ପୁରୁଷୋତ୍ତମପୁରରେ ପ୍ରଥମ ମହିଳା ପୋଲିସ ଅଧିକାରୀ: ଏସ୍‌ଡିପିଓ ଭାବେ ଯୋଗ ଦେଲେ ସୀମା ସ୍ବାଇଁ

ପୁରୁଷୋତ୍ତମପୁର, ୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଏସ୍‌ଡିପିଓ ଭାବେ ୨୦୧୫ ବ୍ୟାଚର ଓପିଏସ୍‌ ପାଇଥିବା ଅଫିସର ସୀମା ସ୍ବାଇଁ ଗୁରବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ଟ୍ରେନିଂସାରବା ପରେ ପ୍ରଥମେ ସେ ଏଠାରୁ କାର୍ଯ ଆରମ୍ଭ କରୁଛନ୍ତି। ୧୯୩୬ ମସିହାରେ ପୁରୁଷୋତ୍ତମପୁରରେ ଥାନା ପ୍ରତିଷ୍ଠା ହେବାଠାରୁ ଏବଂ ୨୦୧୬ରୁ ଏସ୍‌ଡିପିଓ ଅଫିସ ପ୍ରତିଷ୍ଠା ପରଠାରୁ କେହିହେଲେ ମହିଳା ଅଧିକାରୀ ଏଠାରେ ଯୋଗଦେଇ ନ ଥିଲେ। ପୁରୁଷୋତ୍ତମପୁର ପାଇଁ ପୋଲିସ ବିଭାଗରେ ସୀମା ହେଉଛନ୍ତି ପ୍ରଥମ ମହିଳା ଅଧିକାରୀ। କାର୍ଯ୍ୟରେ ଯୋଗଦାନ ପରେ ସୀମା କହିଛନ୍ତି ଯେ ମହିଳା, ଶିଶୁ ଓ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେବା ମୋର ପ୍ରଥମ ଲକ୍ଷ୍ୟ। ଏହା ସହ ଗରିବ ନିଷ୍ପେଶିତ, ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କୁ ସାହାଯ୍ୟ କରିବା, ମୋ ସରକାର ମାଧ୍ୟମରେ ଜନସାଧାରଣଙ୍କ ସହ ପୋଲିସ ସୁସମ୍ପର୍କ ରକ୍ଷାକରି ଲୋକଙ୍କ ନିକଟତର ହୋଇ କାର୍ଯ୍ୟ କରିବା, ଥାନାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର କରିବା ଓ ଯଥାଶୀଘ୍ର ସେବା ଯୋଗାଇବା ସହ ଅଞ୍ଚଳରୁ ଅପରାଧୀ ହଟାଇବା ପ୍ରଥମ କର୍ତ୍ତବ୍ୟ ହେବ ବୋଲି ସେ କହିଛନ୍ତି। ପୂର୍ବରୁ ଏଠାରେ ଥିବା ଏସ୍‌ଡିପିଓ ନିମାଇଁ ଚରଣ ସେଠୀଙ୍କ ସାଲେପୁର ବଦଳି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ସନ୍ନ୍ୟାସ ନେଇଗଲେ ଧୋନୀ! ଆଇପିଏଲ ଅଧାରୁ ସିଏସକେ ଛାଡ଼ି ପଳାଇବା ପରେ…

ନୂଆଦିଲ୍ଲୀ,୨୧।୫: ଚେନ୍ନାଇ ସୁପର କିଙ୍ଗ୍ସ ଆଜି (୨୧ ମେ) ଦିନ ଆଇପିଏଲ ୨୦୨୬ର ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଖେଳିବାର କାର୍ଯ୍ୟକ୍ରମ ରହିଛି।…

Melody Toffee ପରେ ମେଲୋନିଙ୍କୁ ଆଉ ଏକ ବିଶେଷ ଉପହାର ଦେଲେ ମୋଦି

ରୋମ,୨୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ଦେଶ ଗସ୍ତ କରି ଫେରିଛନ୍ତି। ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦି ସେ ଯେଉଁ ଦେଶ ଗସ୍ତ କରିଥିଲେ ସେହି…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମହଙ୍ଗା ଭତ୍ତା ୬୦% କୁ ବୃଦ୍ଧି

ଲକ୍ଷ୍ନୌ,୨୧ା୫: ଉତ୍ତରପ୍ରଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର । ବର୍ଦ୍ଧିତ ମୁଦ୍ରାସ୍ଫୀତି ମଧ୍ୟରେ, ଯୋଗୀ ସରକାର ରାଜ୍ୟ କର୍ମଚାରୀମାନଙ୍କୁ ଏକ…

ଇଞ୍ଜିନିୟର ହେବା ଲକ୍ଷ୍ୟରେ ଶୁଭମ୍‌-କାର୍ତ୍ତିକେୟ, ଯୁକ୍ତ୨ ବିଜ୍ଞାନରେ ରଖିଛନ୍ତି…

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ର…

୩୨ ବର୍ଷରେ ବି ଭର୍ଜିନ’ ଅଛନ୍ତି ସନା ମକବୁଲ! ବ୍ରେକଅପ ପରେ ଫ୍ୟୁଚର ପାର୍ଟନରକୁ ନେଇ ଏମିତି କହିଲେ ଅଭିନେତ୍ରୀ

ଟିଭି ଅଭିନେତ୍ରୀ ସନା ମକବୁଲ ବର୍ତ୍ତମାନ ଏକ ସାକ୍ଷାତକାର ପାଇଁ ଖବରରେ ଅଛନ୍ତି। ବିଗ ବସ ଓଟିଟି ୩ ଜିତିବା ପରେ, ସନା ଲଗାତାର ଭାବରେ ଶିରୋନାମାରେ…

ଅଭିଷେକଙ୍କୁ ବଡ଼ ଆଶ୍ୱସ୍ତି, ହେଲେ କରିପାରିବେନି ବିଦେଶ ଯାତ୍ରା

କୋଲକାତା,୨୧।୫: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ତୃଣମୂଳ କଂଗ୍ରେସ ନେତା ଏବଂ ଏମପି ଅଭିଷେକ ବାନାର୍ଜୀଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି।…

ଯୁକ୍ତ ୨ ବିଜ୍ଞାନରେ ବିଘ୍ନେଶ ଚୌଧୁରୀ ଛତ୍ରପୁର ବ୍ଲକ ଟପ୍ପର, ମିଷ୍ଟାନ ବାଣ୍ଟି ଖୁସି ଜାହିର କଲେ ବିଦ୍ୟାର୍ଥୀ

ଛତ୍ରପୁର, ୨୧।୫(ଦିଲ୍ଲୀପ ସାମଲ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚଏସଇ ) ଦ୍ୱାରା +୨ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ…

ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିଲେ ପ୍ରଫୁଲ୍ଲ ପଣ୍ଡା, କହିଲେ ଭାରତକୁ ସମଗ୍ର ବିଶ୍ୱରେ…

ଦିଗପହଣ୍ଡି, ୨୧।୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ସ୍ବର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରାଯାଇଥିଲା। ପୁଞ୍ଜିକଂୟା ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri