ପାହାଡ଼ରେ ସିଡ୍‌ବଲ୍‌ ମାଧ୍ୟମରେ ହେବ ମଞ୍ଜି ରୋପଣ

ବ୍ରହ୍ମପୁର ଅଫିସ,୧୦ା୭-ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଗଞ୍ଜାମ ଜିଲା। କିନ୍ତୁ ଏବେ ଏହାର ସୌନ୍ଦର୍ଯ୍ୟ କ୍ରମଶଃ ହ୍ରାସ ପାଇବାକୁ ବସିଲାଣି। ପଥର, ମାଟି ସଂଗ୍ରହ ସମେତ ଅନ୍ୟାନ୍ୟ କାରଣରୁ ଜିଲାର ବିଭିନ୍ନ ଅଞ୍ଚଳରୁ ଜଙ୍ଗଲ କ୍ଷୟ ହେବା ସହ ମାଳ ଅଞ୍ଚଳରେ ଥିବା ପାହାଡଗୁଡିକ ମଧ୍ୟ ବୃକ୍ଷଶୂନ୍ୟ ହେବାରେ ଲାଗିଛି। ସେହି ବୃକ୍ଷଶୂନ୍ୟ ତଥା ଲଣ୍ଡା ପାହାଡର ପ୍ରାକୃତିକ ସୌନ୍ଦର୍ଯ୍ୟ ପୁନଃ ଫେରାଇ ଆଣିବାକୁ ଏବେ ଅଣ୍ଟାଭିଡିଛି ବ୍ରହ୍ମପୁରର ସାମାଜିକ ଅନୁଷ୍ଠାନ ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ। ଲଣ୍ଡା ପାହାଡ଼କୁ ପୁଣି ସବୁଜିମାରେ ପରିଣତ କରିବାକୁ ଆରମ୍ଭ କରିଛି ଏକ ନୂଆ ପ୍ରୟାସ। ବିିଭିନ୍ନ ପ୍ରକାର ବୃକ୍ଷ ମଞ୍ଜିକୁ ସିଡ୍‌ ବଲ ମାଧ୍ୟମରେ ପାହାଡରେ ରୋପଣ କରିବାକୁ ଫାଉଣ୍ଡେଶନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଦେଢମାସ ମଧ୍ୟରେ ପ୍ରାୟ ଲଣ୍ଡା ପାହାଡଗୁଡିକରେ ୩ ଲକ୍ଷ ବିିଭିନ୍ନ ବୃକ୍ଷର ମଞ୍ଜି ରୋପଣ କରିବାକୁ ମଧ୍ୟ ଯୋଜନା ରଖାଯାଇଥିବା ଫାଉଣ୍ଡେଶନ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ମଙ୍ଗଳବାର ଫାଉଣ୍ଡେଶନ ପକ୍ଷରୁ ସିଡ ବଲ ପ୍ରସ୍ତୁତି ମେଶିନର ଶୁଭାରମ୍ଭ ହୋଇଛି। ମଧ୍ୟପ୍ରଦେଶ ଇନ୍ଦୋରର ସ୍ବେଚ୍ଛାସେବୀ ଅନୁଷ୍ଠାନ ସାଇନଟେକ ଇକୋ ଫାଉଣ୍ଡେଶନ ଦ୍ୱାରା ପ୍ରଦତ୍ତ ଏହି ମେଶିନକୁ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରା ଆର୍ଯ୍ୟଭଟ୍ଟ ପରିସରରେ ଉଦ୍‌ଘାଟନ କରିଛନ୍ତି। ଏହି ମେଶିନ ଦ୍ୱାରା ଖତ,ମାଟି ସହ ମଞ୍ଜି ସମ୍ମିଶ୍ରଣରେ ସିଡ୍‌ ପ୍ରସ୍ତୁତ ହେବ। ସେହି ସିଡ୍‌ବଲକୁ ଫାଉଣ୍ଡେଶନ ଦ୍ୱାରା ଗଞ୍ଜାମ ଜିଲାର ବିଭିନ୍ନ ଲଣ୍ଡା ପାହାଡରେ ରୋପଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଚିିକିଟି ପେଣ୍ଠ ଅଞ୍ଚଳର ବାଳକୁମାରୀ, ଋଷିଦଲ୍ଲୀ, ରାମଚନ୍ଦ୍ରପଲ୍ଲୀ ପାହାଡ, ଶହଶପୁର ଓ ହିଞ୍ଜିଳିକାଟୁ ପ୍ରମୁଖ ଅଞ୍ଚଳରେ ଥିବା ପାହାଡରେ ସିଡବଲ ମାଧ୍ୟମରେ ମଞ୍ଜି ରୋପଣ କରାଯିବ। ଆସନ୍ତା ଶୁକ୍ରବାରରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଫାଉଣ୍ଡେଶନର ଚେୟାରମ୍ୟାନ ସୁଧୀର କୁମାର ରାଉତ ସୂଚନା ଦେଇଛନ୍ତି। ଦେଢମାସ ମଧ୍ୟରେ ଉକ୍ତ ପାହାଡରେ ନିମ, ବାଉଁଶ, କରଞ୍ଜ, ସୀମାରୁଆ, ରକ୍ତ ଚନ୍ଦନ, ଆକାଶିଆ ଓ ପଣସ ପ୍ରଭୃତ ବୃକ୍ଷର ପ୍ରାୟ ୩ ଲକ୍ଷ ମଞ୍ଜିକୁ ସିଡ୍‌ବଲ ଜରିଆରେ ରୋପଣ କରାଯିବାକୁ ଯୋଜନା ରହିଛି। ଏଥିପାଇଁ ମଞ୍ଜି ଜୟପୁର, ଭୁବନେଶ୍ୱରରୁ ଅଣାଯିବାକୁ ଥିବା ବେଳେ ମଞ୍ଜି ବାବଦକୁ ୫୦ ହଜାର ଟଙ୍କା ଫାଉଣ୍ଡେଶନ ପକ୍ଷରୁ ବିନିଯୋଗ କରାଯିବ ବୋଲି ଚେୟାରମ୍ୟାନ ସୂଚାଇଛନ୍ତି। ମେଶିନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲା ଇକୋ କ୍ଲବ ସଂଯୋଜକ ଡ. ଶଙ୍କର ନାରାୟଣ ବେଜ, ଫାଉଣ୍ଡେଶନର ଶ୍ୟାମସୁନ୍ଦର ଖାଡଙ୍ଗା, ସୁରେଶ ତ୍ରିପାଠୀ, ଭୀମାରାଜୁ ପାତ୍ର, କେ. ଅବିନାଶ, ଫୋରମ ଫର ଗଞ୍ଜାମର ଇ. ତେଜେଶ୍ୱର ରାଓ, ଜାମୁଲା ସୁରେଶ, ଜାମୁଲା ସତ୍ୟନାରାୟଣ, ମାନସ ପାତ୍ର, ଭୀଷ୍ମାଚାର୍ଯ୍ୟ ଚୌଧୁରୀ ଓ ସ୍ବରାଜ୍ୟ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?