ପୁଣି ନବୀନ ମ୍ୟାଜିକ୍‌

ଭୁବନେଶ୍ୱର,୯।୧୨(ବ୍ୟୁରୋ): ଗତ କିଛିଦିନ ଧରି ପଦ୍ମପୁର ଉପନିର୍ବାଚନକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଭୁଲ ପ୍ରମାଣିତ ହୋଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମ୍ୟାଜିକ୍‌ ଆଗରେ ବିରୋଧୀ ଚିତ୍‌ପଟାଙ୍ଗ ମାରିଛନ୍ତି। ବିଜେଡି ପ୍ରାର୍ଥୀ ରେକର୍ଡ ବ୍ୟବଧାନରେ ଭାଜପା ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି। ନିର୍ବାଚନରେ କଂଗ୍ରେସ ଅମାନତ ହରାଇଛି।
ପଦ୍ମପୁରକୁ ହାତେଇବାକୁ ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ହେଉଥିଲା। ଧାମନଗର ବିଜୟ ପରେ ଭାଜପା ନେତା ଓ କର୍ମୀଙ୍କ ମଧ୍ୟରେ ଏକ ନୂଆ ଉତ୍ସାହ ଭରି ଯାଇଥିଲା। ପଦ୍ମପୁରରେ ଧାମନଗର ଭଳି ବିଜେଡିକୁ ମାତ୍‌ ଦେବା ପାଇଁ ଭାଜପା ରାଜ୍ୟ ନେତୃତ୍ୱ ଅଣ୍ଟା ଭିଡ଼ିଥିଲେ। ସେଥିତ୍ପାଇଁ ଦଳ ରଣକାୈଶଳ ପ୍ରସ୍ତୁତ କରିଥିଲା। ଚାଷୀ, ରେଳ ପ୍ରକଳ୍ପ ପ୍ରସଙ୍ଗ ସହିତ ବିଜେଡି ପ୍ରାର୍ଥୀଙ୍କୁ ବାହାର ଜିଲାର କହି ନିଜ ସପକ୍ଷରେ ଭୋଟ ନେବା ଲାଗି ପ୍ରୟାସ କରିଥିଲା। ଯଦିଓ ଭାଜପା ନିଜର ଭୋଟ ଗତ ନିର୍ବାଚନ ତୁଳନାରେ ପ୍ରାୟ ସମାନ ରଖିଛି ତେବେ ବିଜୟ ସମ୍ଭାବନାକୁ ନିଜ ସପକ୍ଷରେ ନେବାରେ ସମର୍ଥ ହୋଇନାହିଁ। ଅନ୍ୟପକ୍ଷରେ କଂଗ୍ରେସର ଦୁର୍ବଳ ପ୍ରତିଦ୍ୱିନ୍ଦ୍ୱିତା ବିଜେଡିକୁ ସୁହାଇଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। କଂଗ୍ରେସ ଭୋଟ ବିଜେଡି ନିଜ ସପକ୍ଷରେ ନେବାରେ ସଫଳ ହୋଇଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଜିଲା ଘୋଷଣା ସାଙ୍ଗକୁ ଚାଷୀଙ୍କ ପାଇଁ ଇନ୍‌ପୁଟ ସବ୍‌ସିଡି, କୁଲତା ଏବଂ ମେହେର ସମାଜ ପାଇଁ ଜମି ଓ ଧର୍ମଶାଳା ଯୋଗାଇ ଦେବା ଭଳି ଅନେକ ପ୍ରତିଶ୍ରୁତି ବିଜେଡିକୁ ଫାଇଦା ଦେଇଛି। ତେବେ ଧାମନଗର ଉପନିର୍ବାଚନରେ ହାରିଯିବା ପରେ ମୁଖ୍ୟମନ୍ତ୍ରୀ ଅନ୍ୟ କାହା ଉପରେ ଭରସା ନ କରି ନିଜେ ନିର୍ବାଚନ କାର୍ଯ୍ୟକୁ ତଦାରଖ କରୁଥିଲେ। ବିଜେଡିର ୧୦ରୁ ଊର୍ଦ୍ଧ୍ୱ ମନ୍ତ୍ରୀ ଓ ୬୦ରୁ ଊର୍ଦ୍ଧ୍ୱ ବିଧାୟକ ପଦ୍ମପୁରରେ ରହି ନିର୍ବାଚନ କାର୍ଯ୍ୟକୁ ପରିଚାଳନା କରୁଥିଲେ। ବିଧାନସଭା ଚାଲୁଥିଲେ ମଧ୍ୟ ସେମାନେ ପଦ୍ମପୁରରେ ରହି ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲେ। ତେବେ ଏହି ନିର୍ବାଚନରେ ବ୍ୟାପକ ଅର୍ଥ କାରବାର ହୋଇଥିବା ଉଭୟ ଭାଜପା ଓ ବିଜେଡି ପରସ୍ପର ବିରୋଧରେ ଅଭିଯୋଗ କରିଥିଲେ। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ କହିଛନ୍ତି ଯେ ଏହା ଜନାଦେଶ ନୁହେଁ, ଧନାଦେଶ। ବିଜେଡି ଓ ଭାଜପା ଉଭୟ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାସୀନ ଅଛନ୍ତି। ସେମାନେ ଲୋକଙ୍କୁ ଲୁଟି ରଖିଥିବା ବିପୁଳ ଟଙ୍କାକୁ ଖର୍ଚ୍ଚ କରି ନିର୍ବାଚନ ଜିତୁଛନ୍ତି। ଆଗରୁ ଲୋକମାନେ ପ୍ରାର୍ଥୀ ଓ ତାଙ୍କ କାମକୁ ଦେଖି ଭୋଟ୍‌ ଦେଉଥିଲେ। କିନ୍ତୁ ଏବେ ନିର୍ବାଚନରେ ଯେତିକି ପରିମାଣର ଅର୍ଥ ଖର୍ଚ୍ଚ ହେଉଛି ତାହା କରିବାକୁ କଂଗ୍ରେସ ସକ୍ଷମ ନୁହେଁ। ସେମାନେ ଯେତିକି ପୋଷ୍ଟର ଓ ବ୍ୟାନରରେ ଖର୍ଚ୍ଚ କରିଛନ୍ତି ସେତିକି ଅର୍ଥ କଂଗ୍ରେସର ମୋଟ୍‌ ନିର୍ବାଚନୀ ଖର୍ଚ୍ଚ ନୁହେଁ ବୋଲି ସାହୁ କହିଛନ୍ତି।
ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଶାସକ ଦଳ ବିପୁଳ ଅର୍ଥ ଖର୍ଚ୍ଚ କରିବା ସହ ଇଭିଏମ୍‌ ଟାମ୍ପରିଂ କରିଥିବା ନେଇ ଅଭିଯୋଗ କରିଛନ୍ତି। ତେବେ ଯାହାହେଉ ନା କାହିଁକି ନବୀନଙ୍କ କ୍ରେଜ୍‌ ଆଗରେ ବିରୋଧୀ ହାର ମାନିବାକୁ ବାଧ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?