ପୀଠକୁ ବଢ଼ିଲା ବସ୍‌ ଭଡ଼ା, ଭୋଜି କଲେ ଫି ଆଦାୟ

ଛତ୍ରପୁର,୮ା୨(ଡି.ଏନ.ଏ)-ଗଞ୍ଜାମ ଜିଲାର ଆରାଧ୍ୟା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ । ଚଳିତବର୍ଷ ୫ ପାଳି ଯଥା ଆସନ୍ତା ମାର୍ଚ୍ଚ ୧୦, ୧୭, ୨୪, ୩୧ ଓ ଏପ୍ରିଲ ୭ ତାରିଖରେ ମା’ଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ହେବ । ପାହାଡ ଉପରକୁ ମା’ଙ୍କ ମନ୍ଦିର ନିକଟକୁ ଭକ୍ତମାନଙ୍କୁ ନେବା ପାଇଁ ୧୦ଟି ଘରୋଇ ବସ୍‌ ବ୍ୟବସ୍ଥା ହେବ । ପୂର୍ବବର୍ଷ ବସ୍‌ ଭଡା ୫୦ ଟଙ୍କା ଥିବାବେଳେ ଚଳିତ ବର୍ଷ ୧୦ ଟଙ୍କା ବୃଦ୍ଧି କରାଯାଇଛି । ଜଣପିଛା ବସ୍‌ ଭଡା ୬୦ ଟଙ୍କା ହେବାକୁ ହେବ। ପାହାଡ଼ ପାଦ ଦେଶରେ ଥିବା ନଦୀର ୩ ଘାଟ ମଧ୍ୟରୁ ଗୋଟିଏରେ ଗାଧୁଆ ବନ୍ଦ ରଖାଯିବ ା ଗତବର୍ଷ ଉକ୍ତ ଘାଟରେ ଗାଧୋଉ ଥିବାବେଳେ ୨ଜଣଙ୍କ ମୃତ୍ୟୁ ଘଟିଥିଲା ା ଘାଟ ନିକଟରେ ପର୍ଯ୍ୟାପ୍ତ ଆଲୋକର ବ୍ୟବସ୍ଥା ସହ ଅଗ୍ନିଶମ, ଓଡ୍ରାଫ୍‌ ଓ ପୋଲିସ ଟିମ୍‌ ମୁତୟନ ରହିବେ ା ସେହିପରି ପାହାଡ଼ ତଳେ ଭୋଜି କରୁଥିବା ଲୋକଙ୍କଠାରୁ ଫି ଆଦାୟ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ା ଫି’ ବାବଦରେ ଲୋକଙ୍କୁ ରସିଦ ଦେବା ବାଧ୍ୟତାମୂଳକ କରାଯାଇଛି ା
ମନ୍ଦିର ନିକଟରେ ଥିବା ବଡ଼ଗଛ ବିପଦସଙ୍କୁଳ ଭାବେ ଅଛି କି ନାହିଁ ଅନୁଧ୍ୟାନ କରି ଆବଶ୍ୟକ ପଡ଼ିଲେ କାଟିବାକୁ ସ୍ଥିର ହୋଇଛି ା ରାଇପୁର ଅଞ୍ଚଳ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ଓ ପ୍ଲାଷ୍ଟିକ୍‌ ଫ୍ରି କରାଯିବ ବୋଲି ଜିଲାପାଳ କହିଥିଲେ। ଏଥିସହ ସଫେଇ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ଯାତ୍ରା ବେଳେ ବ୍ରହ୍ମପୁର ମହାନଗର ନିଗମରୁ ୪ଟି ମୋବାଇଲ ଟଏଲେଟ ଆଣି ରଖାଯିବ ା ବିଭିନ୍ନ ଏନଏସିରୁ ୧୦ଟି ଟ୍ୟାଙ୍କର ଓ ସିନଟେକ୍ସ ଆଣି ପାଣିର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ା ମଇଳା ପକାଇଲେ ପୋଲିସ ଓ ତହସିଲଦାର ସମ୍ପୃକ୍ତଙ୍କ ବିରୋଧରେ ମାମଲା ଦାଏର କରିବେ ବୋଲି ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ କହିଥିଲେ ା ଯାତ୍ରା ମଙ୍ଗଳବାରଗୁଡ଼ିକ ମନ୍ଦିର ନିକଟ ଅଞ୍ଚଳରେ ୨୪ ଘଣ୍ଟା ମଦ ଦୋକାନ ବନ୍ଦ ରହିବ ା ଏକ ଏନଫୋର୍ସ ଟିମ୍‌ ମଧ୍ୟ ମୁତୟନ ହେବେ। ସିସି କ୍ୟାମେରା ଲାଗିବ ା ଟ୍ରାଫିକ୍‌, ଆଇନଶୃଙ୍ଖଳା ବ୍ୟବସ୍ଥା ଉନ୍ନତଧରଣର କରିବାକୁ କୁହାଯାଇଛି ା ଡାକ୍ତରଙ୍କ ସହ ଫାଷ୍ଟଏଡ୍‌ ବ୍ୟବସ୍ଥା ରହିବ ବୋଲି ଜଣାପଡିଛି। ପ୍ରସ୍ତୁତି ବୈଠକରେ ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ମନ୍ଦିର ପରିଚାଳନା କମିଟିର ସମ୍ପାଦକ ପ୍ରମୋଦ ପଣ୍ଡା, ମନ୍ଦିର ନିର୍ବାହୀ ଅଧିକାରୀ ଓକିଲ ଟି. କେ. ରେଡ୍ଡୀ, ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ବାଇଁ, ତହସିଲଦାର ଅରୁଣ କୁମାର ନାୟକ, ବିଡିଓ ସୀମାଞ୍ଚଳ ମହାନ୍ତି, ପୁରୁଷୋତ୍ତମପୁର ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

ନୀଳ ବିପ୍ଳବର ସାରଥି ସୁରେଶନ

ବ୍ରହ୍ମପୁର,୨୮ା୩(ସ୍ମୃତି ରଞ୍ଜନ ମହାଲିକ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତରେଇପାଟପୁର ଗ୍ରାମର ସୁରେଶନ ବେହେରା। ବୟସ ୪୪। ଶିକ୍ଷାଗତ ଯୋଗ୍ୟତା ୭ମ ପାସ। ମାଛ ଯାଆଁଳ ଉତ୍ପାଦନ...

ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ହରିପୁର ମୁହାଣରେ ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ନୂଆ ଗୋଳାବନ୍ଦ ଗ୍ରାମର...

ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି...

ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ: ଶଳା-ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୁଧବାର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ...

ବିଧାୟକ ଟିକେଟ୍‌ ମିଳିବା ପରେ ଖୁସିରେ ନାଚିଲେ ସମର୍ଥକ

ସୋରଡା,୨୭।୩ (ଲମ୍ବୋଦର ପାଣିଗ୍ରାହୀ): ବିଜୁ ଜନତା ଦଳର ସୋରଡା ବିଧାୟୀକା ପ୍ରାର୍ଥୀ ଭାବେ ଏଠାକାର ପୂର୍ବତନ ଏନଏସି ଅଧ୍ୟକ୍ଷା ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ଧର୍ମପତ୍ନୀ...

ହୋଲିରେ ଅଘଟଣ: ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ

ଛତ୍ରପୁର, ୨୬।୩ (ଦିଲ୍ଲୀପ ସାମଲ) : ହୋଲି ଖେଳି ସାରି ଗାଧୋଇବାକୁ ଯାଉଥିବା ବେଳେ ଅଘଟଣ। ଚମାଖଣ୍ଡି ଥାନା ଅନ୍ତର୍ଗତ ମାଙ୍ଗୁଆରୀପେଟା ଗ୍ରାମରେ ଥିବା ଏକ...

ଛତ୍ରପୁର ବିଧାୟକଙ୍କ ଜନସମ୍ପର୍କ ଯାତ୍ରା ଦଳୀୟ ସଙ୍ଗଠନ ନେଇ…

ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଦୋଳପୂର୍ଣ୍ଣିମା ଯାତ୍ରା ଚାଲିଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଶତାଧିକ ଯୁବକଙ୍କ ସହ ଜନସମ୍ପର୍କ ପଦଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri