ପୁଅଙ୍କ ଏମ୍‌ବିବିଏସ୍‌ ଫଳକ ଲଗାଇ ବାପା କରୁଛନ୍ତି ଚିକିତ୍ସା, ନକଲି ଔଷଧ ପ୍ରସ୍ତୁତ କରି ଚାଲିଛି ରୋଗୀଙ୍କୁ ଶୋଷଣ

ଗୋପାଳପୁର,୯।୧-ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଭିତ୍ତିଭୂମିର ବିକାଶ କରୁଛନ୍ତି। ରୋଗୀଙ୍କୁ ଯେଭଳି ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ ସେନେଇ କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ଅଧିକାରୀମାନେ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହ ସମୀକ୍ଷା ମଧ୍ୟ କରୁଛନ୍ତି। ଏସବୁ ସତ୍ତ୍ୱେ ଏଥିରେ ସୁଧାର ଆସୁନାହିଁ। ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ରହୁଛି। ଫଳରେ ରୋଗୀ ନକଲି ଡାକ୍ତରଙ୍କ ଦ୍ବାରା ଶୋଷଣର ଶିକାର ହେଉଛନ୍ତି। ଏଥିସହ ରୋଗୀଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହୁଥିବା ନଜିର ରହିଛି। ଏହିଭଳି ଏକ ଘଟଣାକ୍ରମରେ ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ୁଥିବା ଜଣାପଡ଼ିଛି। ଏହି ଥାନା ଅନ୍ତର୍ଗତ ସୋରଳ ଜଙ୍କଶନ ନିକଟ ଜାଗପୁର ରାସ୍ତାରେ ଏକ ବେଆଇନ କ୍ଲିନିକ ଗଢ଼ି ଉଠିଛି। ଏହି କ୍ଲିନିକରେ ଜନୈକ ବ୍ୟକ୍ତି ଏମ୍‌ବିବିଏସ୍‌ ଫଳକ ଲଗାଇଥିବା ବେଳେ ତାଙ୍କ ବାପା କୌଣସି ଅଭିଜ୍ଞତା ନ ଥାଇ ଡାକ୍ତର ପରିଚୟ ଦେଇ ଦୀର୍ଘବର୍ଷ ହେଲା ରୋଗୀଙ୍କୁ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି। ଏପରିକି ଉକ୍ତ କ୍ଲିନିକରେ ନାଟ୍ୟ କଳାକାର ଓ ଅନଭିଜ୍ଞ ଅଶିକ୍ଷିତ ଯୁବକମାନେ ରୋଗୀଙ୍କୁ ଇଞ୍ଜେକଶନ, ସାଲାଇନ ଦେବା ସହ ଷ୍ଟିଚିଙ୍ଗ କରୁଥିବା ଜଣାପଡ଼ିଛି। ସେଠାରେ ପାଥୋଲୋଜି ଖୋଲାଯାଇ ବିଭିନ୍ନ ପରୀକ୍ଷା ମଧ୍ୟ କରାଯାଉଛି । ଏହା ବ୍ୟତୀତ କ୍ଲିନିକରେ ରୋଗୀଙ୍କୁ ନିମ୍ନମାନର ଔଷଧ ପ୍ରଦାନ କରି ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଭିତିରିଆ ସମ୍ପର୍କ ରଖୁଥିବା ନେଇ ସାଧାରଣରେ ଆଲୋଚନା ହେଉଛି। କ୍ଲିନିକରେ ଏକ ଇନଡୋର ଖୋଲି ବେଡ ପକାଇ ରୋଗୀଙ୍କୁ ଅସ୍ତ୍ରୋପଚାର ଓ ବିଭିନ୍ନ ଚିକିତ୍ସା ମଧ୍ୟ କରାଯାଉଛି। ଡାକ୍ତର ପରିଚୟ ଦେଉଥିବା ବ୍ୟକ୍ତି ଜଣକ ଭିଟାମିନ ଓ କ୍ୟାଲସିୟମ ଔଷଧ ନିଜେ ପ୍ରସ୍ତୁତ କରୁଛନ୍ତି। ଏପରିକି ଔଷଧ ଖୋଳରେ ନିଜର ଫଟୋ ଲଗାଇ ରୋଗୀଙ୍କୁ ସେହି ଔଷଧ ପ୍ରଦାନ କରୁଛନ୍ତି। ଉକ୍ତ ରାସ୍ତାରେ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଜନପ୍ରତିନିଧିମାନେ ଯାତାୟାତ କରୁଥିଲେ ମଧ୍ୟ କିଭଳି ସେମାନଙ୍କ ଦୃଷ୍ଟି ପଡ଼ୁନି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏ ସମ୍ପର୍କରେ ଗଞ୍ଜାମ ସିଡିିଏମ୍‌ଓ ଡା. ବିଜୟ କୁମାର ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରିବାରୁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲାରେ ବେଆଇନ କ୍ଲିନିକରେ ଚଢ଼ାଉ ଜାରି ରହିଛି ବୋଲି ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଳିମାଡ଼ କରି ଦୋକାନରୁ ଲୁଟ୍‌

ଭଦ୍ରକ ଅଫିସ,୧୧ା୧୧: ଗୁଳିମାଡ଼ କରି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ପଞ୍ଚାୟତ ଆରଡ଼ି ଛକ ନିକଟରେ ଥିବା ଏକ ଔଷଧ ଦୋକାନରୁ ଲୁଟ୍‌ ହୋଇଛି।...

ଭରତପୁର ଖଣି ଦୁର୍ଘଟଣା ଅଞ୍ଚଳରେ ଏମ୍‌ସିଏଲ ସିଏମ୍‌ଡି:‘କୋଲ ଇଣ୍ଡିଆ ଇତିହାସରେ ପ୍ରଥମ’

ତାଳଚେର,୩୦ା୭(ନି.ପ୍ର.) ତାଳଚେର ଭରତପୁର କୋଇଲା ଖଣିରେ ଅତଡା ଖସିବା ଘଟଣା ପରେ ମହାନଦୀ କୋଲ ଫିଲ୍‌ଡସ (ଏମ୍‌ସିଏଲ)ର ସିଏମ୍‌ଡି ଭୋଳନାଥ ଶୁକ୍ଳା ସୋମବାର ଦିନିକିଆ ତାଳଚେର...

ଲକ୍‌ଡାଉନ୍‌ ସମୟରେ ୬ଟି ରୁଟ୍‌ରେ ଚାଲିବ ମୋ ବସ୍‌

ଭୁବନେଶ୍ୱର(ସାହାରା ଟାଇମ୍ସ): କରୋନା ଭୂତାଣୁ ସଂକ୍ରମଣ ରୋକିବା ନେଇ ସରକାର ମାର୍ଚ୍ଚ ୨୨ରୁ ୨୯ ତାରିଖ ଯାଏ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି...

ଆର.ଉଦୟଗିରିରେ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ବାଗତ

ଆର.ଉଦୟଗିରି,୩୦ା୧୨(ଡି.ଏନ.ଏ.): ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଗୁରୁବାର ଗଜପତି ଜିଲା ଆର୍‌.ଉଦୟଗିରିରେ ସ୍ବାଗତ କରିଯାଇଛି। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ସହରର...

ଅନେକଙ୍କୁ ଦେଇଛି ରୋଜଗାର: ଭୋଗରାଇ ଆଳୁଦମ୍‌

ଭୋଗରାଇ, ୩।୬(ପ୍ରଦୀପ ଦାସ)-ବାଲେଶ୍ୱର ଜିଲାରେ ଆଳୁଦମ୍‌ ଓ ଆଳୁକଷାର ପ୍ରସିଦ୍ଧି ରହିଛି। ସକାଳ ଓ ସନ୍ଧ୍ୟାରେ ଲୋକେ ମୁଢ଼ି ସହିତ ଆଳୁକଷା ବା ଆଳୁଦମ୍‌ ଖାଇବାକୁ...

ଡିସେମ୍ବର ୧୦ରୁ ଭୁବନେଶ୍ୱରରେ ଡଗ୍‌ ଶୋ’

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ) – ଦୁଇବର୍ଷ ଧରି ବନ୍ଦ ରହିବା ପରେ ଭୁବନେଶ୍ୱରରେ ପୁଣି ହେବ ଡଗ୍‌ ଶୋ’। ଓଡ଼ିଶା କେନେଲ୍‌ କ୍ଲବ ପକ୍ଷରୁ ଡିସେମ୍ବର ୧୦...

କରୋନା ନେଇ ସରପଞ୍ଚଙ୍କ ସହ ଆଲୋଚନା କଲେ ଗଞ୍ଜାମ ଜ଼ିଲ୍ଲାପାଳ

ଛତ୍ରପୁର, ୧୫।୬(ଡି.ଏନ.ଏ.)-ଗଞ୍ଜାମ ଜ଼ିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପର୍ଯ୍ୟନ୍ତ ୬ ଜଣଙ୍କ କରୋନାରେ ମୃତ୍ୟୁ ହେଲାଣି। ସୋମବାର କରୋନା ନେଇ ଗଞ୍ଜାମ ଜିଲାର...

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିଲେ ଏହି ଏଏସ୍‌ଆଇ, ସ୍ପଷ୍ଟ କଲେ ଏସ୍‌ଡିପିଓ

ଝାରସୁଗୁଡ଼ା ଅଫିସ,୨୯।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ ଘଟଣା ହଟଚମଟ ସୃଷ୍ଟି କରିଛି। ଜଣେ ଏଏସ୍‌ଆଇ ତାଙ୍କୁ ଗୁଳିମାଡ଼ କରିଥିବା ସ୍ପଷ୍ଟ ହୋଇଛି। ସେ...

Advertisement
Archives

Model This Week