Posted inଜାତୀୟ

ପିଟରଙ୍କୁ ଜାମିନ, ହେଲେ ଏବେ ମୁକୁଳିବେନି

ମୁମ୍ବାଇ,୭-୨(ପି.ଟି.):ବହୁଚର୍ଚ୍ଚିତ ଶିନା ବୋରା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ ମିଡିଆ ବାରୋନ୍‌ ପିଟର ମୁଖାର୍ଜୀଆଙ୍କୁ ଆଶ୍ୱସ୍ତି ମିଳିଛି। ଏହି ହତ୍ୟାକାଣ୍ଡରେ ପିଟରଙ୍କ ବିରୋଧରେ ବିଶେଷ ପ୍ରମାଣ ନ ଥିବାରୁ ଗୁରୁବାର ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଜଷ୍ଟିସ୍‌ ନୀତିନ ସାମ୍ବ୍ରେ ପିଟରଙ୍କୁ ୨ ଲକ୍ଷ ଟଙ୍କାର ବେଲ୍‌ ବଣ୍ଡ୍‌ରେ ଜାମିନ ଦେଇଥିବାବେଳେ ଏହି ରାୟ ଉପରେ ୬ ସପ୍ତାହ ପାଇଁ ସ୍ଥଗିତାଦେଶ ଜାରି କରାଯାଇଛି। ଏଥିଯୋଗୁ ପିଟର ଏବେ ଜେଲରେ ହିଁ ରହିବେ।
ମିଳିଥିବା ସସର୍ତ୍ତ ଜାମିନରେ ନିର୍ଦ୍ଦେଶ ଦିଆଯାଇଛି ଯେ, ସେ ତାଙ୍କର ପୁଅ ରାହୁଲ ମୁଖାର୍ଜୀଆ ଓ ଝିଅ ବିଧି ମୁଖାର୍ଜୀଆଙ୍କ ସମେତ ମାମଲାର ଅନ୍ୟ ସାକ୍ଷୀମାନଙ୍କୁ ଯୋଗାଯୋଗ କରିବେ ନାହିଁ। ତେବେ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ସୁପ୍ରିମକୋର୍ଟରେ ଅପିଲ ଫାଇଲ୍‌ କରିବାକୁ ସୁଯୋଗ ଦେବା ସକାଶେ ବେଲ୍‌ ଅର୍ଡର ଉପରେ ୬ ସପ୍ତାହ ପାଇଁ ସ୍ଥଗିତାଦେଶ ଜାରି କରାଯାଇଛି। ରାୟ ଦେବା ବେଳେ ହାଇକୋର୍ଟ କହିଛନ୍ତି, ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ପିଟର ଭାରତରେ ନ ଥିଲେ। ଆବେଦନକାରୀ ପିଟର ଜେଲରେ ୪ ବର୍ଷ ରହିସାରିଲେଣି। ଇତିମଧ୍ୟରେ ତାଙ୍କର ବାଇପାସ୍‌ ସର୍ଜରି କରାଯାଇଛି। ରାଜସାକ୍ଷୀ ଶ୍ୟାମବର ରାଏଙ୍କ ବୟାନକୁ ଛାଡ଼ିଦେଲେ ଏହି ଷଡ଼ଯନ୍ତ୍ରରେ ପିଟରଙ୍କ ସମ୍ପୃକ୍ତି ନେଇ ଅନ୍ୟ କିଛି ପ୍ରମାଣ ନାହିଁ। ୨୦୧୨ ଏପ୍ରିଲ ୨୪ରେ ଶିନା ବୋରା ହତ୍ୟାକାଣ୍ଡରେ ପିଟରଙ୍କ ପୂର୍ବତନ ସ୍ତ୍ରୀ ଇନ୍ଦ୍ରାଣୀ ମୁଖାର୍ଜୀଆ ଓ ତାଙ୍କର ପୂର୍ବତନ ସ୍ବାମୀ ସଞ୍ଜୀବ ଖାନ୍ନାଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଥିବା ସିବିଆଇ ପକ୍ଷରୁ ଅଭିଯୋଗ ହୋଇଛି। ପ୍ରକାଶ ଯେ ୨୦୧୫ ନଭେମ୍ବର ୧୯ରେ ୬୪ ବର୍ଷୀୟ ପିଟରଙ୍କୁ ତାଙ୍କ ମୁମ୍ବାଇ ବାସଭବନରୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ୨୦୧୫ ଏପ୍ରିଲ ମାସରେ ମୁଖ୍ୟ ଅଭିଯୁକ୍ତ ତଥା ତାଙ୍କ ପୂର୍ବତନ ସ୍ତ୍ରୀ ଇନ୍ଦ୍ରାଣୀ ଏବଂ ସଞ୍ଜୀବ ଖାନ୍ନା ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି। ପ୍ରକାଶ ଯେ ୨୪ ବର୍ଷୀୟା ଶିନା ହେଉଛନ୍ତି ଇନ୍ଦ୍ରାଣୀଙ୍କ ଝିଅ। ଡ୍ରାଇଭର ଶ୍ୟାମବର ରାଏ ୨୦୧୫ରେ ଗିରଫ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବ ସରକାରଙ୍କ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ୧୧ ହଜାରରୁ ଅଧିକ ଲୋକଙ୍କୁ ମିଳିବ ସମ୍ପତ୍ତି ଅଧିକାର…

ନୂଆଦିଲ୍ଲୀ,୯।୩ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଞ୍ଜାବ ସରକାରଙ୍କ ଏକ ବିଲକୁ ଅନୁମୋଦନ କରିଛନ୍ତି। ଯାହା ପରେ ଏହା ଆଇନରେ ପରିଣତ ହୋଇଛି । ଏହି...

କିଛି ଦିନ ଏକାଠି ରହିବା ‘ଲିଭ୍‌ ଇନ୍‌’ ନୁହେଁ, ହାଇକୋର୍ଟଙ୍କ ରାୟ…

ଚଣ୍ଡିଗଡ଼, ୧୩।୧୨: ଦୁଇଜଣ ବୟସ୍କ ବ୍ୟକ୍ତି କିଛି ଦିନ ଧରି ଏକାଠି ରହିଲେ ଏହାକୁ ଲିଭ-ଇନ ରିଲେଶନଶିପ୍‌ କୁହାଯିବ ନାହିଁ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ...

ରାହୁଲଙ୍କୁ ବାଧ୍ୟ କରି ପାରିବୁ ନାହିଁ, କଂଗ୍ରେସ ଅଧ୍ୟକ୍ଷ ନେଇ ଦିଗବିଜୟଙ୍କ ଉତ୍ତର…

ନୂଆଦିଲ୍ଲୀ, ୨୩।୮ : କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ରାହୁଲ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ କରିବା ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ...

ଏହି ରାଜ୍ୟରେ ଡିସେମ୍ବର ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ: ୪ଟି ଜିଲାରେ ରାତ୍ରକାଳୀନ କର୍ଫ୍ୟୁ ଘୋଷଣା

ଶିମଲା,୨୩।୧୧: ହିମାଚଳ ପ୍ରଦେଶରେ କରୋନାର ବର୍ଦ୍ଧିତ ମାମଲାକୁ ଦେଖି ଡିସେମ୍ବର ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।...

ନିକଟରେ ଲକ୍‌ଡାଉନ ପାଇଁ ନାହିଁ କୌଣସି ଯୋଜନା: କେଜରିଓ୍ବାଲ

ନୂଆଦିଲ୍ଲୀ,୧୫।୬: ରାଜଧାନୀ ଦିଲ୍ଲୀରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। ଅନୁମାନ କରାଯାଉଥିଲା କି...

ଶେଷରେ ଗୁଲାମନବୀ ନିଜକୁ ଆଜାଦ କଲେ, କଂଗ୍ରେସକୁ ଜ୍ୟୋତିରାଦିତ୍ୟଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ, ୨୭।୮ : ଭେଟେରାନ ନେତା ଗୁଲାମ ନବୀ ଆଜାଦ ଶୁକ୍ରବାର କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇ ଦଳକୁ ଏକ ବଡ ଝଟକା ଦେଇଛନ୍ତି।...

ପରାଜୟ ପରେ କାର୍ଯ୍ୟକର୍ତ୍ତାଙ୍କୁ ବିଦା କଲେ ମାୟାବତୀ

ଲକ୍ଷ୍ନୌ,୩ା୬(ଆଇଏଏନ୍‌ଏସ୍‌): ଲୋକ ସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିଏସ୍‌ପି ସୁପ୍ରିମୋ ମାୟାବତୀ ୬ ରାଜ୍ୟର ନିର୍ବାଚନ ସଂଯୋଜକ ଏବଂ ଦୁଇ ରାଜ୍ୟର ବିଏସ୍‌ପି ସଭାପତିଙ୍କୁ...

ଦେଶରେ ୨୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭୫ ନୂଆ କରୋନା...

Advertisement
Archives

Model This Week