ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ :ରାସ୍ତାକୁ ମାଡ଼ି ବସିଥିବା ଦୋକାନ, କ୍ୟାବିନ ହଟିବ

ପୁରୀ ଅଫିସ, ୧।୩: ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଶନିବାର ସଡ଼କ ସୁରକ୍ଷା ସଂକ୍ରାନ୍ତ ସଂସଦୀୟ କ୍ଷେତ୍ର କମିଟି (ପିସିସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ପି ପିନାକୀ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଜିଲାପାଳ ବଲୱନ୍ତ ସିଂ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରତାପ ସ୍ବାଇଁ, ଏନ୍‌ଏଚ୍‌ଏଆଇ ପିଡି ଏସ୍‌.ନାଗଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ସଡ଼କ ସୁରକ୍ଷା ପ୍ରତି ସଚେତନ ହୋଇ ଦୁର୍ଘଟଣା ହାର କମାଇବା ଉପରେ ଏଥିରେ ଗୁରୁତ୍ୱାରୋପ କରାଯାଇଥିଲା।
ବୈଠକରେ ମୁଖ୍ୟତଃ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଏବଂ ପୁରୀ-କୋଣାର୍କ ଜାତୀୟ ରାଜପଥ ଉପରେ ଆଲୋଚନା ହୋଇଥିଲା। ଭୁବନେଶ୍ୱର-କୋଣାର୍କ ମଧ୍ୟରେ ଚିହ୍ନଟ ୫ଟି ଦୁର୍ଘଟଣାପ୍ରବଣ ସ୍ଥାନ ପ୍ରତି ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯିବ। ରାସ୍ତାକୁ ମାଡ଼ି ବେଆଇନ ଭାବେ ଦୋକାନ, କ୍ୟାବିନ କରାଯାଇଛି। ଅନେକ ବ୍ୟବସାୟୀ ରାସ୍ତାକୁ ମଡ଼ାଇ ଶେଡ୍‌ କରିଛନ୍ତି। ଏହାକୁ ତୁରନ୍ତ ଉଚ୍ଛେଦ କରାଯିବ। ରାସ୍ତାରେ ଗାଡ଼ିଚାଳକ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଲାଗି ଲଗାଯାଉଥିବା ସାଇନେଜ୍‌ ଅନେକ ସ୍ଥାନରେ ନାହିଁ। ତେଣୁ ଏହି ସାଇନେଜ୍‌କୁ ଠିକ୍‌ ଭାବେ ଲଗାଯିବ। ଯେଉଁଠି ରାସ୍ତା ଖରାପ ରହିଛି ତାହାର ମରାମତି ହେବ। ଅନେକ ଜାଗାରେ ଲୋକେ ସେମାନଙ୍କ ସୁବିଧା ପାଇଁ ମେଡିଆନକୁ କାଟି ଯା’ ଆସ କରୁଛନ୍ତି। ଏହାକୁ ବନ୍ଦ କରିବା ଲାଗି ଏନ୍‌ଏଚ୍‌ଏଆଇ ପିଡିଙ୍କୁ କୁହାଯାଉଛି। ତେବେ ରାସ୍ତାରେ ଦୁର୍ଘଟଣାର ଅନ୍ୟତମ କାରଣ ହେଉଛନ୍ତି ବୁଲା ଗୋରୁ। ବିଭିନ୍ନ ସମୟରେ ଏମାନେ ରାସ୍ତାକୁ ଚାଲିଆସିବାରୁ ଚାଳକ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ଭୁବନେଶ୍ୱର-ପୁରୀ ରାସ୍ତାମଝିରେ ରେଲିଂ ଲଗାଇବାକୁ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ସମୀର ଦଳାଇ ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କୁ କହିଥିଲେ, କିନ୍ତୁ ସେମାନଙ୍କର ଏହି ରେଲିଂ ଲଗାଇବାର କୌଣସି ପ୍ରୋଭିଜନ ନାହିଁ, ଚିହ୍ନଟ ସ୍ଥାନରେ ସାଇଡ୍‌ ଗାର୍ଡ କରାଯିବ ବୋଲି ଏନ୍‌ଏଚ୍‌ଏଆଇ ପକ୍ଷରୁ କୁହାଯାଇଥିଲା। ସେହିପରି ପିପିଲି ଟୋଲ୍‌ଗେଟରେ ଅଧିକାଂଶ ସମୟ ଗହଳି ହେଉଛି। ଏଥିପ୍ରତି ଧ୍ୟାନ ଦେବାକୁ ଜିଲାପାଳ ସିଂ ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ଜିଲା ଯୋଗାଣ ଅଧିକାରୀ ତୁଷାରକାନ୍ତ ଦେଓ କହିଥିଲେ, ସଡ଼କ ସୁରକ୍ଷା ନେଇ ବିଭିନ୍ନ ପ୍ରକାର ସଚେତନତାମୂଳକ ପଦକ୍ଷେପ ନିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପେଟ୍ରୋଲପମ୍ପକୁ ହେଲମେଟ ନାହିଁ ତ ଇନ୍ଧନ ନାହିଁ ଲାଗି ଚିଠି କରାଯାଇଛି। ପେଟ୍ରୋଲପମ୍ପଗୁଡ଼ିକରେ ସଡ଼କ ସୁରକ୍ଷା ସମ୍ପର୍କିତ ଡିସ୍‌ପ୍ଲେ ବୋର୍ଡ ଲଗାଇବାକୁ କୁହାଯିବା ସହ ସିସିଟିଭି ପାଇଁ ପରାମର୍ଶ ଦିଆଯାଇଛି। ପ୍ରାୟ ସବୁ ପେଟ୍ରୋଲପମ୍ପରେ ସିସିଟିଭି ରହିଛି। ଯେଉଁମାନଙ୍କର ନାହିଁ ସେମାନଙ୍କୁ ତୁରନ୍ତ ଲଗାଇବାକୁ କୁହାଯାଇଛି। ତେଣୁ ସମସ୍ତେ ସଚେତନ ହୋଇ ହେଲ୍‌ମେଟ ପିନ୍ଧି ପେଟ୍ରୋଲପମ୍ପକୁ ଆସିବା ପାଇଁ ଦେଓ କହିଥିଲେ। ପରିବହନ ବିଭାଗ ପକ୍ଷରୁ ଯାନବାହନ ଚଳାଚଳ ସମ୍ପର୍କରେ କୁହାଯାଇଥିଲା। ଗାଡ଼ି ଚାଳକମାନେ ଯେପରି ମଦ୍ୟପାନ ନ କରିବେ, ଡ୍ରାଇଭିଂ ସମୟରେ ମୋବାଇଲରେ କଥା ନ ହେବେ, ଟ୍ରାଫିକ ନିୟମ ମାନିବେ ଏବଂ ବସ୍‌ ଛାତରେ ଯେପରି କୌଣସି ଯାତ୍ରୀ ବସିବେ ନାହିଁ ତା’ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଆର୍‌ଟିଓ କହିଥିଲେ। ଏଥିରେ ବସ୍‌ ଏବଂ ଟ୍ରକ୍‌ ମାଲିକ ସଂଘ ସହମତି ପ୍ରକାଶ କରିଥିଲେ। ଗୋରୁଙ୍କୁ କିପରି ରାସ୍ତାକୁ ଛଡ଼ା ନ ଯିବ ସେ ନେଇ ପୌରସଂସ୍ଥା ପଦକ୍ଷେପ ନେବ ବୋଲି ଜିଲାପାଳ କହିଥିଲେ। ସଡ଼କ ସୁରକ୍ଷା ସଂକ୍ରାନ୍ତରେ ଛାତ୍ରୀଛାତ୍ରଙ୍କୁ ମଧ୍ୟ ସଚେତନ କରିବା ଲାଗି ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଯାତାୟାତ କରୁଥିବା ଗାଡ଼ିିଗୁଡ଼ିକ କିପରି ସୁରକ୍ଷିତ ଭାବେ ଚଳାଚଳ କରିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ଆର୍‌ଟିଓ କହିଥିଲେ। ଜିଲାର କେତେ ବସ୍‌, ଟାଟା ମ୍ୟାଜିକ ଗାଡ଼ିି ଏଥିରେ ନିୟୋଜିତ ରହିଛି ତାହାର ତାଲିକା ପ୍ରସ୍ତୁତ ହେବ ଏବଂ ଏହାର ଚାଳକମାନଙ୍କୁ ସଚେତନ କରାଯିବ। ସେହିପରି ବିନା ହେଲ୍‌ମେଟରେ ଚଳାଉଥିବା ଅଭିଭାବକ ଓ ଛାତ୍ରୀଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ପଦକ୍ଷେପ ନିଆଯିବ ବୋଲି ଆଲୋଚନା ହୋଇଛି। ପୋଲିସ ପକ୍ଷରୁ ରାସ୍ତାରେ ଚେକିଂ କଡ଼ାକଡ଼ି କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସ୍ବାଇଁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri