Posted inଜାତୀୟ

ପିତାଙ୍କୁ ଦେଖି କାନ୍ଦିଲେ ନିର୍ଭୟା ଦୋଷୀ ବିନୟ ଶର୍ମା

ନୂଆଦିଲ୍ଲୀ,୧୫।୧: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀମାନେ କରିଥିବା ଶେଷ ପ୍ରୟାସ ବି ଫେଲ ମାରିଛି। ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ପାଇବାକୁ ଥିବା ନିର୍ଭୟା ଦୋଷୀ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ହେଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଫଳରେ ଏବେ ୪ ଜଣ ଦୋଷୀ ଫାଶୀ ପାଇବା ସୁନିଶ୍ଚିନ୍ତ ହୋଇଯାଇଛି। ଏହା ଜାଣି ୪ ଦୋଷୀଙ୍କ ପ୍ରତିକ୍ରିୟା ବି ଆସିବାକୁ ଲାଗିଲାଣି। ଫାଶୀରୁ ବର୍ତ୍ତିବା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କ ମଧ୍ୟରୁ ବିନୟ ଶର୍ମା ଓ ମୁକେଶ କୁମାର କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ସୁପ୍ରିମକୋର୍ଟଙ୍କ ଦ୍ୱାରା ଏହା ଖାରଜ ହେବା ପରେ ବିନୟ ନିଜ ପିତାଙ୍କୁ ଦେଖି ଜୋରରେ କାନ୍ଦିବାକୁ ଲାଗିଥିଲେ। ସେହିପରି ମୁକେଶ ଭୟଭୀତ ହୋଇଯାଇଥିଲେ। ଅନ୍ୟ ୨ ଜଣ ଦୋଷୀ ପବନ ଗୁପ୍ତା ଓ ଅକ୍ଷୟ ସିଂହଙ୍କ ପ୍ରତିକ୍ରିୟା ସାମାନ୍ୟ ଥିଲା। ଅକ୍ଷୟ ଫୋନରେ ସ୍ତ୍ରୀଙ୍କ ସହ କଥା ହୋଇଥିଲେ। ଜେଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ୪ ଜଣ ଦୋଷୀ ଏପର୍ଯ୍ୟନ୍ତ ମଧ୍ୟ ନିଜ ଦୋଷ ସ୍ବୀକାର କରିନାହାନ୍ତି। ସ୍ବଭାବିକ ଭାବରେ ସେମାନେ ଖାଦ୍ୟଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ କୌଣସି ପଶ୍ଚାତାପ ଦେଖିବାକୁ ମିଳିନାହିଁ।
୨୦୧୨ ଡିସେମ୍ବର ୧୬ ତାରିଖ ରାତିରେ ୨୩ ବର୍ଷୀୟ ପାରା ମେଡିକାଲ ଛାତ୍ରୀଙ୍କୁ ଜଣେ ନାବାଳକ ସମେତ ୬ ଜଣ ଯୁବକ ଚଳନ୍ତା ବସରେ ଗଣଦୁଷ୍କର୍ମ କରିବା ପରେ ତଳକୁ ଫୋପାଡି ଦେଇଥିଲେ। ଡିସେମ୍ବର ୨୯ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଥିଲା। ରାମ ସିଂହ ନାମକ ଜଣେ ଯୁବକ ଜେଲରେ ଆତ୍ମହତ୍ୟା କରିଥିଲେ। ସେହିପରି ୩ ବର୍ଷ ପରେ ନାବାଳକ ଜଣଙ୍କୁ ଜେଲରୁ ଖଲାସ କରାଯାଇଛି। ଏବେ ୪ ଜଣ ଯୁବକ ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ସିଂହ ଠାକୁର ଓ ମୁକେଶ ସିଂହ ଫାଶୀ ଦଣ୍ଡ ପାଇବାକୁ ଅଛନ୍ତି। ଏମାନେ ସମସ୍ତେ ତିହାର ଜେଲରେ ବନ୍ଦୀ ଭାବେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର କଳା ପୋଷାକ ପିନ୍ଧି ବିକ୍ଷୋଭକୁ ଭିନ୍ନ ରୂପ ଦେଲେ ଶାହା, ରାମ ମନ୍ଦିର ସହ ଯୋଡ଼ିଲେ

ନୂଆଦିଲ୍ଲୀ,୫।୮: କଂଗ୍ରେସ ପକ୍ଷରୁ ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟାକୁ ନେଇ କରାଯାଇଥିବା ବିକ୍ଷୋଭକୁ ନେଇ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ...

ଦିଲ୍ଲୀରେ ପୁଣି ବଢୁଛି ବାୟୁ ପ୍ରଦୂଷଣ : ସାନି କଟକଣା ଜାରି

ନୂଆଦିଲ୍ଲୀ,୪।୧୨ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ବୃଦ୍ଧି ପାଇଛି। ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଲାଗି ଦିଲ୍ଲୀ କର୍ତ୍ତୃପକ୍ଷ ସାନି କଟକଣା ଜାରି କରିଛନ୍ତି। ରାଜଧାନୀରେ ସମସ୍ତ...

ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ୧୦୦୧ ଶିଡ଼ି ଚଢି ମନ୍ଦିରରେ ପ୍ରାର୍ଥନା କଲେ ଭାଜପା ଏମ୍‌ପି

ବେଙ୍ଗାଲୁରୁ, ୧୯।୭: କର୍ନାଟକରେ ଏବେ ଚାଲିଛି ରାଜନୈତିକ ନାଟକ। କ୍ଷମତା ପାଇଁ ଚାଲିଛି ଜୋରଦାର ଲଢେଇ। ବିଧାନସଭାରେ ଆସ୍ଥା ଭୋଟ ପୂର୍ବରୁ ଭାଜପା ସାଂସଦ ଶୋଭା...

ପିଲାଦିନ ବନ୍ଧୁଙ୍କୁ ପ୍ରେମ ବିବାହ କଲେ ଯୁବତୀ: ମର୍ମାହତ ହୋଇ ବାପା ବାଣ୍ଟିଲେ ଶ୍ରାଦ୍ଧ କାର୍ଡ

ଭୋପାଳ,୪।୮: ମଧ୍ୟପ୍ରଦେଶ ମନ୍ଦସୋର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ଅଫଜଲପୁର ଥାନା ଅନ୍ତର୍ଗତ କୁଚଦୌଡ଼ ଗାଁରେ ଜଣେ ୧୯ ବର୍ଷ ବୟସ୍କା ଯୁବତୀ...

ଦେଶରେ ୧୬୧.୯୨ କୋଟିରୁ ଅଧିକ ଡୋଜ୍‌ ଟିକା ଦିଆସରିଲାଣି

ନୂଆଦିଲ୍ଲୀ,୨୩ା୧: ସାରା ଦେଶରେ କରୋନା ଭୂତାଣୁ ରେକର୍ଡ ଭାଙ୍ଗି ଚାଲିଛି। ତେବେ ଭାରତରେ ଟିକାକରଣ ଅଭିଯାନ ମଧ୍ୟ ଜୋର୍‌ସୋରରେ ଚାଲିଛି। ଏହି ପର୍ଯ୍ୟାୟରେ, ଭାରତରେ ଟିକାକରଣ...

ବାୟୁ ସେନାକୁ ବଡ଼ ସଫଳତା

ନୂଆଦିଲ୍ଲୀ,୨୯।୧୦: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଦୂରଗାମୀ ବୋମା (ଏଲ୍‌ଆର୍‌)କୁ ସଫଳତାର ସହ ପରୀକ୍ଷା କରିଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ...

ବାନ୍ଦିପୋରା ଜଙ୍ଗଲରେ ଏନ୍‌କାଉଣ୍ଟର, ୨ ଆତଙ୍କବାଦୀ ନିହତ…

ଶ୍ରୀନଗର,୨୪।୭: ଜମ୍ମୁ-କଶ୍ମୀରରେ ଅତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଉତ୍ତର କଶ୍ମୀରର ବାନ୍ଦିପୋରାରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ...

ନିର୍ବାଚନ ପ୍ରଚାର ସମୟରେ ଶିବସେନା ଏମ୍‌ପିଙ୍କୁ ଛୁରାମାଡ଼

ମୁମ୍ବାଇ,୧୬।୧୦: ମହାରାଷ୍ଟ୍ର ଉସ୍ମାମାନାବାଦର ଏମ୍‌ପି ଓମ୍‌ ରାଜେ ନିମ୍ବାଲକରଙ୍କୁ ବୁଧବାର ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଏଥିରେ ସେ ଆହତ ହୋଇଥିବା ସୂଚନା ମିଳିଛି।...

Advertisement
Archives

Model This Week