ପୁଅକୁ କୃଷକ କରିବାକୁ ମା’ ଛାଡିଲେ ୯୦ ହଜାର ଟଙ୍କାର ସରକାରୀ ଚାକିରି

ଆଜମେର,୨୮।୧୧: ରାଜସ୍ଥାନର ଆଜମେରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ସାଧାରଣତଃ ଆଜିକାଲି ସହର ହେଉ କି ଗାଁ ସବୁଠି ଚାକିରିକୁ ବେଶୀ ଗୁରୁତ୍ୱ ଦିଆଯାଉଛି। ଜଣେ କୃଷକ ମଧ୍ୟ ନିଜ ପୁଅ ପାଠ ପଢି ଚାକିରି କରୁ ବୋଲି ଚାହୁଁଛନ୍ତି। କିନ୍ତୁ ଆଜମେରରେ ଜଣେ ଷ୍ଟାଫ୍‌ ନର୍ସ ନିଜ ପୁଅକୁ କୃଷକ କରିବା ପାଇଁ ୯୦ ହଜାର ଟଙ୍କାର ଚାକିରି ଛାଡିଦେଇଛନ୍ତି। ରାଜେନ୍ଦ୍ର ସିଂ ଏବଂ ତାଙ୍କ ସ୍ତ୍ରୀ ଚଞ୍ଚଲ ଉଭୟ ସରକାରୀ ଚାକିରି କରିଛନ୍ତି। ରାଜେନ୍ଦ୍ର ରେଳ ବିଭାଗରେ ଚାକିରି କରିଥିବାବେଳେ ଚଞ୍ଚଲ ସରକାରୀ ଷ୍ଟାଫ୍‌ ନର୍ସ ଅଛନ୍ତି। ତାଙ୍କ ୧୧ ବର୍ଷୀୟ ପୁଅ ଗୁରୁବକ୍ଷ ସିଂଙ୍କୁ କୃଷି ଟ୍ରେନିଂ ଦେବା ପାଇଁ ଇନ୍ଦୋର ନିକଟସ୍ଥ ଏକ ଗ୍ରାମରେ ଦେଢ ଏକର ଜମି କିଣିଛନ୍ତି। ସେଠାରେ ଗୁରୁବକ୍ଷଙ୍କୁ କୃଷି ଟ୍ରେନିଂ ଦିଆଯାଉଛି। ଏନେଇ ଦମ୍ପତ୍ତି ଜଣଙ୍କ କହିଛନ୍ତି, ଯଦିଓ ସହରରେ ଅଧିକ ଟଙ୍କା ରୋଜଗାର କରିହୁଏ କିନ୍ତୁ ଆଜିକାଲି ସେଠାରେ ପରିବେଶ ପ୍ରଦୂଷଣର ମାତ୍ରା ବଢିଛି। ସ୍ବଚ୍ଛ ପାଣି ପିଇବାକୁ ମିଳୁନାହିଁ। ତେଣୁ ପୁଅକୁ ଏକ ସୁସ୍ଥ ଜୀବନ ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛୁ ବୋଲି ଚଞ୍ଚଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଶୋକ ଧାମ ମନ୍ଦିରରେ ଦଳାଚକଟା

ପାଟନା,୧୨।୮: ଶ୍ରାବଣ ମାସର ଶେଷ ସୋମବାରରେ ବିହାର ଲକ୍ଷୀସରାୟ ଜିଲାରେ ଥିବା ଇନ୍ଦ୍ରଦମନେଶ୍ୱର ମହାଦେବ ଅଶୋକ ଧାମ ମନ୍ଦିରରେ ଏକ ଦୁର୍ଘଟଣା ଘଟିଛି। ସୋମବାର ମନ୍ଦିରରେ...

ନିକୋବର ଏବଂ ଉତ୍ତରାଖଣ୍ଡରେ ଭୂକମ୍ପ

ପୋର୍ଟବ୍ଲେୟାର,୧୮।୫: ନିକୋବର ଏବଂ ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୁତ ହୋଇଛି। ନିକୋବରରେ ଶୁକ୍ରବାର ବିଳମ୍ବିତ ରାତି ୧୧ଟା ୫୯ରେ ପ୍ରଥମେ ଭୂକମ୍ପ ହାଇଥିବାବେଳେ ଏହାପରେ ପୁଣି ୧୨ଟା...

ଦଶହରା ରାଲିରେ ପାଓ୍ବାରଙ୍କ ଏଣ୍ଟ୍ରି…

ମୁମ୍ବାଇ, ୩।୯ : ଦଶହରା ରାଲି ପାଇଁ ଉଦ୍ଧବ ଠାକ୍‌ରେ ଏବଂ ଏକନାଥ ଶିନ୍ଦେଙ୍କ ସମର୍ଥକ ଶିବାଜୀ ପାର୍କ ଲାଗି ଆବେଦନ କରିଛନ୍ତି। ଏଭଳି ପରିସ୍ଥିତିରେ...

ପାନୀୟ ଉପଯୋଗୀ ନୁହେଁ ବର୍ଷାଜଳ

ଷ୍ଟକ୍‌ହୋମ୍‌, ୧୧ା୮: ବର୍ଷାଜଳକୁ ସିଧାସଳଖ ପାନୀୟ ଭାବେ ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସୁଇଡେନ୍‌ସ୍ଥିତ ଷ୍ଟକ୍‌ହୋମ୍‌ ୟୁନିଭର୍ସିଟିର ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏଥିରେ...

ଡରିଗଲେ ବଣର ରାଜା, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ରୁମ୍‌ରୁ ଗର୍ଭ ପରୀକ୍ଷା କିଟ୍‌ ମିଳିବାରୁ ଝିଅକୁ ହତ୍ୟା

କୌଶମ୍ବି, ୧୦।୨:ଉତ୍ତର ପ୍ରଦେଶ କୌଶମ୍ବିର ଟେନଶାହ ଆଲାମବାଦ ଗ୍ରାମରେ ଝିଅକୁ ହତ୍ୟା ଅଭିଯୋଗରେ ଦମ୍ପତିଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ୨୧ ବର୍ଷୀୟା ଯୁବତୀଙ୍କ ରୁମ୍‌ରୁ...

ସହକର୍ମୀଙ୍କୁ ଗୁଳିକରି ଯବାନଙ୍କ ଆତ୍ମହତ୍ୟା

କୋଲକାତା,୭।୩ (ପି.ଟି.): ପଶ୍ଚିମବଙ୍ଗର ମୁର୍ଶିଦାବାଦ ସହରରେ ଥିତ୍ବା ଏକ ବିଏସ୍‌ଏଫ୍‌ କ୍ୟାମ୍ପରେ ସୋମବାର ସକାଳେ ଅଭାବନୀୟ ଘଟଣା ଘଟିଛି। ଜଣେ ବିଏସ୍‌ଏଫ୍‌ ଯବାନ ତାଙ୍କ ସହକର୍ମୀଙ୍କୁ...

କୋଭିଡ ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ: ୧୩ ଜଣ କରୋନା ରୋଗୀଙ୍କ ଜୀବନ ଗଲା

ମୁମ୍ବାଇ,୨୩।୪।: ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ବିରାର ଅଞ୍ଚଳରେ ବିଜୟ ବଲ୍ଲଭ କୋଭିଡ ହସ୍ପିଟାଲରେ ଭୟାନକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୩ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି।...

Advertisement
Archives

Model This Week