Posted inଜାତୀୟ

ପିଆଜ କିଣିବା ପାଇଁ ଧାଡିରେ ଛିଡା ହୋଇଥିବା ଚାଷୀଙ୍କ ମୃତ୍ୟୁ

ବିଜୟଓ୍ବାଡା,୧୦।୧୨: ସାରା ଦେଶରେ ପିଆଜର ଦରବୃଦ୍ଧି ଲୋକଙ୍କୁ କନ୍ଦାଉଛି। ଏହାର ବର୍ଦ୍ଧିତ ଦର ସିଧାସଳଖ ଲୋକଙ୍କ ପକେଟ ଉପରେ ପଡ଼ୁଛି। ଆନ୍ଧ୍ରପ୍ରଦେଶରେ ସବ୍‌ସିଡିରେ ମିଳୁଥିବା ପିଆଜକୁ କିଣିବା ପାଇଁ ଧାଡିରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ସୋମବାର କୃଷ୍ଣା ଜିଲା ଗୁଡିଓ୍ବାଡାର କସ୍‌ବେରେ ୫୫ବର୍ଷୀୟ କୃଷକ ଆର୍‌ ସମ୍ବେୟା ସବ୍‌ସିଡିରେ ଦିଆଯାଉଥିବା ପିଆଜ ପାଇଁ ଲମ୍ବା ଲାଇନ୍‌ରେ ଛିଡା ହୋଇଥିଲେ। ସେହି ସମୟରେ ତାଙ୍କୁ ହୃଦ୍‌ଘାତ ହେବାରୁ ଅଚେତ୍‌ ହୋଇ ତଳେ ପଡ଼ିଯାଇଥିଲେ। ହସ୍ପିଟାଲକୁ ନିଆଯାଉଥିବା ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସମ୍ବେୟାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଓ ୨ସନ୍ତାନ ଅଛନ୍ତି। ତେବେ ପିଆଜ ଦରବୃଦ୍ଧିକୁ ନେଇ ହୋଇଥିବା ମୃତ୍ୟୁ ଘଟଣା ଦେଶରେ ଏହା ପ୍ରଥମ।


Enter your email to get our daily news in your inbox.

All Right Reserved By Dharitri.Com

ହରିୟାଣା କଂଗ୍ରେସର ପୂର୍ବତନ ମୁଖ୍ୟ ଏଏପିରେ ସାମିଲ

ଚଣ୍ଡିଗଡ଼,୪ ।୪: ହରିୟାଣା କଂଗ୍ରେସର ପୂର୍ବତନ ମୁଖ୍ୟ ଅଶୋକ ତନୱର ସୋମବାର ଆମ ଆଦମୀ ପାର୍ଟି(ଏଏପି)ରେ ଯୋଗ ଦେଇଛନ୍ତି । ସେ ଆମ ଆଦମୀ ପାର୍ଟିର...

ରୁଷିଆ-ୟୁକ୍ରେନ ସମ୍ଭାବ୍ୟ ଯୁଦ୍ଧ ପଛର କାରଣ କହିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୩।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଘନେଇବାରେ ଲାଗିଛି। ଏହାକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତା ବଢିବାରେ ଲାଗିଛି। ତେବେ ସମ୍ଭାବ୍ୟ ଯୁଦ୍ଧକୁ...

ବିହାରରେ ଲଜ୍ଜା: ବଳାତ୍କାର ଉଦ୍ୟମ ସଫଳ ନ ହେବାରୁ ନାବାଳିକାଙ୍କୁ ଗୁଳି କଲେ ଯୁବକ

ରୋହତାସ,୧୭।୧୨: ବିହାରରେ ପୁଣି ଲଜ୍ଜା। ବିହାର ରୋହତାସ ଜିଲାର ରାଜପୁରରେ ୧୦ମରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ଉଦ୍ୟମ କରାଯାଇଛି। ଉଦ୍ୟମରେ ସଫଳ ନ ହେବାରୁ...

ଖଟ୍ଟର ସରକାରଙ୍କ ବିରୋଧରେ କଂଗ୍ରେସର ଖଣି ଦୁର୍ନୀତି ଅଭିଯୋଗ

ଚଣ୍ଡିଗଡ଼, ୩୦ା୧୧(ପି.ଟି.) : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟରଙ୍କ ପୂର୍ବପାଳି ସରକାରରେ ୫ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏହାର ବିଧିବଦ୍ଧ ତଦନ୍ତ କରାଯିବାକୁ...

ମମତାଙ୍କୁ ଟକ୍କର ଦେବେ ଶୁଭେନ୍ଦୁ

କୋଲକାତା,୮ ।୩: ବେଳକୁ ବେଳ ପଶ୍ଚିମବଙ୍ଗ ରାଜନୀତି ହେଉଛି ସରଗରମ । ଗତ ସପ୍ତାହରେ ଶାସକ ତୃଣମୂଳ କଂଗ୍ରେସ ୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ...

ବଜାରରେ ମିଳୁଛି କରୋନା ବରା, କରୋନା ପରଟା: ଭାଇରାଲ ହେଉଛି ଫଟୋ

ମଦୁରାଇ,୯।୭: ତାମିଲନାଡୁର ମଦୁରାଇ ସହର ପରଟା ପାଇଁ ପ୍ରସିଦ୍ଧ ହୋଇଥିବା ବେଳେ ଏବେ ଏଠାକାର ଏକ ରେସ୍ତୋରାଁ କରୋନା ସମ୍ପର୍କିତ ସଚେତନା ସୃଷ୍ଟି କରିବାକୁ ପ୍ରୟାସ...

କରୋନାର ତୃତୀୟ ଲହରରେ କେମିତି ରହିବେ ସୁରକ୍ଷିତ: ଏମ୍ସ ପ୍ରଫେସର୍‌ ଦେଲେ ଟିପ୍ସ

ନୂଆଦିଲ୍ଲୀ,୨୧।୬: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରର ଗତି ବହୁତ ମନ୍ଥର ହୋଇଛି। ଗତ ଏକ ସପ୍ତାହ ହେବ ଦୈନିକ ସଂକ୍ରମଣ ସଂଖ୍ୟା ୧ ଲକ୍ଷରୁ...

ଅଯୋଧ୍ୟା ଆନ୍ଦୋଳନକୁ ପ୍ରଥମେ ଉତ୍ସାହିତ କରିଥିଲା କଂଗ୍ରେସ

ନୂଆଦିଲ୍ଲୀ, ୩।୧୨(ପି.ଟି.): ଅଯୋଧ୍ୟା ଆନ୍ଦୋଳନକୁ ପ୍ରୋତ୍ସାହିତ କରିବାରେ କଂଗ୍ରେସ ପ୍ରଥମ ରାଜନୈତିକ ଦଳ ବୋଲି ଏକ ନୂତନ ପୁସ୍ତକରେ କୁହାଯାଇଛି। ଏପରିକି ଅଯୋଧ୍ୟା ଆନ୍ଦୋଳନକୁ କଂଗ୍ରେସର...

Advertisement
Archives

Model This Week