Posted inଜାତୀୟ

ପୁଣି ପାକିସ୍ତାନକୁ ଟାର୍ଗେଟ କଲେ ରାଜନାଥ

ପଞ୍ଚକୁଲା,୧୮।୮: ହରିୟାଣାର ପଞ୍ଚକୁଲାଠାରେ ରବିବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏକ ଜନସଭାକୁ ଉଦ୍‌ବୋଧନ ଦେବା ଅବସରରେ ପୁଣିଥରେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଯେଉଁଭଳି ବ୍ୟବହାର କରୁଛି ତା’ର ଜବାବ ରଖିଛନ୍ତି ରାଜନାଥ। ସେ କହିଛନ୍ତି ୩୭୦ ଅନୁଚ୍ଛେଦକୁ ନେଇ ମୋଦି ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଭୁଲ୍‌ ବୋଲି କହୁଛି ପଡୋଶୀଦେଶ। ହେଲେ ଭାରତ କହୁଛି ପାକିସ୍ତାନ ଯଦି ଆତଙ୍କବାଦକୁ ସହଯୋଗ ଦେବା ବନ୍ଦ କରିଦେବ ତେବେ ୨ ଦେଶ ମଧ୍ୟରେ କଥା ହେବା ସମ୍ଭବ ହେବ। ତାହାପୁଣି କେବଳ ପିଓକେକୁ ନେଇ। ଅନ୍ୟପଟେ ରାଜନାଥ କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ କହୁଛନ୍ତି ଭାରତ ବାଲାକୋଟ ଆକ୍ରମଣଠାରୁ ଆହୁରି ବଡ ଧରଣର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି। ଏବେ ପାକିସ୍ତାନ ତା’ହେଲେ ସ୍ବୀକାର କରୁଛି ଯେ ବାଲାକୋଟ ଆକ୍ରମଣ ଭାରତ ଦ୍ୱାରା କରାଯାଇଥିଲା। ତେଣୁ ସମୟ ଆସିଲେ ଭାରତ ସବୁ ପରିସ୍ଥିତିର ସାମ୍ନା କରିବ ବୋଲି ରାଜନାଥ ପରୋକ୍ଷରେ ପାକିସ୍ତାନକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଭାଜପା ବିଧାୟକ ଗିରଫ

କୋଲକାତା,୧୬।୫: ଲକ୍‌ଡାଉନ ନିୟମ ଭଙ୍ଗ କରିବା ପାଇଁ ୩ ଭାଜପା ବିଧାୟକଙ୍କୁ ଗିରଫ କରାଯାଇଛିି। ରାଜ୍ୟର ଉତ୍ତର ଭାଗରେ କୋଭିଡ୍‌-୧୯ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି...

ଫେବୃୟାରୀରୁ ହୋଇନି ଅସ୍ତ୍ରବିରତି ଉଲ୍ଲଂଘନ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ନ ହେବା ନେଇ ଚୁକ୍ତି ହେବା ପରେ ଫେବୃୟାରୀଠାରୁ ଏଲ୍‌ଓସିରେ ଶାନ୍ତି ବଜାୟ ରହିଥିବା ଭାରତୀୟ ସେନା ମୁଖ୍ୟ...

କନ୍ଦାଉଛି କରୋନା

ନୂଆଦିଲ୍ଲୀ,୧୧ା୪: ଦିନକୁ ଦିନ ଭାରତରେ କରୋନା ଭୂତାଣୁ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଶୁକ୍ରବାର ମୃତ୍ୟୁସଂଖ୍ୟା ୨୪୬କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା...

ଲଦାଖ ଏଲ୍‌ଏସିରେ ଗର୍ଜିଲା ଭାରତର ଯୁଦ୍ଧ ବିମାନ

ଲେହ,୨୬।୬: ଚାଇନା ସହ ଉତ୍ତେଜନା ମଧ୍ୟରେ ଶୁକ୍ରବାର ଲଦାଖର ଲେହରେ ଭାରତୀୟ ସେନା ଓ ବାୟୁସେନା ମିଳିତ ଭାବେ ଯୁଦ୍ଧାଭ୍ୟାସ କରିଛନ୍ତି। ଏହି ଯୁଦ୍ଧାଭ୍ୟାସରେ ଯୁଦ୍ଧ...

ଗୁଜରାଟର ଛଅ ନଗର ନିଗମ ପାଇଁ ମତଦାନ ଜାରି: ପରିବାର ସହ ଯାଇ ଭୋଟ ଦେଲେ ଶାହା

ଅହମଦାବାଦ,୨୧ ।୨: ଗୁଜରାଟର ଅହମଦାବାଦ, ସୁରଟ, ବଡୋଦରା, ଭାବନଗର, ଜାମନଗର ଓ ରାଜକୋଟ ନଗର ନିଗମ ପାଇଁ ରବିବାର ଭୋଟ ଗ୍ରହଣ କରାଯାଉଛି । ଏହି...

ମୋଦିଙ୍କ ହାତ ଛାଡିଲେ ହେବ ସତ୍ୟାନାଶ: ଫଡ଼ନବିଶ

ନାଗପୁର,୩।୮: ପାଖେଇ ଆସୁଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଏବେ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଜନାଦେଶ ଯାତ୍ରାରେ ବାହାରିଛନ୍ତି। ଶୁକ୍ରବାର ସେ...

ମୁମ୍ବାଇ କୋଠା ଭୁଷୁଡିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଫଡନବିଶ

ମୁମ୍ବାଇ,୧୬।୭: ମୁମ୍ବାଇ ଡୋଙ୍ଗ୍ରିର ତାନ୍ଦେଲ ଷ୍ଟ୍ରିଟରେ ଥିବା ୪ ମହଲା ବିଶିଷ୍ଟ କେଶରବାଇ ବିଲଡିଂ ଭୁଷୁଡି ପଡିବା ଫଳରେ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଥିବା...

ହାଇଦ୍ରାବାଦ କେମିକାଲ ଫାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ହାଇଦ୍ରାବାଦ,୧୨।୧୨-ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ବୋଲାରାମ ଶିଳ୍ପାଞ୍ଚଳରେ ଥିବା ରାସାୟନିକ କାରଖାନା ବିା ଅର୍ଗାନିକ୍ସରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୨୦ ଜଣ ଆହତ...

Advertisement


Archives

Model This Week

Why Dharitri