୋଗଦେଇ ମାନବାଅଧିକାର ଆଇନ ଓ ଏହାର ମହତ୍ତ୍ୱ ସମ୍ପର୍କରେ ଛାତ୍ରୀଛାତ୍ରମାନଙ୍କୁ ବୁଝାଇ ସଚେତନତା କରିଥିଲେ। ଏଥିରେ କଲେଜର ପ୍ରଶାସନିକ ଅଧିକାରୀ ସୁଦର୍ଶନ ପଣ୍ଡା, ଓକିଲ ସଂଘ ସଭାପତି ଜଗନ ମୋହନ ପଟ୍ଟନାୟକ, ସମ୍ପାଦକ ପ୍ରଭାତ କୁମାର ପଟ୍ଟନାୟକ, ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ବରିଷ୍ଠ ଓକିଲ ଉପେନ୍ଦ୍ର ପଣ୍ଡା, କେଦାରନାଥ ପଟ୍ଟନାୟକ, ପ୍ରଭାତ କୁମାର ଦାଶ, ସ୍ବରାଜ୍ୟ ପାଣିଗ୍ରାହୀ, ଅକ୍ଷୟ କୁମାର ବେହେରା ପ୍ରମୁଖ ଯୋଗଦେଇ ସଚେତନତା କରାଇଥିଲେ। ଏଥିରେ କଲେଜର ଅଧ୍ୟାପିକା, ଅଧ୍ୟାପକ, ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ। ଏହାକୁ କୋର୍ଟର କର୍ମଚାରୀ ପ୍ରଶାନ୍ତ କୁମାର ପାଢୀ, ଗଗନ ପାଣିଗ୍ରାହୀ, ପ୍ରସନ୍ନ କୁମାର ବେହେରା ପ୍ରମୁଖ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସୂତୀ-ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଆଶିଷ କୁମାର ଦେଙ୍କ ପରଲୋକ

କଟକ ଅଫିସ, ୩।୧୦: ବରିଷ୍ଠ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଫେସର ଆଶିଷ କୁମାର ଦେ ଆଉ ନାହାନ୍ତି। କଟକ ତୁଳସୀପୁର ସ୍ଥିତ...

ଗ୍ରାମ୍ୟ ରାସ୍ତା ନିର୍ମାଣ ନେଇ ବିବାଦ

ଝୁମ୍ପୁରା, ୨୫ା୪(ଡି.ଏନ.ଏ.)- ସଦର ବ୍ଲକ ଅନ୍ତର୍ଗତ ରାଇକଳା ପଞ୍ଚାୟତର ଟାଙ୍ଗରାଣୀ ମୌଜାରେ ଗ୍ରାମ୍ୟରାସ୍ତା ନିର୍ମାଣ ଆଳରେ ଅନୁସୂଚିତ ଜନଜାତି ପ୍ରଜାଙ୍କ ପଟ୍ଟାଭୁକ୍ତ ଜମିରେ ବହୁ ପରିମାଣରେ...

ବଜ୍ରକାପ୍ତା ର଼୍ୟାକେଟ ଧରାପଡ଼ିଲା

ଭୁବନେଶ୍ୱର,୧୯।୧୦(ବ୍ୟୁରୋ)/: ସୋନପୁର (ନି.ପ୍ର)ରାଜ୍ୟରେ ଏବେ ବନ୍ୟଜନ୍ତୁ ଶିକାର ଅବାଧରେ ଚାଲିଛି। କରୋନା ମହାମାରୀଠାରୁ ଶିକାରି ଓ ଚାଲାଣକାରୀ ବେଶ୍‌ ସକ୍ରିୟ ହୋଇପଡିଛନ୍ତି। ବନ ବିଭାଗ ଓ...

ପୂର୍ବ ଶତ୍ରୁତାରୁ ବିଭତ୍ସ ହତ୍ୟାକାଣ୍ଡ: ଅଙ୍ଗନଓ୍ବାଡି କେନ୍ଦ୍ର ପଛପଟେ ପଡ଼ିଛି ରକ୍ତ ଭିଜା ମୃତଦେହ

ସୋନପୁର/ତରଭା,୨୧।୧୧(ନି.ପ୍ର./ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ତରଭା ଥାନା ଅନ୍ତର୍ଗତ ଦଇତପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । କଟାପାଲି ପଞ୍ଚାୟତ ଅରଖାପଦର...

କମ୍ପାନୀ ସମ୍ମୁଖରେ ଶ୍ରମିକଙ୍କ ଉତ୍ତେଜନା

ଯାଜପୁର ଅଫିସ୍‌/କଳିଙ୍ଗନଗର, ୪ା୭(ଡି.ଏନ୍‌.ଏ.): ଯାଜପୁର ଜିଲାରେ ଖୋଲିଥିବା ଶିଳ୍ପ କାରଖାନାଗୁଡ଼ିକରେ ନିଯୁକ୍ତିରେ ଅଣଓଡ଼ିଆଙ୍କୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ କ୍ରମେ ଏକ ଅଣଓଡିଆ ସଂସ୍ଥା ସ୍ଥାନୀୟ ଶ୍ରମିକଙ୍କୁ...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ଜୀବନଗଲା

ଭବାନୀପାଟଣା,୧୭।୫(ଡି.ଏନ୍‌.ଏ.): ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କାମଠଣା ବାଲିଜୋର ଛକରେ ଗୁରୁବାର ବିଳମ୍ବିିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛିି...

ଡ୍ରାଇଭରଙ୍କୁ ଛୁରାମାଡ଼ କରି ନେଇଯିବାକୁ ବସିଥିଲେ କାର

ଦେବଗଡ଼,୧୫।୧ (ଡି.ଏନ୍‌. ଏ.): ଦେବଗଡ଼ ଥାନା ଅନ୍ତର୍ଗତ ଚଟି ବରଘାଟ – ତିଳେଇବଣି ୪୯ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭଡା...

ଭୋଟ ନ ଦେବାରୁ ଜମିକୁ ପାଣି ଦିଆଯାଉନି

ପାଟଣା, ୨୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଷାଖୋରୀ ପଞ୍ଚାୟତ ରଥପଡ଼ା, ଭାଲୁଘର, ବଡ଼ପଡିଆପଶି ଓ ମୂଷାନାଳୀ ଗ୍ରାମର ଶତାଧିକ ପରିବା ଚାଷୀ ଭୋଟ ନ ଦେବାରୁ...

Advertisement
Archives

Model This Week