ପିଆରଏମ୍‌ ମେଡ଼ିକାଲ୍‌ରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

ବାରିପଦା ଅଫିସ,୩୦ା୫- ବାରିପଦା ପିଆରଏମ୍‌ ମେଡ଼ିକାଲ୍‌ରେ ଦିନକୁ ଦିନ ଚିକିତ୍ସା ଅବହେଳା ନେଇ ଅଭିଯୋଗ ଲମ୍ବିବାରେ ଲାଗିଛି। କିଛି ଦିନ ତଳେ ଶିଶୁ ପୁତ୍ର ଅଦଳବଦଳ ହୋଇଥିବା ଘଟଣା ମନରୁ ନ ଲିଭୁଣୁ ପୁଣି ଜଣେ ଶିଶୁକନ୍ୟାର ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବାରିପଦା ଟାଉନ୍‌ ଥାନା ଅନ୍ତର୍ଗତ ମଧୁବନ ୱାର୍ଡ ନଂ.୭ର ରଜନୀକାନ୍ତ ପୃଷ୍ଟି ଏ ନେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ୨୩ ତାରିଖରେ ବର୍ଷକର ଝିଅ ଲକ୍‌ସିତାଙ୍କ ବାନ୍ତି ହେଉଥିବାରୁ ତାଙ୍କ ବାପା ରଜନୀକାନ୍ତ ତାଙ୍କୁ ପିଆରଏମ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରାଇଥିଲେ। ଆଡମିଶନ ସମୟରେ ଡ୍ୟୁଟିରେ ଥିବା ଡାକ୍ତର ଆସି ଶିଶୁଟିକୁ ଦେଖି ଇଞ୍ଜେକ୍ସନ ଦେଇଥିଲେ। କିଛି ଘଣ୍ଟା ପରେ ଅନ୍ୟ ଜଣେ ଡାକ୍ତର ଆସି ପୁନର୍ବାର ଏକ ଇଞ୍ଜେକ୍ସନ ଦେଇଥିଲେ। ଏହାପରେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଭଲ ହେବା ପରିବର୍ତ୍ତେ ଆହୁରି ଜଟିଳ ହୋଇଯାଇଥିଲା। କିଛି ସମୟ ପରେ ଅନ୍ୟ ଜଣେ ଡାକ୍ତର ଆସି ଶିଶୁଟିକୁ ଦେଖିଥିଲେ ଏବଂ ପିଲାକୁ ନିମୋନିଆ ହୋଇଥାଇପାରେ ବୋଲି କହି ତୃତୀୟ ଥର ପାଇଁ ଆଉ ଏକ ଇଞ୍ଜେକ୍ସନ ଦେଇଥିଲେ। ଏହାର କିଛି ସମୟ ପରେ ଶିଶୁଟି ଛାଟିପିଟି ହେଉଥିବା ଦେଖି ମେଡ଼ିକାଲ୍‌ କର୍ତ୍ତୃପକ୍ଷ ଶିଶୁର ମା’ ଦୁର୍ଗାମଣି ସାହୁଙ୍କଠାରୁ ଏକ କାଗଜରେ ଦସ୍ତଖତ କରାଇ ନେବା ସହିତ ଶିଶୁଟି ଗୁରୁତର ଅବସ୍ଥାରେ ଅଛି ଏବଂ ତାକୁ କଟକ ଶିଶୁ ଭବନକୁ ନେଇଯିବା ପାଇଁ କହିଥିଲେ। ପରିବାର ଲୋକେ ଏକ ଆମ୍ବୁଲାନ୍ସ ଯୋଗେ ଶିଶୁକୁ ଶିଶୁଭବନକୁ ନେଇଯାଇଥିଲେ। ମାତ୍ର ସେଠାରେ ପହଞ୍ଚିବାର କିଛି ସମୟ ପରେ ଶିଶୁଟି ମୃତ୍ୟୁବରଣ କରିଥିଲା। ତେଣୁ ଚିକିତ୍ସା ଅବହେଳାରୁ ତାଙ୍କ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏହାର ଉପଯୁକ୍ତ ତଦନ୍ତ କରି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରଜନୀକାନ୍ତ ଦାବି କରିଛନ୍ତି। ଏ ନେଇ ପିଆରଏମ ମେଡ଼ିକାଲ୍‌ର ଅଧୀକ୍ଷକ ବି.ଏନ୍‌. ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୦ ଫୁଟ ତଳକୁ ଖସିଲା ଟ୍ରକ୍‌

ବାଙ୍ଗିରିପୋଷି,୬।୧୨(ଡି.ଏନ.ଏ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ନଂ.ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ସୋମବାର ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଇରନ ପାଇପ୍‌ ବୋଝେଇ ଟ୍ରକ୍‌ଟି...

ପରୀକ୍ଷା ଫଳକୁ ନେଇ ଛାତ୍ରୀଛାତ୍ର ଅସନ୍ତୁଷ୍ଟ: ମହାବିଦ୍ୟାଳୟ ସମ୍ମୁଖରେ ଦେଲେ ଧାରଣା

ସାରସକଣା,୧୦ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଝାରପୋଖରିଆସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ସମ୍ମୁଖରେ ପ୍ରକାଶିତ ପରୀକ୍ଷା ଫଳକୁ ନେଇ ଅନେକ ଛାତ୍ରୀଛାତ୍ର ଅସନ୍ତୁଷ୍ଟ ହୋଇ ମହାବିଦ୍ୟାଳୟ ସମ୍ମୁଖରେ...

ନାହିଁ ନାହିଁରେ ଯୁଗପୁରା ପାସେଞ୍ଜର୍‌ ହଲ୍ଟ

ବୈଶିିଙ୍ଗା,୧୦।୮(ଡି.ଏନ.ଏ.)-ପୂର୍ବତଟ ରେଳପଥ ଅଧୀନ ରୂପ୍‌ସା- ବାଙ୍ଗିରିପୋଷୀ ରେଳପଥର ବୈଶିଙ୍ଗା ନିକଟସ୍ଥ ସର୍ବ ପୁରାତନ ଯୁଗପୁରା ପାସେଞ୍ଜର୍‌ ହଲ୍ଟ ଅଦ୍ୟାବଧି ଷ୍ଟେଶନର ମାନ୍ୟତା ପାଇପାରିନାହିଁ। ଏଠାରେ ପ୍ଲାଟ୍‌ଫର୍ମ...

ସୋନ ନଦୀରୁ ବେଆଇନ ବାଲି ଉଠାଣ

କୁଆମରା,୯ା୧୨(ଡି.ଏନ୍‌.ଏ.)- ଗୋପବନ୍ଧୁ ନଗର ବ୍ଲକ ଦେଇ ପ୍ରବାହିତ ସୋନ ନଦୀରୁ ବେଆଇନ ବାଲି ଉଠାଣ ଚାଲିଥିବା ଅଭିଯୋଗ ହୋଇଛି। ପ୍ରତ୍ୟହ ଦଶ ଚକିଆ ଟ୍ରକ ଓ...

ଡାକ୍ତରଙ୍କୁ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ୩ ମାସ କାରାଦଣ୍ଡାଦେଶ

ରାଇରଙ୍ଗପୁର,୨୧ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ତିରିଂ ଥାନା ଅଧୀନ ପଣ୍ଡୁପାଣି ଗ୍ରାମରେ ଜଣେ ଆୟୁର୍ବେଦିକ ଡାକ୍ତରଙ୍କୁ ଆକ୍ରମଣ ଓ ର୍ଦୁବ୍ୟବହାର କରିବା ମାମଲାର ବିଚାର କରି ରାଇରଙ୍ଗପୁର...

ସାପ କାମୁଡ଼ାରେ ଆଶା କର୍ମୀଙ୍କ ଜୀବନ ଗଲା

ଠାକୁରମୁଣ୍ଡା,୨୭ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ସାଲେଇବେଡା ପଞ୍ଚାୟତ ରାଣୀଭୋଳ ଗ୍ରାମର ଆଶା କର୍ମୀ ଅମ୍ବିକା ମହାନ୍ତଙ୍କ ବୁଧବାର ସାପ କାମୁଡ଼ାରେ ପ୍ରାଣହାନୀ ଘଟିଛି। ମଙ୍ଗଳବାର...

ଲାଞ୍ଚ ମାମଲା: ପୂର୍ବତନ ଆର୍‌ଆଇଙ୍କୁ ୨ ବର୍ଷ ଜେଲ

ବାରିପଦା ଅଫିସ,୧।୧୨- ମୟୁରଭଞ୍ଜ ଜିଲା ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ ଜଜ ଶରତ କୁମାର ଦେହୁରୀ ଶନିବାର ଏକ ଲାଞ୍ଚ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୨...

‘୫ ମାସରେ ଘାଟିର ସମ୍ପ୍ରସାରଣ ହେବ’

ବାଙ୍ଗିରିପୋଷି,୯।୧(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ସଡକ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏନେଇ ପଥଚାରୀ ମାନେ ନାହଁି...

Advertisement
Archives

Model This Week