ପାଟଣା ରେଞ୍ଜରେ ୨୩ ବଣୁଆ ହାତୀ: ଉଜାଡିଲେ ଧାନ ଫସଲ, କ୍ଷତିପୂରଣ ଦାବି

ପାଟଣା,୧୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ସାହାରପଡ଼ା ଓ ଗରାଣ୍ଡିଯୋଡି ସେକ୍ସନରେ ସୋମବାର ରାତିରେ ମୟୂରଭଞ୍ଜ ଜିଲା କରଞ୍ଜିଆ ରେଞ୍ଜରୁ ୨୩ଟି ଝାଡ଼ଖଣ୍ଡି ହାତୀ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି।
ସୂଚନା ଅନୁଯାୟୀ, ଏହି ବଣୁଆ ହାତୀଗୁଡ଼ିକ କରଞ୍ଜିଆ ରେଞ୍ଜରୁ ପାଟଣା ରେଞ୍ଜର ବାଇକଳାସ୍ଥିତ ଜଟିଆ ହୁଡ଼ିରେ ଆଶ୍ରୟ ନେଇଥିଲେ। ରାତିରେ ଗୋଜିଟାଙ୍ଗିରି ଓ ବାଇକଳା ଅଞ୍ଚଳ ଧାନ ବିଲରେ ପଶି ଫସଲ ଖାଇବା ସହ ବ୍ୟାପକ କ୍ଷେତ ଦଳିଚକଟି ନଷ୍ଟ କରିଦେଇଛନ୍ତି। ବନବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ହାତୀଙ୍କୁ ଘଉଡାଇବାରୁ ହାତୀପଲ ମଙ୍ଗଳବାର କରଞ୍ଜିଆ ମୁହାଁ ହୋଇଛନ୍ତି। ଚାଷୀମାନଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି । ଏ ନେଇ ପାଟଣା ରେଞ୍ଜର ପିବିତ୍ରମୋହନ ନାଏକଙ୍କୁ ପଚାରିବାରୁ ହାତୀପଲ ବର୍ତ୍ତମାନ କରଞ୍ଜିଆ ରେଞ୍ଜର ବଡ଼ଦେଉଳିକୁ ଚାଲିଯାଇଥିବା କହିଛନ୍ତି। ରେଞ୍ଜରଙ୍କ ସୂଚନା ଅନୁଯାୟୀ ଗୋଜିଟାଙ୍ଗିରୀ ଗ୍ରାମର ଦୈତାରୀ ନାଏକ, କ୍ଷୀରୋଦ ନାଏକ, ସୁଦର୍ଶନ ନାଏକ ଓ ନିଧି ନାଏକଙ୍କ ଧାନ କ୍ଷେତ ନଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଯାଉଁଳିପୋଖରୀ ମଠ ରୂପରେଖ

ଢେଙ୍କାନାଳ ଅଫିସ, ୨୦।୧: ବଦଳିବ ଐତିହ୍ୟସମ୍ପନ୍ନ ଯାଉଁଳିପୋଖରୀ ମଠର ରୂପରେଖ। ଏହାର ଉନ୍ନତୀକରଣ ଲାଗି ଆରମ୍ଭ ହୋଇଛି ପ୍ରୟାସ। ଏ ନେଇ ରବିବାର ମଠାଧୀଶ ମହନ୍ତ ମୋହନଦାସଜୀ...

ମାସ୍କ ନ ପିନ୍ଧି କାମ କରୁଛନ୍ତି ଶ୍ରମିକ

ବିନିକା,୮ା୫(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ୍‌ ଅଞ୍ଚଳରେ ୩ ଦିନ ଧରି ବିଭିନ୍ନ ବିଭାଗର ଉନ୍ନୟନ କାମ ପ୍ରାରମ୍ଭ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପାନୀୟ...

ମଦ ଧରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ଅଧିକାରୀ

ସାରସକଣା,୧୯ା୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ପାକଟିଆ ଗ୍ରାମର ଦିଘି କଲୋନୀ ସାହିଠାରେ ଅବକାରୀ ବିଭାଗ ମଦ ଚଢ଼ାଉ କରିବାକୁ ଯାଇଥିବା ସମୟରେ ଗ୍ରାମବାସୀଙ୍କ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଢୁଛି ଦୁର୍ନୀତି: ସ୍ବଚ୍ଛଳଙ୍କୁ ମିଳୁଛି, ଗୃହହୀନଙ୍କୁ ନାହିଁ

ଖୋର୍ଦ୍ଧା ଅଫିସ,୨୯ା୧୨: ଖୋର୍ଦ୍ଧା ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ବଢ଼ିବାରେ ଲାଗିଛି। ବେଗୁନିଆ ବ୍ଲକର ଗଡମାଣତୀର, ପୋଡାଡିହ ପଞ୍ଚାୟତରେ ଆବାସ ଦୁର୍ନୀତି ପର୍ଦ୍ଦାଫାଶ ହେବା...

ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର: ମିଳୁନି ପରିଚୟ, ହତ୍ୟା ସନ୍ଦେହ

ହାଟଡ଼ିହୀ,୯।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡ଼ିରୁ ଶୁକ୍ରବାର ଜନୈକା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।...

ଗଛ ପଡ଼ି ଭାଙ୍ଗିଲା ୫ ଦୋକାନ: ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଖଇରା,୨୫।୧୦(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ବର୍ତ୍ତନା ବଜାରରେ ଗୁରୁବାର ରାତିରେ ୨ଟି ଗଛ ଉପୁଡ଼ିବା ଯୋଗୁ ୫ ଦୋକାନ ଭାଙ୍ଗି ନଷ୍ଟ ହୋଇଯାଇଛି।...

ଜିଲା ପରିଷଦ ଉପନିର୍ବାଚନ: ବୁଥ୍‌ରେ ଗ୍ଲୋବ୍ସ, ମାସ୍କ ବ୍ୟବସ୍ଥା ନାହିଁ

କଟକ ସଦର,୨୧।୧୨(ଡି.ଏନ୍‌.ଏ.): ଆସନ୍ତା ୨୨ରେ କଟକ ଜିଲାପରିଷଦ ୭ନଂ. ଜୋନ୍‌ ଉପନିର୍ବାଚନ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ଅନୁଷ୍ଠିତ ହେବ। ବୁଥ୍‌ରେ ସାମାଜିକ ଦୂରତା ସହ ଭୋଟରମାନଙ୍କ...

ଘର ଆଗରୁ ପକ୍କ୍‌ଅପ୍‌ ଗାଡି ଚୋରି ଅଭିଯୋଗ

କୋକସରା,୧୧।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଗ୍ରାମର ବ୍ୟବସାୟୀ ସନ୍ତୋଷ ଅଗ୍ରୱାଲଙ୍କ ପିକ୍‌ଅପ୍‌ ଗାଡି ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଏ ନେଇ ଥାନାରେ ତାଙ୍କ...

Advertisement
Archives

Model This Week