ପିଏମଏଓ୍ବାଇ-ବିପିଜିଏଓ୍ବାଇ ଝଗଡ଼ା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ(ପିଏମଏଓ୍ବାଇ-ଜି) ପାଇଁ କେନ୍ଦ୍ର ସରକାର ପଇସା ଦେଉଛନ୍ତି। ସେହି ଘର ଆଗରେ ବିଜୁ ବାବୁଙ୍କ ଲୋଗୋ କାହିଁକି ଲଗାଯିବ। ଏହାକୁ ନେଇ ଭାଜପା ଘୋର ଆପତ୍ତି ଉଠାଇଛି। ଏ ପ୍ରସଙ୍ଗରେ ବୁଧବାର ମୁଲତବୀ ପ୍ରସ୍ତାବ ଆଣି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ଭାଜପା। ଭାଜପାର ଅଭିଯୋଗ ହେଉଛି ପିଏମଏଓ୍ବାଇ କେନ୍ଦ୍ର ସରକାରଙ୍କ ଯୋଜନା। ଏଥିପାଇଁ କେନ୍ଦ୍ର ରାଜ୍ୟ ସରକାରଙ୍କୁ ପର୍ଯ୍ୟାପ୍ତ ଅର୍ଥ ଦେଉଛନ୍ତି। ସେଥିରେ ବିଜୁ ବାବୁଙ୍କ ଲୋଗୋ କାହିଁକି ଲାଗିବ। ସରକାର ପ୍ରଥମ ପର୍ଯ୍ୟାୟରେ ପିଏମଏଓ୍ବାଇ ଘର ଆଗରେ ୧୩ ହଜାର ୧୩୧ ଟି ଲୋଗୋ ଲଗାଇବାକୁ ଜିଲା ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କୁ ଚିଠି କରାଯାଇଛି। ଯାହାକୁ ଭାଜପା ବିରୋଧ କରୁଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ଏହାର ଜବାବ ରଖିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ ଘର ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀଙ୍କ ଘର କବାଟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋଗୋ ରହିବ। ଯେଉଁ ହିତାଧିକାରୀ ପିଏମ୍‌ଏଓ୍ବାଇ ଘର ପାଇବେ ସେମାନଙ୍କ କବାଟରେ ଉଭୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କାଘର ଯୋଜନାର ଲୋଗୋ ଲଗାଯିବ। ଏହାର ସମ୍ପୂର୍ଣ୍ଣ ଯଥାର୍ଥତା ରହିଛି। ପ୍ରଧାନମନ୍ତ୍ରୀ ଆବାସ ଏବଂ ବିଜୁ ପକ୍କାଘର ଯୋଜନାକୁ ମିଶାଇ ଏଥର ବଜେଟ କରାଯାଇଛି। ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବାଂଲା ଆବାସ ଯୋଜନା କରାଯାଇଥିବା ବେଳେ ହିତାଧିକାରୀଙ୍କ ଦୁଆରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ଲଗାଯାଉଛି। ସିକିମ୍‌ରେ ମଧ୍ୟ ହିତାଧିକାରୀଙ୍କ ଘର ଆଗରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହୁଛି। ସେହିପରି ତାମିଲନାଡୁରେ ମଧ୍ୟ ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ୬୦ପ୍ରତିଶତ ଅର୍ଥ ଦେଉଥିବାବେଳେ ରାଜ୍ୟ ସରକାର ୪୦ପ୍ରତିଶତ ଅର୍ଥ ଦେଉଛନ୍ତି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ସରକାରୀ ଖର୍ଚ୍ଚ ଆହୁରି ୧୦ପ୍ରତିଶତ ଅଧିକ ଲାଗୁଛି। ସେହିପରି ଯେଉଁ ହିତାଧିକାରୀ ୪ ମାସରେ ଘର କାମ ଶେଷ କରୁଛନ୍ତି ସେମାନଙ୍କୁ ରାଜ୍ୟ ସରକାର ୨୦ହଜାର ଟଙ୍କା ବୋନସ ଆକାରରେ ପ୍ରଦାନ କରୁଛନ୍ତି। ଏହାସହ ୬ ମାସରେ ଘର କାମ ସମ୍ପୂର୍ଣ୍ଣ କରିଦେଉଥିବା ହିତାଧିକାରୀଙ୍କୁ ବୋନସ ଆକାରରେ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଛି। ଏଥିପାଇଁ ରାଜ୍ୟ ସରକାର ୬୩୮ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିସାରିଲେଣି। ଏ ସମସ୍ତ ଖର୍ଚ୍ଚର ଅନୁପାତ ମିଶାଇଲେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୬ ପ୍ରତିଶତ ଅର୍ଥ ପ୍ରଦାନ କରୁଥିବା ମନ୍ତ୍ରୀ କହିଛନ୍ତି।
ଏନ୍‌ଡିଏ ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଇନ୍ଦିରା ଆବାସ ଯୋଜନା ନାମ ବଦଳାଯାଇ ପ୍ରଧାନମନ୍ତ୍ରୀ ଆବାସ କରାଯାଇଛି। ଏକ ନୂଆ ସରକାର ଶାସନ କ୍ଷମତାକୁ ଆସିଲେ ରାଜ୍ୟବାସୀ କିଛି ଉପକାର ପାଇବେ ବୋଲି ଆଶା ଥିଲା। ମାତ୍ର ଏ ସରକାର ଶାସନ କ୍ଷମତାକୁ ଆସିବାପରେ ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ କେନ୍ଦ୍ର ୭୫ପ୍ରତିଶତ ଅର୍ଥ ଦେଉଥିବା ବେଳେ ଏନଡିଏ ସରକାର ତାହାକୁ ୬୦ପ୍ରତିଶତକୁ ଖସାଇ ଦେଲେ। ରାଜ୍ୟ ମୁଣ୍ଡରେ ଅଧିକ ବୋଝ ଲଦିଦେଲେ। ନିୟମାନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାକୁ ଯେଉଁ ହିତାଧିକାରୀ ସକ୍ଷମ ନ ହେବେ ତାଙ୍କୁ ପକ୍କାଘର ଯୋଗାଇ ଦେବାକୁ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନା ଆଣିଛନ୍ତି। ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ୩ଲକ୍ଷ ୬୦ ହଜାର ବିଜୁ ପକ୍କାଘର ଦେଇଛନ୍ତି। ରାଜ୍ୟରେ ସର୍ବମୋଟ ୨୫ଲକ୍ଷ ହିତାଧିକାରୀ ପକ୍କାଘର ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟକଙ୍କୁ ପିଟିଲେ ସଫାରି କର୍ମଚାରୀ

ବାରଙ୍ଗ,୨୩।୫(ଡି.ଏନ୍‌.ଏ.): ନନ୍ଦନକାନନରେ ଘରୋଇକରଣରେ ଦିଆଯାଇଥିବା ସଫାରିକୁ ନେଇ ଏବେ ବିବାଦ ଛାଡୁ ନାହିଁ। ଟେଣ୍ଡର ସମୟରେ ହୋଇଥିବା ସର୍ତ୍ତକୁ ଖିଲାପ କରି ବିନା କାଗଜପତ୍ରରେ ବିପଦସଙ୍କୁଳ...

ଶୁକ୍ରବାରଠାରୁ ପୁରୀ, ଭୁବନେଶ୍ୱର ବିକାଶ କାର୍ଯ୍ୟ ଆରମ୍ଭ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ପୁଣି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ କାମ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାରଠାରୁ ଏହି କାମ ଆରମ୍ଭ କରିବାକୁ ବୁଧବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ...

ପଟ୍ଟଚିତ୍ର,ଦିଆସିଲି କାଠି ଓ କାଗଜରେ ନାଗାର୍ଜୁନ ବେଶ

ପୁରୀ ଅଫିସ,୨୬ା୧୧:ଦିନକ ପରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଏହି ବେଶକୁ ପଟ୍ଟଚିତ୍ରରେ ଦେଖାଇବାକୁ ଚେଷ୍ଟା କରିଛନ୍ତି ଶିଳ୍ପୀ ପଙ୍କଜ ବେହେରା। ପଙ୍କଜ କହିଛନ୍ତି, କରୋନା କଟକଣା...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ଆଜି ଆସିବ ରାୟ

ଭୁବନେଶ୍ୱର/ନୂଆଦିଲ୍ଲୀ,୩।୬: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆସିବ। ଗୁରୁବାର ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି...

କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ମାମଲା: ପରିବାର ଅନୁମତି ନେଇ ନାଁ ସାର୍ବଜନୀନ କରିହେବ

କଟକ ଅଫିସ,୧୭।୭: କରୋନା ଆକ୍ରାନ୍ତଙ୍କ ନାମ ପ୍ରଘଟ ଉପରେ କଟକଣା ଜାରି କରିବା ପାଇଁ ରୁଜୁ ହୋଇଥିବା ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପରିବାର...

ଉମରକୋଟରେ ଭାଜପାର ନିତ୍ୟାନନ୍ଦ ଗଣ୍ଡ ବିଜୟୀ

ନବରଙ୍ଗପୁର, ୨୩।୫(ବି.ପ୍ର.)-ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ବିଜୟୀ ହୋଇଛି। ଭାଜପାର ନିତ୍ୟନନ୍ଦ ଗଣ୍ଡ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ସୁବାସ ଗଣ୍ଡଙ୍କୁ ୯,୭୬୩ ଭୋଟରେ ହରାଇଛନ୍ତି।...

ଧର୍ମେନ୍ଦ୍ର, ତାରାଙ୍କ ରୋଡ୍‌ ଶୋ

ଅନୁଗୋଳ ଅଫିସ/ପାଲଲହଡ଼ା, ୨୨।୪: ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆସନ୍ତା ମଙ୍ଗଳବାର ଅନୁଷ୍ଠିତ ହେବ। ଏଥିପାଇଁ ରବିବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ...

ରାଜ୍ୟର ୬ ବ୍ଲକ ସମ୍ପୂର୍ଣ୍ଣ ଲବଣାକ୍ତ

ଭୁବନେଶ୍ୱର,୨।୮(ବ୍ୟୁରୋ) : ରାଜ୍ୟର ୬ଟି ବ୍ଲକ ସମ୍ପୂର୍ଣ୍ଣ ଲବଣାକ୍ତ। ଏହି ବ୍ଲକଗୁଡିକ ହେଉଛି- ଭଦ୍ରକର ଚାନ୍ଦବାଲି, ଜଗତ୍‌ସିଂହପୁରର ଏରସମା, କେପଡ଼ାର ମହାକାଳପଡ଼ା, ମାର୍ଶାଘାଇ, ରାଜନଗର ଏବଂ...

Advertisement
Archives

Model This Week