Posted inଜାତୀୟ

ପିଓକେରେ ୩ ଶହ ଆତଙ୍କବାଦୀଙ୍କୁ ଏକତ୍ରିତ କରିଛି ପାକିସ୍ତାନ ସୈନ୍ୟ ବାହିନୀ: ଗୋଇନ୍ଦା ରିପୋର୍ଟ

ଶ୍ରୀନଗର,୨୫।୬: ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ପୁଣି ପାକିସ୍ତାନ ସୈନ୍ୟ ବାହିନୀ ଆରମ୍ଭ କରିଛି ଆତଙ୍କବାଦୀ ଅନୁପ୍ରବେଶ ପ୍ରସ୍ତୁତି। ଏଠାରେଥିବା ୧୧ଟି ଲଞ୍ଚ୍‌ପ୍ୟାଡ୍‌ରେ ୩ ଶହରୁ ଅଧିକ ଆତଙ୍କବାଦୀଙ୍କୁ ଏକତ୍ରିତ କରାଯାଇଛି। ସୁଯୋଗ ଦେଖି ଭାରତରେ ଅନୁପ୍ରବେଶ ପାଇଁ ଆତଙ୍କବାଦୀମାନେ ଯୋଜନା କରୁଛନ୍ତି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ନିୟନ୍ତ୍ରଣ ରେଖାର ପୁଞ୍ଚ୍‌ ଏବଂ ନୌଶେରା ସେକ୍ଟରରେ ଅଧିକ ଆତଙ୍କବାଦୀଙ୍କୁ ଏକତ୍ରିତ କରାଯାଇଛି। ଏସବୁ ଲଞ୍ଚ୍‌ ପ୍ୟାଡ୍‌ରେ ଲଶ୍କର-ଇ-ତୋଏବା, ଅଲ୍‌ ବଦର ଏବଂ ଜୈଶ୍‌-ଇ-ମହମ୍ମଦ୍‌ ସଂଗଠନର ତାଲିମପ୍ରାପ୍ତ ଆତଙ୍କବାଦୀଙ୍କୁ ଏକତ୍ରିତ କରାଯାଇଥିବା ଗୋଇନ୍ଦା ରିପୋର୍ଟରେ ଦର୍ଶାଯାଇଛି। ପୁଞ୍ଚ୍‌ରେ ୫୧ ଆତଙ୍କବାଦୀଙ୍କୁ ଏକତ୍ରିତ କରାଯାଇଥିବାବେଳେ ନୌଶେରା ସେକ୍ଟରରେ ୫୩ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ସୁଯୋଗକୁ ଅପେକ୍ଷା କରିଛନ୍ତି। ସେହିପରି ସେକ୍ଟରରେ ୧୪, ତଙ୍ଗଧାରରେ ୧୯, କେରନ୍‌ରେ ୧୪, ଉରିରେ ୨୫, ନୌଗାମ୍‌ରେ ୨୫ ଏବଂ ଗୁଲମାର୍ଗର ସଟେ ସେକ୍ଟରରେ ୩୪ ଆତଙ୍କବାଦୀ ଆଇଏସ୍‌ଆଇ ଇଶାରାକୁ ଚାହିଁ ବସିଛନ୍ତି। ସାମ୍ବା ସେକ୍ଟରରେ ୯ ଏବଂ ରାମଗଢ଼ ସେକ୍ଟରରେ ୧୫ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ଲାଗି ଯୋଜନା ପ୍ରସ୍ତୁତ କରୁଥିବା ରିପୋର୍ଟରେ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?