ପୁରୁଷୋତ୍ତମପୁରରେ ପ୍ରଥମ ମହିଳା ପୋଲିସ ଅଧିକାରୀ: ଏସ୍‌ଡିପିଓ ଭାବେ ଯୋଗ ଦେଲେ ସୀମା ସ୍ବାଇଁ

ପୁରୁଷୋତ୍ତମପୁର, ୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଏସ୍‌ଡିପିଓ ଭାବେ ୨୦୧୫ ବ୍ୟାଚର ଓପିଏସ୍‌ ପାଇଥିବା ଅଫିସର ସୀମା ସ୍ବାଇଁ ଗୁରବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ଟ୍ରେନିଂସାରବା ପରେ ପ୍ରଥମେ ସେ ଏଠାରୁ କାର୍ଯ ଆରମ୍ଭ କରୁଛନ୍ତି। ୧୯୩୬ ମସିହାରେ ପୁରୁଷୋତ୍ତମପୁରରେ ଥାନା ପ୍ରତିଷ୍ଠା ହେବାଠାରୁ ଏବଂ ୨୦୧୬ରୁ ଏସ୍‌ଡିପିଓ ଅଫିସ ପ୍ରତିଷ୍ଠା ପରଠାରୁ କେହିହେଲେ ମହିଳା ଅଧିକାରୀ ଏଠାରେ ଯୋଗଦେଇ ନ ଥିଲେ। ପୁରୁଷୋତ୍ତମପୁର ପାଇଁ ପୋଲିସ ବିଭାଗରେ ସୀମା ହେଉଛନ୍ତି ପ୍ରଥମ ମହିଳା ଅଧିକାରୀ। କାର୍ଯ୍ୟରେ ଯୋଗଦାନ ପରେ ସୀମା କହିଛନ୍ତି ଯେ ମହିଳା, ଶିଶୁ ଓ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେବା ମୋର ପ୍ରଥମ ଲକ୍ଷ୍ୟ। ଏହା ସହ ଗରିବ ନିଷ୍ପେଶିତ, ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କୁ ସାହାଯ୍ୟ କରିବା, ମୋ ସରକାର ମାଧ୍ୟମରେ ଜନସାଧାରଣଙ୍କ ସହ ପୋଲିସ ସୁସମ୍ପର୍କ ରକ୍ଷାକରି ଲୋକଙ୍କ ନିକଟତର ହୋଇ କାର୍ଯ୍ୟ କରିବା, ଥାନାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର କରିବା ଓ ଯଥାଶୀଘ୍ର ସେବା ଯୋଗାଇବା ସହ ଅଞ୍ଚଳରୁ ଅପରାଧୀ ହଟାଇବା ପ୍ରଥମ କର୍ତ୍ତବ୍ୟ ହେବ ବୋଲି ସେ କହିଛନ୍ତି। ପୂର୍ବରୁ ଏଠାରେ ଥିବା ଏସ୍‌ଡିପିଓ ନିମାଇଁ ଚରଣ ସେଠୀଙ୍କ ସାଲେପୁର ବଦଳି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri