ପାକିସ୍ତାନ ପ୍ରଧାନମନ୍ତ୍ରୀ ହେଲେ ହଟହଟା: ଅନ୍ୟ ଦେଶର ବିମାନରେ ଆମେରିକା ଗଲେ, ସ୍ବାଗତ କରିବାକୁ ବି କେହି ଆସିଲେନି

ଓ୍ବାଶିଂଟନ, ୨୨।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜାତିସଂଘର ସାଧାରଣ ଅଧିବେଶନରେ ଯୋଗଦେବା ଆମେରିକାରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କୁ ହଟହଟା ହେବାକୁ ପଡିଛି। ଆମେରିକାର କୌଣସି ବରିଷ୍ଠ ଅଧିକାରୀ ତାଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦର ଆସି ନ ଥିଲେ। ଇମ୍ରାନ ଖାନ ସୌଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ସ୍ବତନ୍ତ୍ର ବିମାନ ଯୋଗେ ଆମେରିକା ପହଞ୍ଚିଥିବା ସୂଚନା ମିଳିଛି। ଆମେରିକା ପହଞ୍ଚିବା ଆଗରୁ ଇମ୍ରାନ ୨ ଦିନ ପାଇଁ ସୌଦିି ଆରବ ଗସ୍ତରେ ଥିଲେ। ସେ ସାଉଦିରୁ କମର୍ସିଆଲ ବିମାନ ଯୋଗେ ଆମେରିକା ଯିବାର ଥିଲା। କିନ୍ତୁ ଶେଷ ମୂହୁର୍ତ୍ତରେ ସେ ସଲମାନଙ୍କ ସ୍ବତନ୍ତ୍ର ବିମାନ ଯୋଗେ ଯାଇଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ପାକିସ୍ତାନୀ ବିମାନ ନନେଇ କାହିଁକି ସାଉଦି ବିମାନରେ ଗଲେ ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସବୁଠୁ ରୋଚକ କଥା ହେଉଛି ଆମେରିକ ବିମାନବନ୍ଦରରେ ଇମ୍ରାନଙ୍କୁ ସ୍ବାଗତ କରିବାକୁ କେହି ଆସି ନ ଥିଲେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଆମେରିକା ଗସ୍ତରେ ଥିବାବେଳେ ତାଙ୍କୁ ସ୍ବାଗତ କରିବା ପାଇଁ ରେଡ୍‌ କାର୍ପେଟ୍‌ ବିଛାଯାଇଥିଲା। ଆମେରିକାର ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବୁକର ପୁରସ୍କାର ଜିତିବାରେ ସବୁଠାରୁ କମ୍‌ ବୟସର ଲେଖକ ହେଲେ ମାରିକେ

ଲଣ୍ଡନ,୨୭।୮: ନେଦରଲ୍ୟାଣ୍ଡସର ୨୯ ବର୍ଷୀୟ ମାରିକେ ଲୁକାସ ରେଜନେବେଲ୍ଡ ଅନ୍ତରାଷ୍ଟ୍ରୀୟ ବୁକର ପୁରସ୍କାର ଜିତିଥିବା ସବୁଠାରୁ କମ୍‌ ବୟସର ଲେଖକ ପାଲଟି ଯାଇଛନ୍ତି। ତେବେ ଏହି...

ପାକିସ୍ତାନରେ ୪୦୦ ବର୍ଷ ପୁରୁଣା ସୁଡ଼ଙ୍ଗର ସନ୍ଧାନ

ଇସଲାମାବାଦ,୨୦।୩: ପାକିସ୍ତାନରେ ୪୦୦ ବର୍ଷ ପୁରୁଣା ସୁଡ଼ଙ୍ଗ ପଥର ସନ୍ଧାନ ମିଳିଛି। ଲାହୋର ଦୁର୍ଗର ମରାମତି ସମୟରେ ସୁଡ଼ଙ୍ଗକୁ ଦେଖି କାମକରୁଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।...

ଆତଙ୍କବାଦୀଙ୍କୁ ପେନସନ୍‌ ଦେଉଛି ପାକିସ୍ତାନ: ଜାତିସଂଘରେ ଭାରତର କଡ଼ା ଜବାବ

ଜେନେଭା,୨୮।୯: ପାକିସ୍ତାନ ଆତଙ୍କବାଦୀଙ୍କୁ ପେନସନ୍‌ ଦେଉଛି। ଏନେଇ ଜାତିସଂଘରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଜାତିସଂଘରେ ଥିବା ଭାରତୀୟ ପ୍ରଥମ ସଚିବ ବିଦିଶା ମିଶ୍ରା...

ମାସ୍କର ଦାମ ୧୧ କୋଟି

ମୋତ୍ଜା,୧୦।୮: କରୋନା ସଂକ୍ରମଣକୁ ରୋକିବାକୁ ସମସ୍ତ ବିକାଶଶୀଳ ଦେଶ ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କରିବାରେ ଲାଗି ପଡିଥିବା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କିନ୍ତୁ...

ମହିଳାଙ୍କ ଡ୍ରାଇଭିଂ ଲାଇସେନ୍ସ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ

କାବୁଲ,୫।୫:ଆଫଗାନିସ୍ତାନରେ ତାଲିବାନୀ ଶାସନ ପରେ ସବୁଠାରୁ ଅଧିକ କ୍ଷତି ମହିଳାମାନେ ସହୁଛନ୍ତି। ମହିଳାଙ୍କ ଉପରେ ସମସ୍ତ ପ୍ରତିବନ୍ଧକ ଲଗାଇବା ପରେ ତାଲିବାନ ସେମାନଙ୍କ ବିରୋଧରେ ଆଉ...

ମହାକାଶ ଯାତ୍ରା କରିବାରେ ବ୍ରାନ୍‌ସନ୍‌ ପ୍ରଥମ ବିଲିୟନେୟାର

ଓ୍ବାଶିଂଟନ୍‌, ୧୧ା୭: ଭର୍ଜିନ ଗାଲାକ୍ଟିକ ପ୍ରତିଷ୍ଠାତା ରିଚାର୍ଡ ବ୍ରାନ୍‌ସନ(୭୦) ରବିବାର ପ୍ରଥମ ବିଲିୟନେୟାର ଭାବେ ମହାକାଶ ଯାତ୍ରା କରିବାରେ ଇତିହାସ ରଚିଛନ୍ତି। ତାଙ୍କ ସହ ଦୁଇ...

ମଧ୍ୟପ୍ରାଚ୍ୟରେ ବିସ୍ଫୋରକ ସ୍ଥିତି

ଓ୍ବାଶିଂଟନ/ତେହେରାନ,୪ା୧: ତୁମେ ଯୁଦ୍ଧ ଆରମ୍ଭ କଲେ ଆମେ ତାକୁ ଶେଷ କରିବୁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଧମକ ଦେଇଥିଲେ ଇରାନୀ ଜେନେରାଲ କାସିମ...

ପିଲାଙ୍କୁ ପସନ୍ଦ ଡିଜିଟାଲ୍‌ ଲର୍ନିଂ

ଓ୍ମାଶିଂଟନ୍‌: ସ୍ମାର୍ଟଫୋନ୍‌, ଇ-ବୁକ୍ସ ଓ ଟାବଲେଟ୍‌ ପ୍ରତି ଛୋଟ ପିଲାମାନେ ଅଧିକ ଆକର୍ଷିତ ହେଉଛନ୍ତି। କିନ୍ତୁ ଏସବୁର ବ୍ୟବହାର ଦ୍ୱାରା ପିଲାମାନେ କିଛି ଶିଖି ପାରିବେ...

Advertisement
Archives

Model This Week