ପାହାଡ଼ ଉପରେ ଫସିରହିଥିଲେ ବିଦେଶୀ ଦମ୍ପତ୍ତି: ଡ୍ରୋନ୍‌ ଜରିଆରେ ମିଳିଲା ସନ୍ଧାନ

ଚେନ୍ନାଇ,୨୦।୪: ତାମିଲନାଡୁର ତିରୁନବନ୍ନାମଲାଇ ଜିଲାରେ ଥିବା ଏକ ପାହାଡ ଉପରୁ ପୋଲିସ ଜଣେ ଯୁବା ବିଦେଶୀ ଦମ୍ପତ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। କିଛି ଦିନ ପୂର୍ବରୁ ୨୯ବର୍ଷୀୟ ଭିକ୍ଟର ନାମକ ଯୁବକ ଓ ୨୮ ବର୍ଷୀୟ ତାତିଆନା ନାମକ ଯୁବତୀ ଲାଇବ ଟୁରିଷ୍ଟ ଭିଜାରେ ଭାରତକୁ ଆଧ୍ୟାତ୍ମିକ ଯାତ୍ରାରେ ଆସିଥିଲେ। କିନ୍ତୁ ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ସେ ଆଉ ନିଜ ଦେଶକୁ ଫେରିପାରି ନ ଥିଲେ। ପାଖରେ ଟଙ୍କା ନ ଥିବାରୁ ସେମାନେ ଖାଇବା ଓ ରହିବା ପାଇଁ କୌଣସି ବ୍ୟବସ୍ଥା କରିପାରି ନ ଥିଲେ। ତେଣୁ ଭିକ୍ଟର ଓ ତାତିଆନା ପାହାଡ଼ ଉପରେ ରହି ଧ୍ୟାନ କରିବାକୁ ନିଷ୍ପତ୍ତି ନେଇଥିଲେ।

ହେଲେ ପାହାଡ଼ ଉପରେ ନଜର ରଖୁଥିବା ପୋଲିସର ଡ୍ରୋନ୍‌ ହଠାତ୍‌ ଏହି ଦମ୍ପତ୍ତିଙ୍କ ଉପରେ ନଜର ପଡ଼ିଥିଲା। ଏହାପରେ ପୋଲିସ ସେମାନଙ୍କୁ ଉକ୍ତ ପାହାଡ଼ ଉପରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଏଥିସହ ପୂର୍ବରୁ ଯେଉଁଠାରେ ସେମାନେ ରହୁଥିଲେ ସେଠାକାର ମାଲିକଙ୍କ ସହ କଥା ହୋଇ ମାଗଣାରେ ରହିବା ପାଇଁ ପୋଲିସ ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ଏତଦ୍‌ ବ୍ୟତୀତ ଏକ ଏନ୍‌ଜିଓ ସହ ଆଲୋଚାନା କରାଯାଇ ଲକ୍‌ଡାଉନ୍‌ ଶେଷ ହେବା ପର୍ଯ୍ୟନ୍ତ ଭିକ୍ଟର ଓ ତାତିଆନାଙ୍କୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବାକୁ କୁହାଯାଇଛି ବୋଲି ତିରୁନବନ୍ନାମଲାଇର ଏସ୍‌ପି ସିବି ଚକ୍ରବର୍ତ୍ତୀ କହିଛନ୍ତି। ତେବେ ବିମାନ ସେବା ଜାରି ହେବା ପରେ ତାଙ୍କୁ ନିଜ ଦେଶକୁ ଫେରିବା ପାଇଁ ସମସ୍ତ ସହଯୋଗ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମାକ୍ଷା ମନ୍ଦିର ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ନୂଆଦିଲ୍ଲୀରୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ,୨୬ ।୬: କାମାକ୍ଷା ମନ୍ଦିର ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ରେଲୱେ ଏକ ଉପହାର ଦେଇଛି । ଶ୍ରଦ୍ଧାଳୁଙ୍କ ପାଇଁ ରେଲୱେ ପକ୍ଷରୁ ଏକ ସ୍ୱତନ୍ତ୍ର...

ମନ୍ଦିର ପାଇଁ ଧନବର୍ଷା: ୧୧୦ ମିନିଟରେ ୧୩୬ କୋଟି ସଂଗ୍ରହ

ଅହମଦାବାଦ,୧।୩: ମନ୍ଦିର ନିର୍ମାଣ ପାଇଁ ଗୁଜରାଟରେ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକେ ଧନବର୍ଷା କରିଛନ୍ତି। ମାତ୍ର ୧୧୦ ମିନିଟରେ ୧୩୬ କୋଟି ଟଙ୍କାର ଚାନ୍ଦା...

ସିଦ୍ଧୁଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଲେ ଅମରିନ୍ଦର

ଚଣ୍ଡିଗଡ,୨୪।୧: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଦ୍ଧୁଙ୍କ ଉପରେ ଏକ ବଡ ଅଭିଯୋଗ କରିଛନ୍ତି। ଅମରିନ୍ଦର...

ବିଶ୍ୱରେ ପାଳିତ ହେଉଥିବା କିଛି ଅଜବ ଦିବସ

* ଜାନୁୟାରୀ ୩ ତାରିଖକୁ ବିଶ୍ୱର ବିଭିନ୍ନ ସ୍ଥାନରେ ଶୟନ ଦିବସ ଭାବେ ପାଳନ କରାଯାଏ। ଏହି ଦିନ ଲୋକମାନେ ନିଜ ଇଚ୍ଛା ମୁତାବକ ଯେତେ...

୧୨ ଘରୋଇ ଲାବ୍‌ ଚେନ୍‌ରେ ହେବ କରୋନା ପରୀକ୍ଷା

ନୂଆଦିଲ୍ଲୀ,୨୪ା୩(ଆଇଏଏନ୍‌ଏସ୍‌): କରୋନା ପରୀକ୍ଷା ଲାଗି ସରକାର ୧୨ଟି ଘରୋଇ ଲାବ୍‌ ଚେନ୍‌କୁ ଦାୟିତ୍ୱ ଦେଇଛନ୍ତି। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ନିର୍ଦ୍ଦେଶକ ଡ. ବଳରାମ...

ଜମ୍ମୁରେ ବଢ଼ିବ ୭ ଆସନ

ନୂଆଦିଲ୍ଲୀ/ଶ୍ରୀନଗର,୧୦ା୭: ୨୦୧୧ ଜନଗଣନା ଅନୁସାରେ ଜମ୍ମୁ-କଶ୍ମୀରର ସୀମା ପୁନଃ ନିର୍ଦ୍ଧାରଣ କରାଯିବ। ଏଥିରେ ସମଗ୍ର ଉପତ୍ୟକାର ୭ ବିଧାନସଭା ଆସନ ବୃଦ୍ଧି କରାଯିବ। ପାକିସ୍ତାନ-ଅଧିକୃତ କଶ୍ମୀର...

ମାସ୍କ ପିନ୍ଧି ଖାଇବା ଅର୍ଡର କଲେ ଦେବାକୁ ପଡ଼ିବ ଜରିମାନା

କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବାରୁ ଅନେକ ଲୋକଙ୍କ ଜୀବନ ଯାଇଛି। ବହୁ ଲୋକ ଏଥିରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ...

ତୃତୀୟଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୬।୨: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ତୃତୀୟଥର ଲାଗି ରବିବାର ଶପଥ ନେଇଛନ୍ତି ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ। ଉପରାଜ୍ୟପାଳ ଅନିଲ ବେଜଲ ତାଙ୍କୁ...

Advertisement
Archives

Model This Week