ପୁରୀ ଜିଲାରେ ପ୍ରଥମ କରୋନା ଚିହ୍ନଟ : ଦାନଗହିର ୧୧ ଦିନ ସଟ୍ ଡାଉନ

ପୁରୀ ଅଫିସ,୪-୪_ପୁରୀ ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପିପିଲି ବ୍ଲକ ଦାନଗହିର ଗ୍ରାମର ଜଣେ ବ୍ୟକ୍ତି ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ୧୨ ଦିନ ସଟ୍ ଡାଉନ ଘୋଷଣା କରାଯାଇଛି। ୪ ତାରିଖ ସକାଳ ୭ଟାରୁ ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଦାନଗହିର ଛକ, ଜୟପୁର ଛକ ଓ ଜୟପୁର ଶାସନ ଛକ ଅଞ୍ଚଳକୁ ସଟ୍ ଡାଉନ ଘୋଷଣା କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଏହି ସବୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ (ଆବଦ୍ଧ ଅଞ୍ଚଳ) ମଧ୍ୟ ଘୋଷଣା କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ କରିଦିଆଯାଇଛି। ଆବଦ୍ଧ ଅଞ୍ଚଳ ମଧ୍ୟକୁ କେହି ପ୍ରବେଶ କରିପାରିବେ ନାହିଁ କିମ୍ବା ସମ୍ପୃକ୍ତ ଅଞ୍ଚଳରୁ କେହି ଘରୁ ବାହାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସଟ୍ ଡାଉନ ସମୟରେ
ଅତ୍ୟାବଶ୍ୟକ ସାମଗ୍ରୀ, ଚିକିତ୍ସା ବ୍ୟବସ୍ଥା, ଔଷଧ ଯୋଗାଣ ପାଇଁ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକାଧିକ ଟିମ୍ ଗଠନ କରାଯାଇଛି।
ଅନ୍ୟପକ୍ଷରେ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲାବାସୀ ଭୟଭୀତ ହୋଇପଡିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ ଦିଲ୍ଲୀ ନିଜାମୁଦ୍ଦିନ ଧର୍ମ ସଭାରେ ଯୋଗଦେଇ ଫେରିଥିଲେ। ତେବେ ଶୁକ୍ରବାର ରାତିରେ ଏହା ଜଣାପଡିବା ପରେ ଆକ୍ରାନ୍ତଙ୍କ ଘର କେଉଁ ଅଞ୍ଚଳରେ ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ବଢିଥିଲା। ସକାଳୁ ଜିଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଦାନଗହିର ଗଁ।କୁ ସାନିଟାଇଜ କରାଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ସମ୍ପୃକ୍ତ ଅଞ୍ଚଳରେ ସୋଡିୟମ ହାଇପୋକ୍ଲୋରାଇଡ କେମିକାଲ ସ୍ପ୍ରେ କରିଛନ୍ତି। ଏଥିସହ ଜିଲାପାଳ ଓ ଏସପିଙ୍କ କାର୍ଯାଳୟ ଏବଂ ପୌରସଂସ୍ଥା କାର୍ଯାଳୟକୁ ମଧ୍ୟ ସାନିଟାଇଜ କରାଯାଇଛି। ଅନ୍ୟପକ୍ଷରେ କରୋନାକୁ ନେଇ କୌଣସି ପ୍ରକାର ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ କିମ୍ବା ଭୟଭୀତ ହୁଅନ୍ତୁ ନାହିଁ ବୋଲି ଜିଲାପାଳ ବଲଓ୍ବନ୍ତ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୭ରେ ଓଜେଏସ୍‌ ପ୍ରିଲିମିନାରି ପରୀକ୍ଷା

କଟକ ଅଫିସ,୧୧ା୩: ଆସନ୍ତା ୨୭ ତାରିଖରେ ଓଡ଼ିଶା ଜୁଡିସିଆଲ ସର୍ଭିସ(ଓଜେଏସ୍‌) ୨୦୨୧ର ପ୍ରିଲିମିନାରି ପରୀକ୍ଷା ଅନୁଷ୍ଠିତ ହେବ। ୫ଟି ଜୋନ୍‌ର ୧୦ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌...

ଲୋକସମ୍ପର୍କ ମନ୍ତ୍ରୀଙ୍କ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ: ଆହାର କେନ୍ଦ୍ରରେ ଭୋଜନ

ଜୟପୁର,୨୬।୧୦(ଡି.ଏନ୍‌.ଏ): କୋରାପୁଟ ଜିଲା ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଶନିବାର ଅଚାନକ ପରିଦର୍ଶନ କରିଛନ୍ତି ।...

ଜୈବ ବିବିଧତାର ସୁରକ୍ଷା ପାଇଁ ସଚେତନତା

ଖଣ୍ଡପଡା,୨୫ା୫(ସ୍ବ.ପ୍ର.): ସବୁଜସୁନ୍ଦର ପରିବେଶରେ ଦୃଶ୍ୟ ହେଉଥିବା ଅଣୁଜୀବଠାରୁ ଆରମ୍ଭ କରି ବିରାଟକାୟ ହସ୍ତୀ, ତିମି ଓ ଜଳଜୀବ ଆଦିଙ୍କ ସମାହାରକୁ ଜୈବ ବିବିଧତା କୁହାଯାଏ ା...

ରାଜ୍ୟରେ କୋଭିଡ୍‌ ଯୋଗୁ ୯୧୨୮ ମୃତ୍ୟୁ

ଭୁବନେଶ୍ୱର,୨୬/୭(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ଯୋଗୁ ୯୧୨୮ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ଖୋର୍ଦ୍ଧାରେ ସର୍ବାଧିକ ୧୭୫୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କଟକ...

ଓଡ଼ିଆ ଭାଷା ପୁସ୍ତକରେ ପିଲା ପଢ଼ୁଛନ୍ତି ଇଂଲିଶ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପିଲାଙ୍କୁ ଗୁଣବତ୍ତାର ଶିକ୍ଷା ପ୍ରଦାନ କରିବା ଲାଗି ସବୁ ପ୍ରକାର ଚେଷ୍ଟା କରୁଥିଲେ ମଧ୍ୟ ଅନେକଥର ତ୍ରୁଟି ପରିଲକ୍ଷିତ...

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ସୂଚନା...

କୋଟଗଡ ବ୍ଲକରେ ଲାଗିଲା ମାଓବାଦୀ ପୋଷ୍ଟର

କୋଟଗଡ,୧୮।୧୨(ଡି.ଏନ.ଏ): କନ୍ଧମାଳ ଜିଲା କୋଟଗଡ ମୁନିଗୁଡା ଏନଏଚ୍‌-୫ ରାସ୍ତାଜୁଡାବାଲି ଗ୍ରାମପଞ୍ଚାୟତ ଗେଟାବାଲି ଛକ ନିକଟ ତେନ୍ତୁଲି ଗଛ ନିକଟରେ ବୁଧବାର ଦିନ ମାଓ ବେନର ଓ...

ତାମିଲନାଡୁରେ ଅଟକିଥିବା ଶ୍ରମିକଙ୍କୁ ଫେରାଇବାକୁ ଉଦ୍ୟମ

ଭୁବନେଶ୍ୱର,୧।୫(ବ୍ୟୁରୋ): କରୋନା ସଂକ୍ରମଣ ପାଇଁ ଲକ୍‌ଡାଉନ ଜାରି ରହିଥିବାବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ରାଜ୍ୟ ସରକାର ବିଶେଷ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।...

Advertisement
Archives

Model This Week