ପିଏନ୍‌ବିରୁ ୩୨ କୋଟି ଠକେଇ ମାମଲା:ଖୋଳତାଡ଼ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ଷ୍ଟେଶନ ସ୍କୋୟାର ଶାଖାରୁ ୩୨ କୋଟି ଟଙ୍କା ଠକେଇ ମାମଲାରେ ଖୋଳତାଡ଼ ଚଳାଇଛି ସିବିଆଇ। ଠକେଇର ମୁଖ୍ୟ କୁହାଯାଉଥିବା ଗ୍ଲୋବାଲ ଟ୍ରେଡିଂ ସଲ୍ୟୁସନ ଲିମିଟେଡ୍‌ର ଏମ୍‌ଡି ଅବିନାଶ ମହାନ୍ତିଙ୍କୁ ଗିରଫ କରିବା ପାଇଁ ସିବିଆଇ ଭୁବନେଶ୍ୱର, ଦିଲ୍ଲୀ, କଲିକତାରେ ଚଢ଼ାଉ କରିଛି। ଏପରିକି ତାଙ୍କ ବାସଭବନ ଓ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଥିଲେ ମଧ୍ୟ ଅବିନାଶଙ୍କ ସମ୍ପର୍କରେ କିଛି ପତ୍ତା ମିଳିନାହିଁ। ଅନ୍ୟପକ୍ଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ଠକେଇର ଯାଞ୍ଚ କରିବ। ଇଡିର ଜଣେ ଅଧିକାରୀ ସିବିଆଇ ମୁଖ୍ୟାଳୟକୁ ଯାଇ ମାମଲା ସମ୍ପର୍କିତ କିଛି ଦସ୍ତାବିଜ ଆଣିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜଣେ ଅଧିକାରୀଙ୍କୁ ଏନେଇ ପଚାରିବାରୁ ସେ ଏହା ସ୍ବୀକାର କରିଥିଲେ। ମାମଲା ତଦନ୍ତର ଅଧୀନ ଥିବାରୁ କିଛି କହିବା ଠିକ୍‌ ନୁହେଁ ବୋଲି ସେ କହିଥିଲେ। ଏହି ଠକେଇରେ କେଉଁମାନେ ସଂପୃକ୍ତ ଅଛନ୍ତି, କେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି ଓ ଠକେଇ ହୋଇଥିବା ଅର୍ଥ ବ୍ୟବସାୟରେ ବିନିଯୋଗ ହୋଇଛି କି ନା, ଇଡି ତାହାର ଯାଞ୍ଚ କରିବ। ଠକେଇ ସମୟରେ ପିଏନ୍‌ବିରେ ଥିବା କେତେକ କର୍ମଚାରୀଙ୍କୁ ମଧ୍ୟ ଇଡି ପଚରାଉଚରା କରିବ। ଏପରିକି ଆର୍ଥିକ ତଦନ୍ତ କ୍ଷେତ୍ରରେ ସିବିଆଇକୁ ଇଡି ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ଅଧିକାରୀ ଜଣକ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଅବିନାଶ ୨୦୧୦ରେ ଗ୍ଲୋବାଲ ଟ୍ରେଡିଂ ସଲ୍ୟୁସନ ଲିମିଟେଡ୍‌ କମ୍ପାନୀ ଆରମ୍ଭ କରିଥିଲେ। ଏହି କମ୍ପାନୀ ବିଦେଶକୁ ଲୁହାପଥର ରପ୍ତାନି କରୁଥିଲା। ପିଏନ୍‌ବି ଷ୍ଟେଶନ ସ୍କୋୟାର ଶାଖାରୁ ଋଣ ବାବଦରେ ୩୨କୋଟି ଟଙ୍କା ଉଠାଇବା ପରେ କମ୍ପାନୀ ହଠାତ୍‌ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ପିଏନ୍‌ବି ସର୍କଲ ମୁଖ୍ୟ ଗଣପତି ଲାଲ ଗତ ୯ ତାରିଖରେ ସିବିଆଇ ଭୁବନେଶ୍ୱର ଶାଖାରେ ଅଭିଯୋଗ କରିଥିଲେ। ଉପରୋକ୍ତ କମ୍ପାନୀର ୫ ଅଧିକାରୀ ଓ ପିଏନ୍‌ବି ଷ୍ଟେଶନ ସ୍କୋୟାର ଶାଖାର ୪ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?