ପିଓକେରେ ଶକ୍ତିଶାଳୀ ଭୂକମ୍ପ:୨୬ ମୃତ

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୨୫-୯(ପି.ଟି.) :ପାକ୍‌-ଅଧିକୃତ କଶ୍ମୀର (ପିଓକେ)ରେ ମଙ୍ଗଳବାର ଅପରାହ୍ନରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ୫.୮ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ରାଜଧାନୀ ଇସ୍‌ଲାମାବାଦ ସମେତ ପାକିସ୍ତାନର ଉତ୍ତରଭାଗର ଅନେକ ଅଞ୍ଚଳ ଥରିଉଠିଛି। ଏଥିରେ ଅନୂ୍ୟନ ୨୬ ଜଣ ପ୍ରାଣ ହରାଇଥିବାବେଳେ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧିପାଇପାରେ ବୋଲି ଆଶଙ୍କା କରାଯାଉଛି। ୮ରୁ ୧୦ ସେକେଣ୍ଡ ଧରି ଅନୁଭୂତ ହୋଇଥିବା ଭୂକମ୍ପର କେନ୍ଦ୍ରସ୍ଥଳ ପିଓକେର ନ୍ୟୁ ମିରପୁର ବୋଲି ଆମେରିକାର ଜିଓଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏହି ଭୂକମ୍ପର ପ୍ରଭାବ ଦିଲ୍ଲୀ-ଏନ୍‌ସିଆର୍‌ ସମେତ ଉତ୍ତର ଭାରତର କେତେକେ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି।
ପାକିସ୍ତାନ ପାଣିପାଗ ବିଭାଗର ଆର୍ଥକ୍ୱେକ୍‌ ସେଣ୍ଟର ପକ୍ଷରୁ କୁହାଯାଇଛି ଯେ, ଅପରାହ୍ନ ୪ଟା ପରେ ୫.୮ ତୀବ୍ରତା ବିଶିଷ୍ଟ ଭୂକମ୍ପ ପଞ୍ଜାବ ପ୍ରଦେଶର ପାର୍ବତ୍ୟ ସହର ଝେଲମରେ ପ୍ରଥମେ ଅନୁଭୂତ ହୋଇଥିଲା। ଏହାର ଗଭୀରତା ଥିଲା ୧୦ କି.ମି.। ତେବେ ଭୂକମ୍ପର ତୀବ୍ରତା ୭.୧ ବୋଲି ପାକିସ୍ତାନର ବିଜ୍ଞାନ ମନ୍ତ୍ରୀ ଫଓ୍ବାଦ୍‌ ଚୌଧ୍‌ରୀ ସୂଚନା ଦେଇଛନ୍ତି। ପିଓକେର ମିରପୁର ପୋଲିସ ଡିଆଇଜି କହିଛନ୍ତି, ଶକ୍ତିଶାଳୀ ଭୂକମ୍ପ ଯୋଗୁ ମିରପୁର ଓ ଏହାର ଆଖପାଖ ଅଞ୍ଚଳର ବହୁ ଘରଦ୍ୱାର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଲୋକେ ଭୟରେ ଘରୁ ବାହାରିଯାଇଛନ୍ତି। ରାସ୍ତାଗୁଡ଼ିକ ଫାଟି ଆଁ କରିଛି। ଏଥିରେ ୨୬ ଜଣ ପ୍ରାଣ ହରାଇଛନ୍ତି। ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲଗୁଡ଼ିକରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ପାକିସ୍ତାନୀ ସେନାମୁଖ୍ୟ ଜେନେରାଲ କମାର ଜାଭେଦ୍‌ ବାଜ୍‌ଓ୍ବା ନିର୍ଦ୍ଦେଶ ଦେଇଛନ୍ତି। ସେନା ପକ୍ଷରୁ ହେଲିକପ୍ଟରରେ ମେଡିକାଲ୍‌ ଟିମ୍‌କୁ ବିଭିନ୍ନ ସ୍ଥାନକୁ ପଠାଯାଇଛି। ପ୍ରକୃତରେ କେତେ ଧନଜୀବନ ନଷ୍ଟ ହୋଇଛି ସେନେଇ ଆକଳନ କରାଯାଉଛି ବୋଲି ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧ୍ୟକ୍ଷ ଲ୍ୟୁଟ୍‌ନାଣ୍ଟ ଜେନେରାଲ ମହମ୍ମଦ ଅଫ୍‌ଜଲ୍‌ କହିଛନ୍ତି। ଇସ୍‌ଲାମାବାଦ ସମେତ ପେଶାଓ୍ବର, ରାଓ୍ବଲପିଣ୍ଡି, ଲାହୋର, ସ୍କାର୍ଦୁ, କୋହାଟ, ଚର୍ସାଦ୍ଦା, କସୁର, ଫୈସଲାବାଦ, ଗୁଜରାଟ, ସିଆଲକୋଟ, ଆବୋଟ୍ଟାବାଦ, ମନସେରା, ଚିତ୍ରାଲ, ମାଲାକଣ୍ଡ, ମୁଲତାନ, ଶାଙ୍ଗଲା, ଓକାରା, ନୌସେରା, ଆଟ୍ଟକ ଓ ଝାଙ୍ଗ୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି।
ପ୍ରକାଶ ଯେ, ୨୦୦୫ ଅକ୍ଟୋବର ୮ରେ ପିଓକେରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ୭.୬ ତୀବ୍ରତା ବିଶିଷ୍ଟ ଏହି ଭୂକମ୍ପ ଯୋଗୁ ୭୩,୦୦୦ ଲୋକ ପ୍ରାଣ ହରାଇଥିବାବେଳେ ଲକ୍ଷାଧିକ ଲୋକ ବାସହରା ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘୃଣା ମନ୍ତବ୍ୟ ମାମଲା: ଆଜମ୍‌ ଖାଁଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ, ୨୫୦୦ ଟଙ୍କା ଜରିମାନା

ଲକ୍ଷ୍ନୌ,୧୫।୭: ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାଁଙ୍କୁ ପୁଣିଥରେ ଝଟ୍‌କା ଲାଗିଛି। ଘୃଣା ମନ୍ତବ୍ୟ ମାମଲାରେ ତାଙ୍କୁ ରାମପୁରର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।...

୪ ରାଜ୍ୟରେ ଗଜଓ୍ବା-ଇ-ହିନ୍ଦ୍‌ ଆତଙ୍କବାଦୀ ସଂଗଠନର ୧୦୦ରୁ ଅଧିକ ସଦସ୍ୟ…

ନୂଆଦିଲ୍ଲୀ,୨୧।୭ : ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନା ଆଦି ୪ ରାଜ୍ୟରେ ଗଜଓ୍ବା-ଇ-ହିନ୍ଦ୍‌ ଆତଙ୍କବାଦୀ ସଂଗଠନ ସକ୍ରିୟ ହେବାରେ ଲାଗିଛି। ଏସବୁ ରାଜ୍ୟରେ ଏଟିଏସ,ଏନଆଇଏ,...

କେମେଷ୍ଟ୍ରୀ ସାମ୍ନାରେ ହାରିଗଲା ପାଟିଗଣିତ: ମୋଦି

ବାରାଣସୀ,୨୭।୫: ଭାଜପାର ବିପୁଳ ବିଜୟ ପରେ ମେ ୩୦ରେ ନୂଆ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେବେ। ଦଳର ଏହି ବିଜୟ ପାଇଁ ଭାଜପାକର୍ମୀଙ୍କ...

ପଶୁଙ୍କ ପାଇଁ ଆସିଲା କୋଭିଡ୍‌ ଟିକା

ନୂଆଦିଲ୍ଳୀ,୧୧।୬: ହରିୟାଣାର ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ଏଗ୍ରିକଲ୍‌ଚର ରିସର୍ଚ୍ଚ (ଆଇସିଏଆର୍‌) ଏବଂ ନ୍ୟାଶନାଲ ରିସର୍ଚ୍ଚ ସେଣ୍ଟର (ଏନ୍‌ଆର୍‌ସି) ମିଳିତ ଭାବେ ପଶୁଙ୍କ ପାଇଁ କରୋନା ଭାକ୍ସିନ...

କେମ୍ବ୍ରିଜରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ/ଲଣ୍ଡନ,୩ ।୩: କଂଗ୍ରେସ ନେତା ତଥା ୱାୟନାଡ ଏମପି ରାହୁଲ ଗାନ୍ଧୀ ଏବେ ଲଣ୍ଡନ ଗସ୍ତରେ ଅଛନ୍ତି । ସେଠାରେ ସେ କେମ୍ବ୍ରିଜ ବିଶ୍ୱିଦ୍ୟାଳୟର ଏକ...

ଲୋରି ଲାଫଲିନ୍‌ଙ୍କୁ ୨ ମାସ ଜେଲ୍‌

ଡୁବ୍‌ଲିନ, ୨୯।୧୨ : କଲେଜରେ ନାମଲେଖା ଦୁର୍ନୀତିରେ ‘ଫୁଲ୍‌ ହାଉସ୍‌’ ଅଭିନେତ୍ରୀ ଲୋରି ଲାଫଲିନ୍‌ ୨ ମାସ ଜେଲ୍‌ରେ ସଜା କାଟିବା ପରେ ମୁକ୍ତ ହୋଇଛନ୍ତି।...

‘ପରୀକ୍ଷା ପେ ଚର୍ଚ୍ଚା ୨୦୨୦’: କେବଳ ଶିକ୍ଷାର୍ଥୀ ପଚାରିବେ ମୋଦିଙ୍କୁ ପ୍ରଶ୍ନ

ନୂଆଦିଲ୍ଲୀ,୧୬।୧: ଜାନୁୟାରୀ ୨୦ରେ ହେବାକୁ ଥିବା ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୦’ର ତୃତୀୟ ସଂସ୍କରଣରେ କେବଳ ଶିକ୍ଷାର୍ଥୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ ପଚାରି ପାରିବେ...

ବରଗଛ ଦେଲା କୁକୁରର ମାଲିକାନା

ଫତେହାବାଦ: ଗୋଟିଏ ନାୟିକାକୁ ଦୁଇଜଣ ନାୟକ। ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଏପରି ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ନାୟିକା ପାଇଁ କିପରି ଦୁହେଁ ଲଢ଼େଇ...

Advertisement
Archives

Model This Week