Posted inଖେଳ

ପାକିସ୍ତାନରେ ୧ ଦିନିକିଆ, ୩ ଟି୨୦ ମ୍ୟାଚ୍‌ ଖେଳିବ ଏମ୍‌ସିସି

ଲଣ୍ଡନ,୧୨।୨(ପି.ଟି.)- କ୍ରିକେଟରେ ନିୟମ ପ୍ରସ୍ତୁତ କରୁଥିବା ମେରିଲବୋନ କ୍ରିକେଟ କ୍ଲବ (ଏମ୍‌ସିସି) ଆଗାମୀ ପାକିସ୍ତାନ ଗସ୍ତରେ ଗୋଟେ ଦିନିକିଆ ଓ ୩ଟି ଟି୨୦ ମ୍ୟାଚ୍‌ ଖେଳିବ। ସମସ୍ତ ମ୍ୟାଚ୍‌ ଲାହୋରଠାରେ ଖେଳାଯିବ ବୋଲି ଏମ୍‌ସିସି ପକ୍ଷରୁ କୁହାଯାଇଛି। ଗଦାଫି ଷ୍ଟାଡିୟମରେ ଏମ୍‌ସିସି ତା’ର ପ୍ରଥମ ଟି୨୦ ମ୍ୟାଚ୍‌ରେ ଲାହୋର କ୍ୱାଲାଣ୍ଡର୍ସକୁ ଭେଟିବ। ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)ର ଲାହୋର ଦଳରେ ଅନ୍ତର୍ଜାତୀୟ ପାକିସ୍ତାନ ଷ୍ଟାର ଶାହିନ ଆଫ୍ରିଦୀ ଓ ଫକର ଜମାନଙ୍କ ଭଳି ଖେଳାଳି ରହିଛନ୍ତି। ପାକିସ୍ତାନ ଶାହିନ୍ସ ଜାତୀୟ ଏ’ ଦଳ ସହ ଏମ୍‌ସିସି ୫୦ ଓଭରିଆ ମ୍ୟାଚ୍‌ ଖେଳିବ। ସୌଦ ଶକିଲ ଘରୋଇ ଦଳର ନେତୃତ୍ୱ ନେବେ। ଏହାପରେ ଦଳ ଘରୋଇ ଟୁର୍ନାମେଣ୍ଟ ଚାମ୍ପିୟନ ନର୍ଦର୍ନ ଓ ପିଏସ୍‌ଏଲ ଚାମ୍ପିୟନ ମୁଲତାନ ସୁଲତାନ ଓ ଏମ୍‌ସିସି ମଧ୍ୟରେ ଦୁଇ ଟି୨୦ ମ୍ୟାଚ୍‌ ଖେଳାଯିବ। ମୁଲତାନ ଦଳରେ ଇଂଲଣ୍ଡର ମୋଇନ ଅଲି ଓ ଜେମ୍ସ ଭିନ୍ସ ଅଛନ୍ତି। ଏହି ଗସ୍ତ ଆସନ୍ତା ଗୁରୁବାରଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏମ୍‌ସିସି ସଭାପତି କୁମାର ସଙ୍ଗକାରାଙ୍କ ନେତୃତ୍ୱରେ ୧୨ ଜଣିଆ ଦଳ ପାକିସ୍ତାନ ଗସ୍ତ କରିବ। ଏହି ଦଳରେ ରବି ବୋପାରା, ରୋଲଫ ଭାର ଡର ମେଓର୍‌ବ ଓ ରସ ହ୍ବାଇଟ୍‌ଲିଙ୍କ ଭଳି ପୂର୍ବତନ ଖେଳାଳି ରହିଛନ୍ତି। ଏମ୍‌ସିସି ମୁଖ୍ୟ କୋଚ୍‌ ଅଜମଲ ଶେହଜାଦ କହିଛନ୍ତି ଏହି ପାକିସ୍ତାନ ଗସ୍ତରେ ସମସ୍ତେ ଜଡ଼ିତ ରହିଛନ୍ତି। ଦଳରେ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଓ ଅଭିଜ୍ଞ ଘରୋଇ ଖେଳାଳି ରହିଛନ୍ତି। ଆଶା କରୁଛୁ ଆମେ ପାକିସ୍ତାନର ଉଦୀୟମାନ ଖେଳାଳିଙ୍କୁ କଡ଼ା ଟକ୍କର ଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ନିଲାମ ପାଇଁ ମନୋନୀତ ହେଲେ ୬ ଓଡ଼ିଆ କ୍ରିକେଟର୍‌

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଚଳିତ ବର୍ଷ ଆଇପିଏଲ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଉଛି। ଏହା ପୂର୍ବରୁ ଏବେ ବିଭିନ୍ନ ଦଳ ପକ୍ଷରୁ ଖେଳାଳିଙ୍କୁ ଛାଡିବା ଏବଂ ରଖିବା ପ୍ରକ୍ରିୟା...

ଅଷ୍ଟ୍ରେଲିଆନ ଓପନ୍‌: ଜୋକୋଭିଚ୍‌ଙ୍କୁ ଅଷ୍ଟମ ଟାଇଟଲ, ନଂ.୧କୁ ପ୍ରତ୍ୟାବର୍ତ୍ତନ

ମେଲ୍‌ବୋର୍ନ, ୩।୨(ଏଏଫ୍‌ପି)- ଅଭିଜ୍ଞ ସର୍ବିୟା ଟେନିସ୍‌ ତାରକା ନୋଭାକ ଜୋକୋଭିଚ୍‌ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ ଟାଇଟଲ ହାସଲ କରିଛନ୍ତି। ରବିବାର ଏଠାରେ...

ଟୋକିଓ ଅଲିମ୍ପିକ୍ସରେ ରାଜ୍ୟର ପଦକ ବିଜେତାଙ୍କ ପାଇଁ ହରିୟାଣା ସରକାରଙ୍କ ପୁରସ୍କାର ଘୋଷଣା: ସ୍ବର୍ଣ୍ଣ ୬, ରୌପ୍ୟ ୪, ବ୍ରୋଞ୍ଜ ୨.୫୦ କୋଟି

ଚଣ୍ଡିଗଡ଼, ୨୪।୬(ପି.ଟି.)- ଟୋକିଓ ଅଲିମ୍ପିକ୍ସରେ ନିଜ ରାଜ୍ୟର ପଦକ ବିଜେତାଙ୍କ ପାଇଁ ହରିୟାଣା ସରକାର ବୁଧବାର ପୁରସ୍କାର ଘୋଷଣା କରିଛନ୍ତି। କୌଣସି ପ୍ରତିଯୋଗୀ ସ୍ବର୍ଣ୍ଣ ପଦକ...

ବେହୋସ ହୋଇପଡ଼ିଲେ ରୁଷୀୟ ତୀରନ୍ଦାଜ

ଟୋକିଓ, ୨୪ା୭(ଏପି)-ଟୋକିଓ ଅଲିମ୍ପିକ୍ସର ଏକ ପ୍ରତିଯୋଗିତା ବେଳେ ବାୟୁମଣ୍ଡଳର ଉତ୍ତାପ ସହ୍ୟ କରି ନ ପାରି ରୁଷିଆର ଜଣେ ତୀରନ୍ଦାଜ ସ୍ବେତଲାନା ଗୋମ୍ବୋଏଭା ବେହୋସ ହୋଇଯାଇଥିଲେ।...

ଇତିହାସ ରଚିଲେ ନାଥନ୍‌ ଲିଅନ୍‌

ନାଗପୁର,୧୧।୨: ଭାରତ ବିପକ୍ଷ ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ଷ୍ଟାର ସ୍ପିନ ବୋଲର୍‌ ନାଥନ୍‌ ଲିଅନ୍‌ ଇତିହାସ ରଚିଛନ୍ତି। ସେ ପ୍ରଥମ ଇନିଂସର ୪୯...

ଇଣ୍ଡିଆନ ସୁପର ଲିଗ୍‌: ଫାଇନାଲରେ ଚେନ୍ନାଇନ୍‌ ଏଫ୍‌ସି

ମାରଗାଓ, ୮।୩(ପି.ଟି.)- ପୂର୍ବରୁ ୨ଥର ଟାଇଟଲ ହାସଲ କରିଥିବା ଚେନ୍ନାଇନ ଏଫ୍‌ସି ପ୍ରଥମ ଦଳ ଭାବେ ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଫାଇନାଲରେ ପ୍ରବେଶ...

ଆଉ ୯ ଦିନ ବାରବାଟୀ ମ୍ୟାଚ: ପିଚ୍‌ ପ୍ରସ୍ତୁତ, ଆଉଟ୍‌ଫିଲ୍ଡ କାମ ଆରମ୍ଭ

କଟକ ଅଫିସ,୧୩ା୧୨-ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ନିମନ୍ତେ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତୁତି ଜୋରଦାର ଚାଲିଛି। ଷ୍ଟାଡିୟମକୁ ରଙ୍ଗୀନ କରାଯିବା ସହ ଗ୍ୟାଲେରିର ସିଟ୍‌ ନମ୍ବର...

ରୋନାଲ୍ଡୋଙ୍କ ଆର୍ମବ୍ୟାଣ୍ଡ୍‌ ୭୫,୦୦୦ ଡଲାରରେ ନିଲାମ

ବେଲଗ୍ରେଡ୍‌,୩ା୪(ଏପି)- ଗତ ସପ୍ତାହରେ ବେଲଗ୍ରେଡ୍‌ରେ ପର୍ତ୍ତୁଗାଲ୍‌ର ସର୍ବିୟା ବିପକ୍ଷ ଏକ ବିଶ୍ୱକପ୍‌ କ୍ୱାଲିଫାୟର୍ସ ମ୍ୟାଚରେ କ୍ରିଷ୍ଟିଆନୋ ରୋନାଲ୍ଡୋ ପିନ୍ଧିଥିବା ଅଧିନାୟକ ଆର୍ମବ୍ୟାଣ୍ଡ୍‌ ବହୁ ମୂଲ୍ୟରେ ନିଲାମ...

Advertisement
Archives

Model This Week