ପାକିସ୍ତାନରେ ଭାଇରାଲ ହେଉଛି ସିଦ୍ଧୁଙ୍କ ନକଲି ଫଟୋ

ଇସ୍‌ଲାମାବାଦ,୨।୭: କଂଗ୍ରେସ ନେତା ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କର ଏକ ନକଲି ଫଟୋ ଏବେ ପାକିସ୍ତାନରେ ଭାଇରାଲ ହେବାରେ ଲାଗିଛି। ସବୁବେଳେ ଚର୍ଚ୍ଚାରେ ଥିବା ସିଦ୍ଧୁ ଏବେ ଏକ ଭିନ୍ନ ପଗଡି ପିନ୍ଧା ଫଟୋକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। ତେବେ ପାକିସ୍ତାନ ଶିଖ୍‌ ଗୁରୁଦ୍ୱାର ପ୍ରବନ୍ଧନ କମିଟିର ମହାସଚିବ ଗୋପାଳ ସିଂ ଚାଓ୍ବଲା ସୋସିଆଲ ମିଡିଆରେ ସିଦ୍ଧୁଙ୍କର ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସିଦ୍ଧୁ ପିନ୍ଧିଥିବା ପଗଡିରେ ପାକିସ୍ତାନ ଜାତୀୟ ପତାକାର ଚିହ୍ନ ରହିଛି। ଲାଗୁଛି ସିଦ୍ଧୁ ଯେମିତି କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ଏହି ଫଟୋଟି ଉଠାଯାଇଛି। ତେବେ ଗୋପାଳ ସିଂ ଚାଓ୍ବଲା ହେଉଛନ୍ତି ଜଣେ ଖଲିସ୍ତାନ ସମର୍ଥକ। ହେଲେ ସେ କାହିଁକି ସିଦ୍ଧୁଙ୍କର ଏମିତି ଫଟୋ ଶେୟାର କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ସୋସିଆଲ ମିଡିଆରେ ଏହି ଫଟୋକୁ ୫ଶହରୁ ଊର୍ଦ୍ଧ୍ୱ ଲାଇକ୍‌ ମିଳିଥିବା ବେଳେ ପ୍ରାୟ ୨୯ କମେଣ୍ଟ ଓ ୨୭୮ ଥର ଶେୟାର କରାଯାଇ ସାରିଲାଣି। ତେବେ ବଡ କଥା ହେଲା ପଞ୍ଜାବି ମାନେ ସାଧାରଣତଃ ସାଧା କପଡାର ପଗଡି ପିନ୍ଧି ଥାଆନ୍ତି। ତେଣୁ ଫଟୋଟିକୁ ଏଡିଟ୍‌ କରାଯାଇ ଅପ୍‌ଲୋଡ୍‌ କରାଯାଇଥିବା ଆଲୋଚନା ହେଉଛି। ଅନ୍ୟପଟେ କରତାରପୁର କରିଡର କାର୍ଯ୍ୟକ୍ରମରେ ସିଦ୍ଧୁଙ୍କ ସହ ପୂର୍ବରୁ ଗୋପାଳ ସିଂ ଚାଓ୍ବଲାଙ୍କୁ ଦେଖିବାକୁ ମିଳିଥିବା ବେଳେ ସେ କ’ଣ ପାଇଁ ଏମିତି କଲେ ତାହା ସମସ୍ତଙ୍କ ପାଇଁ ପ୍ରଶ୍ନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୦ ପ୍ରଫେସର ଚାଇନା ପାଇଁ କରୁଛନ୍ତି ଗୁପ୍ତଚରୀ

ଲଣ୍ଡନ,୯।୨: ବ୍ରିଟେନ୍‌ରେ ଚାଇନା ପାଇଁ ୨୦ ବିଶ୍ୱବିଦ୍ୟାଳୟର ୨୦୦ ପ୍ରଫେସର ଗୁପ୍ତଚରୀ କାର୍ଯ୍ୟ କରୁଛନ୍ତି। ଏହାର ପର୍ଦ୍ଦାଫାଶ୍‌ ହୋଇଛି। ପ୍ରଫେସରମାନେ ଚାଇନାକୁ କ୍ଷେପଣାସ୍ତ୍ର, ଏୟାରକ୍ରାଫ୍ଟ ଏବଂ...

ରୁଷିଆ ବୋମା ମାଡ଼ କଲେ ଷ୍ଟ୍ରିପ୍‌ କ୍ଲବ୍‌ରେ ଆଶ୍ରୟ ନେବେ ୟୁକ୍ରେନ୍‌ ଜନସାଧାରଣ…

କାଇଭ୍‌, ୩।୨ : ପୂର୍ବ ୟୁରୋପରେ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ୟୁକ୍ରେନ ଉପରେ ରୁଷିଆ ଆକ୍ରମଣର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। କୁହାଯାଉଛି ଯେ...

କ୍ଷମା ମାଗିଲେ ଜାକିର ନାଏକ

କୁଆଲାଲମ୍ପୁର,୨୧ା୮: ମାଲେସିଆରେ ରହୁଥିବା ବିବାଦୀୟ ଭାରତୀୟ ଇସ୍‌ଲାମ ଧର୍ମ ପ୍ରଚାରକ ଜାକିର ନାଏକ ତାଙ୍କର ବର୍ଣ୍ଣବୈଷମ୍ୟ ମନ୍ତବ୍ୟ ପାଇଁ ମଙ୍ଗଳବାର କ୍ଷମା ମାଗିଛନ୍ତି। ତେବେ ସେ...

ବୈଠକରେ ଯୋଗ ଦେଲାନି ହେଲେ ରାତ୍ର ଭୋଜନ ପାଇଁ ପହଞ୍ଚିଲା ଦରିଦ୍ର ପାକିସ୍ତାନ

ନୂଆଦିଲ୍ଲୀ,୧୪।୯: ଜମ୍ମୁ-କଶ୍ମୀର ମାମଲାକୁ ନେଇ ପାକିସ୍ତାନ ଯେଉଁଭଳି ବିରୋଧୀ ମତ ଦେଉଛି ତା’ର ଏକ ସ୍ପଷ୍ଟ ଚିତ୍ର ପୁଣି ଦେଖିବାକୁ ମିଳିଛି। ନିଜର ପୂର୍ବ ପ୍ରକୃତିକୁ...

ଆରୋଗ୍ୟ ନ ହେଲେ ବି ଏଡସ୍‌ ମହାମାରୀରୁ ବଞ୍ଚିବା ସମ୍ଭବ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୦।୧୧: ପୃଥିବୀରେ ଏଡସ୍‌ ମହାମାରୀ ବିଭିନ୍ନ ବିକଶିତ ରାଷ୍ଟ୍ରଙ୍କୁ ଚିନ୍ତାରେ ପକାଇଛି। ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଡିସେମ୍ବର ୧ରେ ଏଡସ୍‌ ଦିବସ...

ବିନା ପୋଷାକରେ ବିମାନ ଯାତ୍ରା କଲେ ଏହି ଯୁବକ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମସ୍କୋ,୫ା୧୧: ବିମାନଯାତ୍ରା ସମୟରେ ଅନେକ ଅଜବ କଥା ସବୁ ଦେଖିଥିବେ ବା ଶୁଣିଥିବେ। ମାତ୍ର ଆଜି ଏମିିତି ଏକ ଘଟଣା ଜଣାଇବୁ ଯାହା ଶୁଣିଲେ ଆଶ୍ଚର୍ଯ୍ୟ...

୧୦୬ ବର୍ଷରେ ପ୍ରଥମଥର ଦରମା ବୃଦ୍ଧି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ନର୍ସ

ଲଣ୍ଡନ,୧୬ା୧୨: ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟସେବାରେ ନିୟୋଜିତ ନର୍ସମାନେ ଦୀର୍ଘ ୧୦୬ ବର୍ଷ ପରେ ଧର୍ମଘଟ କରିଛନ୍ତି। ଯାହାକି ଇତିହାସରେ ପ୍ରଥମଥର। ଇଂଲଣ୍ଡ, ୱେଲ୍ସ ଏବଂ ଉତ୍ତର...

ମଙ୍ଗଳରୁ ପୃଥିବୀକୁ ଆସିଲା ଏଲିଅନଙ୍କ ସିଗନାଲ, ବୈଜ୍ଞାନିକ କଲେ ଡିକୋଡ…

ପ୍ୟାରିସ,୨୮।୫ : ୨୬ ମେରେ ଅନ୍ତର୍ଜାତୀୟ ସ୍ପେସ ଏଜେନ୍ସି(ଇଏସଏ) ନିଶ୍ଚିତ କରିଥିଲା ପ୍ରଥମ ଥର ପାଇଁ ମଙ୍ଗଳ ଗ୍ରହରୁ ପୃଥିବୀକୁ ଏକ ଏଲିଅନ ସିଗନାଲ ଆସିଥିଲା।...

Advertisement
Archives

Model This Week