ପାକିସ୍ତାନରେ ନୀରବ ବିଦ୍ରୋହ:ଅର୍ଥନୀତି ସୁଧାରିବାକୁ ଅଣ୍ଟା ଭିଡ଼ିଲେ ସେନାମୁଖ୍ୟ

ଇସ୍‌ଲାମାବାଦ,୪-୧୦(ପି.ଟି.):ଭାରତକୁ ଆଣବିକ ଯୁଦ୍ଧାସ୍ତ୍ରର ଭୟ ଦେଖାଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଆରମ୍ଭ ହୋଇଛି ନୀରବ ବିଦ୍ରୋହ। ସ୍ଥଳସେନା ମୁଖ୍ୟ ଜେନେରାଲ କମର ଜାଭେଦ୍‌ ବାଜ୍‌ଓ୍ବା ନିଜ ସୀମା ବାହାରକୁ ଯାଇ ଦେଶର ଅର୍ଥନୀତିକୁ ନେଇ ସମୀକ୍ଷା କରିଛନ୍ତି। ଏହି ଅବସରରେ ଭୁଶୁଡ଼ିପଡ଼ିଥିବା ଅର୍ଥନୀତି ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କୁ ଦାୟୀ କରାଯାଇଛି। ପାକିସ୍ତାନରେ ନିର୍ବାଚିତ ସରକାର ନୁହେଁ, ବରଂ ସେନା ହିଁ ସର୍ବଶକ୍ତିମାନ ବୋଲି ଏଥିରୁ ପୁଣିଥରେ ସ୍ପଷ୍ଟ ହୋଇଛି।
ପାକିସ୍ତାନରେ ଯେଉଁ ଦଳ ବା ନେତା କ୍ଷମତାରେ ରହିଲେ ଦେଶର ରାଜନୀତି ଓ ବହିର୍ବ୍ୟାପାର ସମ୍ପର୍କରେ ସେନା ପ୍ରମୁଖ ଭୂମିକା ନେଇଆସିଛି। ଆର୍ଥତ୍କ ସଙ୍କଟ ଦେଇ ଗତି କରୁଥିବା ଦକ୍ଷିଣ ଏସିଆର ଏହି ଦେଶରେ ପିଟିଆଇ ନେତା ଇମ୍ରାନ୍‌ ଖାନ୍‌ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବାର ବର୍ଷକ ପରେ ସମସ୍ୟା ଜଟିଳ ହେବାରେ ଲାଗିଛି। ଏଥିଲାଗି ସେନାମୁଖ୍ୟ ବାଜ୍‌ଓ୍ବା ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ବୁଧବାର ରାତିରେ ଏକ ନୈଶଭୋଜିର ଆୟୋଜନ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାକିସ୍ତାନର ୧୬ରୁ ୨୦ ବ୍ୟବସାୟୀଙ୍କୁ ନେଇ ଗଠିତ ପ୍ରତିନିଧି ଦଳ ଯୋଗଦେଇଥିଲେ। ଅର୍ଥନୀତିକୁ ସୁଧାରିବା ପାଇଁ ଇମ୍ରାନ୍‌ ସରକାରଙ୍କ ନିଷ୍କ୍ରିୟତା ନେଇ ଆଲୋଚନା କରିଥିଲେ। ସରକାର କେବଳ ପ୍ରତିଶ୍ରୁତି ଦେବା ଛଡ଼ା କିଛି କରୁନାହାନ୍ତି। ଏଥିଯୋଗୁ ସେମାନଙ୍କ ବ୍ୟବସାୟ ଗୋଟିଏ ପରେ ଗୋଟିଏ ବନ୍ଦ ହେବାରେ ଲାଗିଛି। ତୁରନ୍ତ ପଦକ୍ଷେପ ନିଆ ନ ଗଲେ ସବୁ ଉଦ୍ୟୋଗ ବନ୍ଦ ହୋଇଯିବ। ଫଳରେ ବହୁସଂଖ୍ୟକ କର୍ମଚାରୀ ବେକାର ହୋଇଯିବେ ବୋଲି ସେମାନେ ବାଜ୍‌ଓ୍ବାଙ୍କ ଆଗରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେମାନଙ୍କ ଗୁହାରି ଶୁଣିବା ପରେ ସେନାମୁଖ୍ୟ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥିତିରେ ସୁଧାର ଆସିଥିବାରୁ ଅର୍ଥନୀତି ସୁଧାରିବା ପାଇଁ ସୁଯୋଗ ମିଳିଛି। ସେନା ଅଧିକାରୀମାନଙ୍କୁ ନେଇ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇ ଯଥାଶୀଘ୍ର ସମ୍ଭବ ବାଣିଜି୍ୟକ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି। ପ୍ରକାଶ ଯେ, ଜେନେରାଲ ବାଜ୍‌ଓ୍ବାଙ୍କୁ ଗତ ଜୁଲାଇରେ ଉଚ୍ଚ କ୍ଷମତାସମ୍ପନ୍ନ ଜାତୀୟ ବିକାଶ ପରିଷଦର ସଦସ୍ୟ ନିଯୁକ୍ତ କରାଯାଇଥିଲା। ସେବେଠୁ ଅଦ୍ୟାବଧି ୩ ଥର ଗୁପ୍ତ ବୈଠକ କରାଚୀ ଓ ସେନା ମୁଖ୍ୟାଳୟ ଥିବା ରାଓ୍ବଲପିଣ୍ଡିରେ ହୋଇସାରିଲାଣି। ଏନେଇ ଗୁରୁବାର ଗୋଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ପକ୍ଷରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଉଠାଇବେ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ଖର୍ଚ୍ଚ: ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରେ ଭର୍ତ୍ତି ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଏହି ଚିକିତ୍ସା ପାଇଁ ହେଉଥିବା ମୋଟ ଖର୍ଚ୍ଚ କିଏ ଦେବ? ବର୍ତ୍ତମାନ ପର୍ଯ୍ୟନ୍ତ…

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ। ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri