Posted inଜାତୀୟ

ପିଲାଟସ୍‌ ବିମାନ କିଣାରେ ୩୩୯ କୋଟି ଦୁର୍ନୀତି: ପ୍ରତିରକ୍ଷା ଅଧିକାରୀଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୨୩ା୬: ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୦୯ରେ ୭୫ଟି ପିଲାଟସ୍‌ ପ୍ରଶିକ୍ଷଣ ବିମାନ କିଣିଥିଲା, ଯେଉଁଥିରେ ଦୁର୍ନୀତି ଅଭିଯୋଗ ହୋଇଛି। ଏହି ଘଟଣାରେ ସିବିଆଇ ଭାରତୀୟ ବାୟୁସେନା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର କେତେଜଣ ଅଧିକାରୀଙ୍କ ସମେତ ବିବାଦୀୟ ଅସ୍ତ୍ର ବ୍ୟବସାୟୀ ସଞ୍ଜୟ ଭଣ୍ଡାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିସହିତ ସିବିଆଇ ଭଣ୍ଡାରୀଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଶନିବାର ଚଢ଼ାଉ କରିଛି। ସ୍ବିଜରଲାଣ୍ଡର ପିଲାଟସ୍‌ ଏୟାରକ୍ରାଫ୍ଟ ଲିଃକୁ ମଧ୍ୟ ଅଭିଯୁକ୍ତ କରାଯାଇଛି। ଏହି ବିମାନ କିଣାରେ ୩୩୯ କୋଟି ଟଙ୍କା ଲାଞ୍ଚ କାରବାର ଅଭିଯୋଗ ହୋଇଛି।
ପାଇଁ ୨୮୯୫ କୋଟି ଟଙ୍କାରେ ୭୫ଟି ପିଲାଟସ୍‌ ବେସିକ୍‌ ଟ୍ରେନର୍‌ ବିମାନ କିଣିବା ଲାଗି ୨୦୦୯ରେ ସ୍ବିଜରଲାଣ୍ଡ କମ୍ପାନୀ ସହ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ସିବିଆଇ ତିନିବର୍ଷ ଧରି ତଦନ୍ତ ଚଳାଇବା ପରେ ଦୁର୍ନୀତି ଅଭିଯୋଗର ସତ୍ୟତା ଥିବା ଜାଣିବାକୁ ପାଇଛି। ଅଫ୍‌ସେଟ ଇଣ୍ଡିଆ ସଲ୍ୟୁଶନ୍ସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଭଣ୍ଡାରୀ ଏବଂ ବିମଳ ସରିନ୍‌ଙ୍କ ସହ ସୁଇସ୍‌ କମ୍ପାନୀ ଅପରାଧ ଷଡଯନ୍ତ୍ରରେ ସାମିଲ ଥିବା ସିବିଆଇ ଅଭିଯୋଗ କରିଛି। ଉକ୍ତ କମ୍ପାନୀ ୨୦୧୦ ଜୁନ୍‌ରେ ଭଣ୍ଡାରୀଙ୍କ ସହ ଅସାଧୁ ଭାବେ ସେବା ପ୍ରଦାନକାରୀ ରାଜିନାମା ସ୍ବାକ୍ଷର କରିଥିଲା, ଯାହା ପ୍ରତିରକ୍ଷା ସାମଗ୍ରୀ କିଣା ପ୍ରକ୍ରିୟା,୨୦୦୮ର ଉଲ୍ଲଂଘନ। ପ୍ରଶିକ୍ଷଣ ବିମାନ ଯୋଗାଣ ଠିକା ପାଇବା ପାଇଁ ସୁଇସ୍‌ କମ୍ପାନୀ ଏଭଳି କରିଥିବା ଅଭିଯୋଗ ହୋଇଛି। କମ୍ପାନୀ ୨୦୧୦ ଅଗଷ୍ଟ ଓ ଅକ୍ଟୋବରରେ ଦୁଇଟି କିସ୍ତିରେ ନୂଆଦିଲ୍ଲୀର ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କ ଜରିଆରେ ଅଫସେଟ୍‌ ଇଣ୍ଡିଆ ସଲ୍ୟୁଶନ ପ୍ରାଇଭେଟ ଲିମିଟେଡର ଆକାଉଣ୍ଟକୁ ୧୦ ଲକ୍ଷ ସୁଇସ୍‌ ଫ୍ରାଙ୍କ୍‌ ପଠାଇଥିଲା। ଏହା ବ୍ୟତୀତ ୨୦୧୧ରୁ ୨୦୧୫ ମଧ୍ୟରେ ଭଣ୍ଡାରୀଙ୍କର ଦୁବାଇସ୍ଥିତ ଅଫସେଟ୍‌ ଇଣ୍ଡିଆ ସଲ୍ୟୁଶନ୍ସ ଏଫ୍‌ଜେଡସିକୁ ୩୫୦ କୋଟି ଟଙ୍କା ପଠାଯାଇଥିଲା। ଜାଣିଶୁଣି ଭଣ୍ଡାରୀଙ୍କ ସହ ସେବା ପ୍ରଦାନକାରୀ ଚୁକ୍ତିନାମାକୁ ଲୁଚାଇବା ଲାଗି ପିଲାଟସ୍‌ ଅସାଧୁ ତଥା ଜାଲିଆତି କରି ୨୦୧୦ ନଭେମ୍ବର ୧୨ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ପ୍ରାକ୍‌ ଠିକା ଚୁକ୍ତିନାମା ସ୍ବାକ୍ଷର କରିଥିଲା ବୋଲି ସିିବିଆଇ କହିଛି। ଭାରତ ଓ ଦୁବାଇରେ ଥିବା ଭଣ୍ଡାରୀଙ୍କ କମ୍ପାନୀକୁ ପିଲାଟସ୍‌ ଟଙ୍କା ପୈଠ କରିଥିଲେ ହେଁ ଏହାକୁ ଲୁଚାଇଥିବା ତଦନ୍ତରୁ ଜଣାପଡିଥିଲା। ତେଣୁ ବିମାନ କିଣା କାରବାରରେ ସମ୍ପୃକ୍ତ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ବାୟୁସେନା ଅଧିକାରୀଙ୍କୁ ପ୍ରଭାବିତ କରିବା ଲାଗି ଏହି ଅର୍ଥ କମିଶନି ଦିଆଯାଇଥିବା ସନ୍ଦେହ କରାଯାଉଛି। ପିଲାଟସ୍‌ ୨୦୧୨ ମେ ୨୪ରେ ୨୮୨୯.୬୩ କୋଟି ଟଙ୍କାର ଉକ୍ତ ଠିକା ପାଇଥିଲା। ଭଣ୍ଡାରୀ ଓ ତାଙ୍କ ସ୍ତ୍ରୀ ସୋନିଆ ଭଣ୍ଡାରୀଙ୍କ ନାଁରେ ଥିବା କମ୍ପାନୀ ୨୦୧୨ ଜୁନରୁ ୨୦୧୫ ମାର୍ଚ୍ଚ ମଧ୍ୟରେ ୨୫.୫ କୋଟି ଟଙ୍କା ଦୀପକ ଅଗ୍ରଓ୍ବାଲଙ୍କ ବିଭିନ୍ନ କମ୍ପାନୀ ମାଧ୍ୟମରେ ପାଇଥିଲେ। ଏହି କାରବାରରେ ଅଗ୍ରଓ୍ବାଲଙ୍କ ସହ ହିମାଂଶୁ ବର୍ମାଙ୍କ କମ୍ପାନୀ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼: ବଢ଼ିଲା ଅଣ୍ଡା ଦର, ଏତିକି ଟଙ୍କା ହେବ ଚିକେନ ଦାମ୍

ନୂଆଦିଲ୍ଲୀ,୨୬।୮: ଦୈନନ୍ଦିନ ଖାଦ୍ୟସାମଗ୍ରୀର ବୃଦ୍ଧିପାଉଥିବା ଦରଦାମ୍ ମଧ୍ୟରେ ଏବେ ଅଣ୍ଡା ଦର ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇଦେଇଛି । ବିଗତ ଗୋଟିଏ ବର୍ଷ ମଧ୍ୟରେ ଅଣ୍ଡା ମୂଲ୍ୟରେ…

ବୋମା ଗିଳିଦେଲା ଷଣ୍ଢ, ଚାଲିଗଲା ଜୀବନ

ବାଙ୍କୀ,୨୬ା୮(ଶୁଭେନ୍ଦୁ ମହାପାତ୍ର): ବାର୍‌ହା ଶିକାର ପାଇଁ ଖଞ୍ଜା ହୋଇଥିଲା ବୋମା। କିନ୍ତୁ ବାର୍‌ହା ବଦଳରେ ଶିକାର ସାଜିଲା ଷଣ୍ଢ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ…

ବଡ଼ ଆଲର୍ଟ ଜାରି କଲା RBI, ଚିନି-ପିଆଜ ପରେ ଆହୁରି ମହଙ୍ଗା ହେବ…

ନୂଆଦିଲ୍ଲୀ, ୨୬।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୨୫ ଅଗଷ୍ଟ ୨୦୨୬ରେ ଜାରି କରିଥିବା ନିଜର ମାସିକ ବୁଲେଟିନ୍‌ରେ ଅଗଷ୍ଟ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ…

ସ୍ବାମୀଜୀଙ୍କ ଲକ୍ଷ୍ୟ କାର୍ଯ୍ୟକାରୀ କରିବ ବିଶ୍ୱ ହିନ୍ଦୁ ପରିଷଦ: ଅକ୍ଟୋବର ୩୦ରେ…

ଭଞ୍ଜନଗର, ୨୬।୮(ବାବୁଲା ପ୍ରଧାନ):ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅଧୁରା ଲକ୍ଷ୍ୟକୁ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକାରୀ କରିବ ବୋଲି ଘୁମୁସର ଜିଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି।…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

କର୍ଲାମୁଣ୍ଡା,୨୬।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉତ୍କଳମଣି ସାହୁଙ୍କ ବୁଧବାର ଭୋର ପ୍ରାୟ ୪ଟା ସମୟରେ ୭୫ ବର୍ଷ ବୟସରେ…

ଶ୍ରୀମନ୍ଦିର ପରିସରରେ ଦୁଇ ଭକ୍ତ ଗୋଷ୍ଠୀ ମଧ୍ୟରେ ହାତାହାତି

ପୁରୀ,୨୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିସରରେ ବୁଧବାର ସକାଳେ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦର୍ଶନକୁ ନେଇ ଦୁଇ ଗୋଷ୍ଠୀ ଭକ୍ତଙ୍କ ମଧ୍ୟରେ ହାତାହାତି…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ପୁଣି ମହଙ୍ଗା ହେଲା ଚିନି ଦର, ଜାଣନ୍ତୁ ଏବେ କେତେ ରେଟ୍‌

ନୂଆଦିଲ୍ଲୀ, ୨୬।୮: ପର୍ବପର୍ବାଣୀ ଯେତିକି ପାଖେଇ ଆସୁଛି, ଚିନି ଦର ସେତିକି କମିବା ବଦଳରେ ବଢ଼ିବାରେ ଲାଗିଛି। ଚିନି ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଚିନ୍ତା…

TMCରେ ବଡ଼ ହଲଚଲ: ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ଅଡୁଆ ବଢ଼ିଲା! ୭ ଦିନରେ…

କୋଲକାତା,୨୬।୮: ବିଦ୍ରୋହୀ ସାଂସଦମାନଙ୍କ ଜବାବ ମିଳିବା ପରେ ଲୋକସଭା ବାଚସ୍ପତିଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବିଦ୍ରୋହୀ ସାଂସଦମାନେ NCPIରେ ଯୋଗଦେବା ନିଷ୍ପତ୍ତିକୁ ସମ୍ବିଧାନର ଦଶମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri