ପାଣିରେ ବୁଡ଼ି ୩ ଜଣଙ୍କ ସଲିଳ ସମାଧି

ଭଦ୍ରକ ଅଫିସ/ବାସୁଦେବପୁର, ୧୬।୩(ଡି.ଏନ.ଏ.)- ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଧୀନ ସନିଆ ସାବରଙ୍ଗ ଓ ବାସୁଦେବପୁର ବ୍ଲକ ଆର୍ତ୍ତୁଂ ଗ୍ରାମରେ ସୋମବାର ପାଣିରେ ବୁଡ଼ି ୩ ବାଳକଙ୍କ ମୃତ୍ୟୁ ଘଟିଛି। ସନିଆ ସାବରଙ୍ଗର ମୃତକଦ୍ୱୟ ହେଲେ ରଞ୍ଜନ କୁମାର ଧୂପାଳଙ୍କ ପୁଅ ଦେବୀଦତ୍ତ(୮) ଓ ପାର୍ଥସାରଥୀ ବେହେରାଙ୍କ ପୁଅ ବିଶ୍ୱଜିତ୍‌(୯)। ସୂଚନା ଅନୁଯାୟୀ, ଦୁଇ ସାଙ୍ଗ ଦେବୀଦତ୍ତ ଓ ବିଶ୍ୱଜିତ ଅପରାହ୍ନରେ ଖେଳୁଥିବାବେଳେ ଗଁା ନିକଟ ବିଲ ମଝିରେ ନୂଆ କରି ଖୋଳା ଯାଇଥିବା ଏକ ଗାଡ଼ିଆରେ ପଡ଼ିଯାଇଥିଲେ। ଖବର ପାଇ ପରିବାର ଲୋକ ଓ ଗ୍ରାମବାସୀ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ଗ୍ରାମାଞ୍ଚଳ ପୋଲିସ ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାରେ ରଖାଯାଇଛି।
ସେହିପରି ବାସୁଦେବପୁର ଆର୍ତ୍ତୁଂ ଗ୍ରାମର ଦେବାଶିଷ ରାଉଳ ନାମକ ଜଣେ ବାଳକ ସନ୍ଧ୍ୟାରେ ପୋଖରୀରେ ପଡ଼ି ଯିବାରୁ ମୃତ୍ୟୁ ଘଟିଛି। ଦେବାଶିଷ ମାଙ୍କଡ଼ ଗୋଡ଼ାଉଥିବାବେଳେ ଅସାବଧାନତାବଶତଃ ନିକଟସ୍ଥ ଏକ ପୋଖରୀ ମଧ୍ୟକୁ ଖସି ପଡ଼ିଥିଲେ। ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରିଚୟ ହରାଉଛି ରାଜାବନ୍ଧ

ମୋରଡା,୧୧।୬(ଡି.ଏନ.ଏ) ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ଚିତ୍ରଡ଼ା-ଅମର୍ଦା ରାଜ୍ୟ ରାଜପଥ କଡ଼ରେ ଥିବା ରାଜା ରାଜୁଡ଼ା ଅମଳର ରାଜା ବନ୍ଧ ପ୍ରଶାସନିକ...

ଦିଗପହଣ୍ଡିରେ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବର ଲାଇଭ୍‌

ଦିଗପହଣ୍ଡି,୧୧ା୧(ଡି.ଏନ୍‌.ଏ.): ହକି ବିଶ୍ୱକପ୍‌ ପ୍ରତିଯୋଗିତା ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଲାଇଭ୍‌ ବୁଧବାର ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମରେ ପ୍ରଦର୍ଶିତ ହୋଇଛି। ବିଶ୍ବକପ୍‌ ହକି...

ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ସହ ବରୀର ୪ଜଣଙ୍କ ଲିଙ୍କ

ବରୀ,୧୫।୪(ସ୍ବ.ପ୍ର):  ଯାଜପୁରର ଦ୍ୱିତୀୟ କରୋନା ପଜେଟିଭଙ୍କ ସହିତ ବରୀ ବ୍ଲକ ଗୋଳକୁଣ୍ଡ ଗ୍ରାମର ୪ଜଣଙ୍କର ଲିଙ୍କ ଥିବା ଜଣାପଡିଛି। ଏନେଇ ବରୀ ଅଞ୍ଚଳବାସୀ ଅଧିକ ସଚେତନ...

ମଦ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

ଖଇରା,୨୪।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ କଇଥଗଡିଆ ଗ୍ରାମରେ ଦେଶୀମଦ କାରବାର ଦିନକୁ ଦିନ ବଢି ଚାଲିଛି। ସରପଞ୍ଚ ଗୋବର୍ଦ୍ଧନ ପାଇକରାୟ, ପୂର୍ବତନ ସରପଞ୍ଚ ବଳରାମ...

ସୁଦୃଢ଼ ହେଉଛି ସ୍ବାସ୍ଥ୍ୟ ଭିତ୍ତିଭୂମି

ଅନୁଗୋଳ ଅଫିସ, ୫ା୬ ମହାମାରୀର ଦ୍ୱିତୀୟ ଲହର ଅତି ମାରାତ୍ମକ ସାବ୍ୟସ୍ତ ହେଉଥିବାରୁ ଏହାର ଉଚିତ ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ଉପରେ ସର୍ବାଧିକ...

ଅନୁଗୋଳ ସହରବାସୀଙ୍କୁ ଅଥୟ କଲାଣି ମଶା

ଅନୁଗୋଳ ଅଫିସ, ୯ା୨: ଅନୁଗୋଳ ପୌରାଞ୍ଚଳରେ ମଶା ବଂଶ ବୃଦ୍ଧି ଚିନ୍ତାର କାରଣ ହୋଇଛି। ପରିମଳ ବ୍ୟବସ୍ଥା ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉ ନ ଥିବାରୁ...

ଡଙ୍ଗା ଭସାଇବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହେଲେ ବ୍ୟକ୍ତି

ପାଟଣା,୩୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଟାଙ୍ଗରପଡା ପଞ୍ଚାୟତ ଝାଲିଆପଡ଼ା ଗ୍ରାମର ଜଣେ ବ୍ୟକ୍ତି ସୋମବାର ଭୋରରୁ ଗାଁ ନାଳକୁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା...

ଅଙ୍ଗନୱାଡି କର୍ମୀଙ୍କୁ ଦୁର୍ବ୍ୟବହାର, ଅଭିଯୁକ୍ତ ଗିରଫ

ଆସିକା,୬ା୪(ଡି.ଏନ୍‌.ଏ.): ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଡି. ସିଙ୍ଗିପୁର ଗ୍ରାମରେ ରବିବାର ସେହି ଗ୍ରାମର ଜଣେ ଅଙ୍ଗନୱାଡି କର୍ମୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗରେ...

Advertisement
Archives

Model This Week