ପୀଠକୁ ବଢ଼ିଲା ବସ୍‌ ଭଡ଼ା, ଭୋଜି କଲେ ଫି ଆଦାୟ

ଛତ୍ରପୁର,୮ା୨(ଡି.ଏନ.ଏ)-ଗଞ୍ଜାମ ଜିଲାର ଆରାଧ୍ୟା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ । ଚଳିତବର୍ଷ ୫ ପାଳି ଯଥା ଆସନ୍ତା ମାର୍ଚ୍ଚ ୧୦, ୧୭, ୨୪, ୩୧ ଓ ଏପ୍ରିଲ ୭ ତାରିଖରେ ମା’ଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ହେବ । ପାହାଡ ଉପରକୁ ମା’ଙ୍କ ମନ୍ଦିର ନିକଟକୁ ଭକ୍ତମାନଙ୍କୁ ନେବା ପାଇଁ ୧୦ଟି ଘରୋଇ ବସ୍‌ ବ୍ୟବସ୍ଥା ହେବ । ପୂର୍ବବର୍ଷ ବସ୍‌ ଭଡା ୫୦ ଟଙ୍କା ଥିବାବେଳେ ଚଳିତ ବର୍ଷ ୧୦ ଟଙ୍କା ବୃଦ୍ଧି କରାଯାଇଛି । ଜଣପିଛା ବସ୍‌ ଭଡା ୬୦ ଟଙ୍କା ହେବାକୁ ହେବ। ପାହାଡ଼ ପାଦ ଦେଶରେ ଥିବା ନଦୀର ୩ ଘାଟ ମଧ୍ୟରୁ ଗୋଟିଏରେ ଗାଧୁଆ ବନ୍ଦ ରଖାଯିବ ା ଗତବର୍ଷ ଉକ୍ତ ଘାଟରେ ଗାଧୋଉ ଥିବାବେଳେ ୨ଜଣଙ୍କ ମୃତ୍ୟୁ ଘଟିଥିଲା ା ଘାଟ ନିକଟରେ ପର୍ଯ୍ୟାପ୍ତ ଆଲୋକର ବ୍ୟବସ୍ଥା ସହ ଅଗ୍ନିଶମ, ଓଡ୍ରାଫ୍‌ ଓ ପୋଲିସ ଟିମ୍‌ ମୁତୟନ ରହିବେ ା ସେହିପରି ପାହାଡ଼ ତଳେ ଭୋଜି କରୁଥିବା ଲୋକଙ୍କଠାରୁ ଫି ଆଦାୟ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ା ଫି’ ବାବଦରେ ଲୋକଙ୍କୁ ରସିଦ ଦେବା ବାଧ୍ୟତାମୂଳକ କରାଯାଇଛି ା
ମନ୍ଦିର ନିକଟରେ ଥିବା ବଡ଼ଗଛ ବିପଦସଙ୍କୁଳ ଭାବେ ଅଛି କି ନାହିଁ ଅନୁଧ୍ୟାନ କରି ଆବଶ୍ୟକ ପଡ଼ିଲେ କାଟିବାକୁ ସ୍ଥିର ହୋଇଛି ା ରାଇପୁର ଅଞ୍ଚଳ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ଓ ପ୍ଲାଷ୍ଟିକ୍‌ ଫ୍ରି କରାଯିବ ବୋଲି ଜିଲାପାଳ କହିଥିଲେ। ଏଥିସହ ସଫେଇ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ଯାତ୍ରା ବେଳେ ବ୍ରହ୍ମପୁର ମହାନଗର ନିଗମରୁ ୪ଟି ମୋବାଇଲ ଟଏଲେଟ ଆଣି ରଖାଯିବ ା ବିଭିନ୍ନ ଏନଏସିରୁ ୧୦ଟି ଟ୍ୟାଙ୍କର ଓ ସିନଟେକ୍ସ ଆଣି ପାଣିର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ା ମଇଳା ପକାଇଲେ ପୋଲିସ ଓ ତହସିଲଦାର ସମ୍ପୃକ୍ତଙ୍କ ବିରୋଧରେ ମାମଲା ଦାଏର କରିବେ ବୋଲି ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ କହିଥିଲେ ା ଯାତ୍ରା ମଙ୍ଗଳବାରଗୁଡ଼ିକ ମନ୍ଦିର ନିକଟ ଅଞ୍ଚଳରେ ୨୪ ଘଣ୍ଟା ମଦ ଦୋକାନ ବନ୍ଦ ରହିବ ା ଏକ ଏନଫୋର୍ସ ଟିମ୍‌ ମଧ୍ୟ ମୁତୟନ ହେବେ। ସିସି କ୍ୟାମେରା ଲାଗିବ ା ଟ୍ରାଫିକ୍‌, ଆଇନଶୃଙ୍ଖଳା ବ୍ୟବସ୍ଥା ଉନ୍ନତଧରଣର କରିବାକୁ କୁହାଯାଇଛି ା ଡାକ୍ତରଙ୍କ ସହ ଫାଷ୍ଟଏଡ୍‌ ବ୍ୟବସ୍ଥା ରହିବ ବୋଲି ଜଣାପଡିଛି। ପ୍ରସ୍ତୁତି ବୈଠକରେ ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ମନ୍ଦିର ପରିଚାଳନା କମିଟିର ସମ୍ପାଦକ ପ୍ରମୋଦ ପଣ୍ଡା, ମନ୍ଦିର ନିର୍ବାହୀ ଅଧିକାରୀ ଓକିଲ ଟି. କେ. ରେଡ୍ଡୀ, ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ବାଇଁ, ତହସିଲଦାର ଅରୁଣ କୁମାର ନାୟକ, ବିଡିଓ ସୀମାଞ୍ଚଳ ମହାନ୍ତି, ପୁରୁଷୋତ୍ତମପୁର ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ମାତିଛନ୍ତି ‘ଭ୍ୟାନିଟି ବ୍ୟାଗ୍’ ଲୁଟେରା: ଠାକୁରାଣୀଙ୍କ ଯାତ୍ରା ଗହଳିରୁ ଚୋରି କରୁଥିବା ଗ୍ୟାଙ୍ଗ୍‌ର ୪ ଗିରଫ…

ଛତ୍ରପୁର, ୩୦।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା  ସଦର ମହକୁମା ଛତ୍ରପୁର ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ସପ୍ତାହ ହେବ ମା’ ଠାକୁରାଣୀଙ୍କ ଯାତ୍ରା…

ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ଝଡ଼ବର୍ଷା ଯୋଗୁ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ, ଗରମରୁ…

ଭଞ୍ଜନଗର, ୩୦।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୬ଟା…

ଜନଗଣନା ଫର୍ମ ବାଣ୍ଟିଲେ ଜିଲାପାଳ, SIRକୁ ନେଇ ଗଞ୍ଜାମବାସୀ ଉତ୍ସାହିତ

ଛତ୍ରପୁର,୩୦ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଶନିବାରଠାରୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ୍‌ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ…

ଗ୍ରୀଷ୍ମରେ ଖାଲିପଡ଼ିଛି ଭଞ୍ଜନଗର ରକ୍ତଭଣ୍ଡାର, ରକ୍ତଦାତାମାନେ ଆଗକୁ ଆସିବା ପାଇଁ ନିବେଦନ

ଭଞ୍ଜନଗର,୩୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରକ୍ତଭଣ୍ଡାରରେ ବର୍ଷ ତମାମ ରକ୍ତ ମହଜୁଦ ରହିଥାଏ। ଏହାର ମୁଖ୍ୟ କାରଣ ହେଲା ଅଞ୍ଚଳର ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଥା…

ଘରେ ଏକାକୀ ଥିଲେ ମହିଳା, ଛୁରି ଦେଖାଇ ବଳାତ୍କାର କଲେ ଯୁବକ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୩୦ା୫(ଦ୍ୱିତୀକୃଷ୍ଣ ପଣ୍ଡା): ଘରେ ଏକାକୀ ଥିବା ଜଣେ ବିବାହିତା ମହିଳାଙ୍କୁ ଛୁରି ଦେଖାଇ ହତ୍ୟା ଧମକ ଦେଇ ବଳାତ୍କାର କରିଥିବା ଅଭିଯୋଗରେ ହିଞ୍ଜିଳି ପୋଲିସ ଜଣେ ଯୁବକଙ୍କୁ…

SIRର ଲକ୍ଷ୍ୟ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ: ପ୍ରତି ଘରକୁ ୩ ଥର ଯିବେ ବିଏଲଓ

ଭଞ୍ଜନଗର,୩୦।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସଆଇଆର ଉପରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏନେଇ ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ଶନିବାର ଏକ…

ବଡବନ୍ଧ ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ରାଜନୈତିକ ଛକାପଞ୍ଝା: ନିର୍ବାହୀ ଅଧିକାରୀଙ୍କୁ …

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର) :ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଐତିହ୍ୟ ସମ୍ପନ୍ନ ବଡବନ୍ଧ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ପୋଖରୀରୁ  ପଙ୍କ ଉଦ୍ଧାର…

ସଫଳତା ଦିଗରେ ଗଞ୍ଜାମରେ ଲକ୍ଷ୍ୟ ନିକେତନ: ଓପିଏସସିରେ କୃତିତ୍ୱ ଅର୍ଜନ କରିଥିବା ଭଞ୍ଜନଗର ଉପଖଣ୍ଡର ୪ଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର, ୨୯/୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ପ୍ରୟାସରେ ଜିଲ୍ଲାର ଯୁବତୀ-ଯୁବକମାନଙ୍କୁ ୟୁପିଏସସି ଓ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri