ପିଏଚ୍‌ଡି ମୁଖ୍ୟ ପାଇପ୍‌ ଲାଇନ୍‌ରେ ଫାଟ : ପାନୀୟ ଜଳରେ ମିଶୁଛି ଦୂଷିତ ପାଣି

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ରସୁଲଗଡ ଛକ ଦେଇଯାଇଛି ପିଏଚଡିର ମୁଖ୍ୟ ପାନୀୟ ଜଳ ପାଇପ ଲାଇନ। କୁଆଖାଇ ନଦୀରୁ ଉକ୍ତ ସର୍ଭିସ ପାଣି ପାଇପ ଲାଇନ ଆସିଛି। ଯାହାକି ରସୁଲଗଡ ଛକରୁ ପାଇପ ଲାଇନ କଟକରୋଡ, କଳ୍ପନା, ରାଜମହଲ ଧରି ପୁରୁଣା ଭୁବନେଶ୍ୱର ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଲକ୍ଷାଧିକ ଲୋକ ସପ୍ଲାଏ ପାନୀୟ ଜଳ ଉପରେ ନିର୍ଭର କରନ୍ତି। ଏହି ପାଣି ପାଇପର କେତେକ ଅଂଶ ଗତ ଶୁକ୍ରବାରଠାରୁ ଏସ୍‌ପ୍ଲାନେଡ କଡ ପଞ୍ଜାବ ବ୍ୟାଙ୍କ ନିକଟ ରାସ୍ତା ତଳେ ଯାଇଥିବା ପାଇପ ଲାଇନ ଫାଟି ପାଣି ବିଚ୍ଛୁରିତ ହୋଇ ରାସ୍ତାରେ ଜମା ହୋଇ ରହୁଛି। ୪ ଦିନ ଧରି ଲାଗି ରହିଥିବା ବର୍ଷାରେ ଡ୍ରେନ ଏବଂ ନର୍ଦ୍ଦମା ପାଣି ଏହି ଫଟା ପାଇପ ଜଳମଗ୍ନ ହୋଇଥିଲା। ଫଳରେ ଫଟା ପାଇପ ମଧ୍ୟରେ ଦୂଷିତ ଜଳ ପ୍ରବେଶ କରୁଛି। ଏହାଦ୍ୱାର ପାନୀୟଜଳ ବ୍ୟବହାରକାରୀଙ୍କୁ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା କରାଯାଉଛି। ଯାହାକି ଡାକ୍ତରଙ୍କ ସୂଚନା ମୁତାବକ ବର୍ଷାଦିନେ ଦୂଷିତ ଜଳ ପିଇଲେ ଲୋକେ ବିଭିନ୍ନ ରୋଗର ଶିକାର ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଫଟା ପାଇପ ଲାଇନରେ ଦୂଷିତ ଜଳ ମିଶୁଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ହାଲକା ଭାବେ ନେଉଛନ୍ତି। ଦୂଷିତ ପାଣି ସପ୍ଲାଏ ବନ୍ଦ କରି ଶୀଘ୍ର ମରାମତି କରିବା ପରିବର୍ତ୍ତେ କେବେ କାମ ସରିବ କହିହେବ ନାହିଁ ବୋଲି ଅଧିକାରୀ କହିଛନ୍ତି। ହେଲେ ଏହି ପାନୀୟ ଜଳ କେତେ ବିଶୁଦ୍ଧ ତାହାକୁ ପରୀକ୍ଷା କରାଗଲେ ଜଣାପଡିବ ବୋଲି ଲୋକେ କହିଛନ୍ତି।

ସ୍ଥାନୀୟ ବାସିନ୍ଦା ଟୁଲୁ ସାମନ୍ତରାୟ କହିଛନ୍ତି, ଗତ ଶୁକ୍ରବାରଠାରୁ ଏହି ପାଇପ ଲାଇନ ଫାଟିବା ପରେ ରାସ୍ତା ଉପରେ ଧୀରେ ଧୀରେ ପାଣି ଜମା ହେବା ଆରମ୍ଭ ହୋଇଥିଲା। ପାଣି ଜମା ହେବା ସାଙ୍ଗକୁ ଏକ ଗର୍ତ୍ତ ସୃଷ୍ଟି ହୋଇଥିେଲେ ହେଁ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳି ନ ଥିଲା। ଫଳରେ ଏହାକୁ ପଥର ଦ୍ୱାର ା ସ୍ଥାନୀୟ ଲୋକେ ଆବଦ୍ଧ କରିବାର ଦୁଇଦିନ ପରେ ବିଭାଗୀୟ ଅଧିକାରୀ ଏକ ବାଉଁଶରେ ବାଡା ଦେଇ ଚାଲିଗଲେ। ବର୍ଷା ହେଲେ ପାଣି ଜମିବା ସହ ଉକ୍ତ ଗର୍ତ୍ତ ଫୁଲ ହୋଇ ଦୂଷିତ ପାଣି ପାଇପଲାଇନରେ ପ୍ରବେଶ କରୁଛି। ତୁରନ୍ତ ଏହାକୁ ମରାମତି କରାଯାଉ ନଚେତ ଦୂଷିତ ଜଳ ପିଇ ଅନେକ ଲୋକ ରୋଗରେ ପଡିବାର ସମ୍ଭାବନା ରହିଛି।
ଏ ସଂକ୍ରାନ୍ତରେ ଡାକ୍ତର ଲିଙ୍ଗରାଜ ରଣା କୁହନ୍ତି, ବର୍ଷାଜଳ ମୁଖ୍ୟ ପାନୀୟ ଜଳ ପାଇପ ଲାଇନରେ ପ୍ରବେଶ କରିବା ଅର୍ଥ ବିପଦକୁ ଆମନ୍ତ୍ରଣ କରିବା। ପରିବାର ସହ ନିଜେ ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ବେଳେ ଏହି ପାନୀୟ ଜଳକୁ ବ୍ୟବହାର ମଧ୍ୟ କରୁଛି। ଏହା ଜାଣିବା ପରେ ପରିବାରର ସ୍ବାସ୍ଥ୍ୟଗତ ଚିନ୍ତା ବଢାଇ ଦେଇଛି। ପିଏଚଡି ପକ୍ଷରୁ ଏହାକୁ ଖାମଖିଆଲ ଭାବେ ନ ନେଇ ତୁରନ୍ତ ମରାମତି କରିବା ଆବଶ୍ୟକ। ପରିସ୍ଥିତିରେ ସମସ୍ତ ଲୋକ ପାଣିକୁ ଫୁଟାଇ ପିଇବା ନିହାତି ଦରକାର। ଦୂଷିତ ପାଣି ପିଇଲେ ଟାଇଫଏଡ ଜ୍ୱର, ଚକ୍ଷୁ ରୋଗ, ଡାଇରିଆ, ମ୍ୟାଲେରିଆ, ଜଣ୍ଡିସ ପରି ରୋଗ ଆକ୍ରମଣ ହେବାର ସମ୍ଭାବନା ରହିଛି।
ଏ ସମ୍ପର୍କରେ ପିଏଚଡି ବିଭାଗୀୟ ଜେଇ ମୟାଧର ବେହେରାଙ୍କୁ ପଚାରିବାରେ ପାଣି ଯୋଗାଣରେ କୌଣସି ବାଧା ସୃଷ୍ଟି ହେଉନାହିଁ। ସମସ୍ତଙ୍କୁ ଠିକ୍‌ ଭାବେ ପାଣି ଯୋଗଇ ଦିଆଯାଉଛି। ଗତ ଶୁକ୍ରବାରଠାରୁ ଏ ସମସ୍ୟା ଉପୁଜିଥିଲେ ହେଁ ପାଗ ଖରାପ ରହିବାରୁ କାମ କରିବା ସମ୍ଭବ ହୋଇ ନ ଥିଲା। ମଙ୍ଗଳବାରଠାରୁ କାମ ଆରମ୍ଭ ହୋଇଛି, କେବେ ସରିବ ତାହା କହି ହେବ ନାହିଁ। ମାତ୍ର ମୁଖ୍ୟ ପାଇପ ଲାଇନରେ ପାଣିର ବେଗ ଜୋର ରହିଥିବାରୁ ବାହାର ଦୂଷିତ ଜଳ ପ୍ରବେଶ କରିବାର ସମ୍ଭାବନା ବହୁତ କମ। ଶୀଘ୍ର କାମ ଶେଷ କରିବାକୁ ପ୍ରୟାସ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମ ଓଡ଼ିଶାର ୧୧ ଜିଲାକୁ ୨୫ କୋଟି

ଭୁବନେଶ୍ୱର, ୧୨ା୬(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ୧୧ଟି ଜିଲାକୁ କୋଭିଡ୍‌ ପରିଚାଳନା ପାଇଁ ମିଳିଛି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର...

ଫେରିଲେ ଏର୍ଣ୍ଣାକୁଲମ୍‌ରେ ଫସିଥିବା କେନ୍ଦ୍ରାପଡ଼ାର ୧୬୯ ଓଡ଼ିଆ ଝିଅ

ଭୁବନେଶ୍ୱର,୨୯।୫(ବ୍ୟୁରୋ): କେରଳର ଫସି ରହିଥିବା ୧୬୯ ଓଡ଼ିଆ ଝିଅ ଶୁକ୍ରବାର ଓଡ଼ିଶା ଫେରିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ସେମାନେ ଆସି ଭୁବନେଶ୍ୱରରେ ଓହ୍ଲାଇଛନ୍ତି। ଏର୍ଣ୍ଣାକୁଲମର...

ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା: ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି ତେଜିଲା

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ (ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଆନ୍ଦୋଳନକୁ ତୀବ୍ର କରିଛି ଭାଜପା।...

ଶ୍ରୀମନ୍ଦିରରେ ଗାନ୍ଧୀ

ସେ ଦିନ ଥିଲା ୧୯୨୧ ମାର୍ଚ୍ଚ ୨୩। କଟକ ରେଳ ଷ୍ଟେଶନ ପାଲଟିଥିଲା ଜନ ସମୁଦ୍ର। ଅସଂଖ୍ୟ ଜନତାଙ୍କ ଆକାଂକ୍ଷିତ ମଣିଷ ମହାତ୍ମା ଗାନ୍ଧୀ ପାଦ...

ଚିଲିକା ମଝିରେ ପୁଣି ଅଟକିଲା ଡଙ୍ଗା

ପୁରୀ ଅଫିସ,୨୭ା୫: ଯାନ୍ତ୍ରିକ ତ୍ରୁଟି ଯୋଗୁ ଶୁକ୍ରବାର ସକାଳେ ଏକ ଦେଶୀ ଡଙ୍ଗା ଚିଲିକା ମଝିରେ ଅଟକିଛି। ଡଙ୍ଗାଟି ୪୦ ଜଣ ଯାତ୍ରୀଙ୍କୁ ନେଇ ଜହ୍ନିକୁଦାରୁ...

ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ: ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହେଲେଣି ୨୯ ଆକ୍ରାନ୍ତ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ଓଡ଼ିଶା ପାଇଁ ଖୁସି ଖବର। ମଙ୍ଗଳବାର ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୯ଜଣ...

ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌

ଖୋର୍ଦ୍ଧା ଅଫିସ/ ବାଲୁଗାଁ/ଜଟଣୀ,୨୫ା୩ (ଡି.ଏନ୍‌.ଏ.)ଖୋର୍ଦ୍ଧା ଜିଲାରେ ଗୁରୁବାର ଖୋର୍ଦ୍ଧା, ଜଟଣୀ ପୌରାଞ୍ଚଳ ସମେତ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଭୋଟଗ୍ରହଣ କରାଯାଇଛି।...

ଅନୁଭବଙ୍କୁ ହତ୍ୟା ଧମକ: ୧୦ ଲକ୍ଷ ଟଙ୍କା ନ ଦେଲେ ମାରିଦେବୁ

କଟକ ଅଫିସ୍‌,୧ା୫- କେନ୍ଦ୍ରାପଡା ଲୋକ ସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ମିଳିଛି। ୧୦ ଲକ୍ଷ ଟଙ୍କା ନ ଦେଲେ ମାରିଦେବାକୁ...

Advertisement
Archives

Model This Week