Posted inଫୁରସତ

ପାଣି, ପବନ ଓ ବିଦ୍ୟୁତ୍‌ ଶକ୍ତିରୁ ତିଆରି ହେଲା ବିକଳ୍ପ ଖାଦ୍ୟ: ରହିବେନି କେହି ଭୋକିଲା

ହେଲସିଙ୍କି,୨୧।୧: ଆଗାମୀ ଦିନରେ ପୃଥିବୀର ଖାଦ୍ୟ ସମସ୍ୟା କିଭଳି ଦୂର କରାଯିବ ସେ ନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଏହି ମର୍ମରେ ଫିନ୍‌ଲାଣ୍ଡର ବୈଜ୍ଞାନିକ ପାଣି, ପବନ ଏବଂ ବିଦ୍ୟୁତ୍‌ ଶକ୍ତିରୁ ବିକଳ୍ପ ଖାଦ୍ୟ ସୋଲେନ୍‌ ତିଆରି କରିଥିବା ଦାବି କରିଛନ୍ତି। ଏହାକୁ ବୈଜ୍ଞାନିକ ଥିନ୍‌ ଏୟାର ଫୁଡ୍‌ ଭାବେ ନାମିତ କରିଛନ୍ତି। ଏହି ଖାଦ୍ୟ ପରିବେଶ ଉପଯୋଗୀ ମଧ୍ୟ ହେବ ବୋଲି ଏହାକୁ ତିଆରି କରିଥିବା କମ୍ପାନୀ ସୋଲାର ଫୁଡସ୍‌ ପକ୍ଷରୁ କୁହାଯାଇଛି। ପୃଥିବୀର ଜନସଂଖ୍ୟା ବଢ଼ିବାଯୋଗୁ ଖାଦ୍ୟର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥଳେ ସୀମିତ ଖାଦ୍ୟ ଉତ୍ସ ଉପରେ ଚାପ ପଡୁଛି। ଏହାଦ୍ୱାରା ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ପରିମାଣ ମଧ୍ୟ ବଢୁଛି। ୧୪.୫ ପ୍ରତିଶତ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ କେବଳ ବିଭିନ୍ନ ଖାଦ୍ୟ ଉତ୍ପାଦନ ପ୍ରକ୍ରିୟା ଦ୍ୱାରା ସୃଷ୍ଟି ହେଉଛି। ଫଳରେ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି। ମାତ୍ର ଏହି ବିକଳ୍ପ ଖାଦ୍ୟ ଦ୍ୱାରା କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ। ତିଆରି ହୋଇଥିବା ସୋଲେନ୍‌ ପ୍ରାକୃତିକ ପ୍ରୋଟିନ୍‌ ଭଳି କାର୍ଯ୍ୟ କରିବାକୁ ସକ୍ଷମ ହେବ ବୋଲି ବୈଜ୍ଞାନିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାର ମାନିଛି ବୟସ: ୮୦ ବର୍ଷରେ ବି ରାଜକିଶୋରଙ୍କ ନିହାଣ ଚଳଚଞ୍ଚଳ

ଓଡ଼ିଶାର ପାରମ୍ପରିକ କଳା କାରିଗରିରେ ଦେଶ ବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ରହିଛି। ତେବେ କଳାକୃତି ତିଆରି କରୁଥିବା ଶିଳ୍ପୀମାନଙ୍କ ମଧ୍ୟରେ କେହି ନିଶାରେ ତ...

ବେଦୀ ଚାରିପଟେ ନାଚି ନାଚି ବାହାହେଲେ ବରକନ୍ୟା, ଭିଡିଓ ଦେଖି ଲୋକେ କହିଲେ…

ସୋସିଆଲ ମିଡିଆରେ ଏକ ବିବାହ ଫଟୋ ଏବେ ଭାଇରାଲ ହେଉଛି। ଭିଡିଓରେ ବରକନ୍ୟା ନାଚି ନାଚି ସାତଫେରା ନେଇଛନ୍ତି। ଅଗ୍ନିକୁ ସାକ୍ଷୀ ରଖି ବରକନ୍ୟା ବିବାହ...

ଗଛରେ ସାଲାଇନ୍‌ ଟାଙ୍ଗି କରୋନା ଆକ୍ରାନ୍ତଙ୍କ ଚିକିତ୍ସା: ଭିଡ଼ିଓ ଭାଇରାଲ…

ଭୋପାଳ,୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ଗ୍ରାମୀଣ ଅଞ୍ଚଳରେ କେତେକ ଆକ୍ରାନ୍ତ ଚିକିତ୍ସା ଲାଗି ହସ୍ପିଟାଲକୁ ଯିବାକୁ ଅମଙ୍ଗ ହେଉଛନ୍ତି।...

‘ଓ୍ବାର୍କ ଫ୍ରମ୍‌ ହୋମ୍‌’ରୁ ନିଃସଙ୍ଗତା

ଓ୍ବାଶିଂଟନ: ବଦଳିଛି କାମ କରିବାର ତରିକା। ଏହାକୁ ଆହୁରି ସୁବିଧା କରିଦେଇଛି ଅନ୍‌ଲାଇନ ନେଟ୍‌ଓ୍ବାର୍କିଂ। ଘରେ ରହି କରାଯାଇପାରୁଛି ଗୋଟିଏରୁ ବଡ଼ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ...

ଦୁଇପଟେ ଚାହିଁ ରହିଥିଲା ମୃତ୍ୟୁ : ବିଲେଇକୁ ମାରି ଏଭଳି ଖାଇଲା ବାଘ; ଲୋମ ଟାଙ୍କୁରା ଭାଇରାଲ ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

୯ ମାସରେ ୧୪ ଥର ପ୍ଲାଜମା ଦାନ କରିସାରିଲେଣି ଏହି ବ୍ୟକ୍ତି; ବନ୍ଧୁମାନେ ଡାକୁଛନ୍ତି ‘ପ୍ଲାଜମା ବ୍ୟାଙ୍କ’

ନୂଆଦିଲ୍ଲୀ,୧୫।୫: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ଯୋଗୁ ସଂକ୍ରମଣ ନିୟନ୍ତ୍ରଣକୁ ଆସିବାର ନାଁ ଧରୁନାହିଁ। ଦୈନିକ ହଜାର ହଜାର ସଂଖ୍ୟାରେ ଲୋକ ସଂକ୍ରମିତ ହେଉଥିବା...

ବାଘ ଆଗକୁ ଚାଲି ଆସିଲା ଅଜଗର; ଆଉ ତା ପରେ…..

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ଖାଦ୍ୟ ପାଇଁ ହାତୀ-ହାତୀ ମଧ୍ୟରେ ଲଢେଇ ତ ଆଉ କେତେବେଳେ ବାଘ-ସିଂହ ମଧ୍ୟରେ ଲଢେଇ...

ପ୍ରଥମ ଦରମା ଟଙ୍କା ଘରକୁ ପଠାଇଥିଲି: ଶିକ୍ଷାବିତ୍‌ ତଥା ସାହିତ୍ୟିକ ଭାଗୀରଥି ବେହେରା

ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ୍‌ ଅନ୍ତର୍ଗତ ଲଙ୍ଗଳେଶ୍ୱର ଗାଁରେ ମୋ ଜନ୍ମ। ବି.ଏସ୍‌ସି. ବି.ଏଡ୍‌. ପାସ୍‌ ପରେ ଭୁବନେଶ୍ୱରସ୍ଥିତ ଶବରସାହିରେ ନୂଆକରି ଖୋଲିଥିବା ଏକ ବେସରକାରୀ...

Advertisement
Archives

Model This Week