ପଶ୍ଚିମ ଓଡ଼ିଶାରେ ହାଇ କୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି: ଝାରସୁଗୁଡାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଝାରସୁଗୁଡା ଅଫିସ,୫।୨- ଦୀର୍ଘ ଦିନ ହେବ ପଶ୍ଚିମ ଓଡ଼ିଶାରେ ହାଇ କୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ହୋଇ ଆସୁଛି। ଏହି ଦାବି ନେଇ ସମଗ୍ର ପଶ୍ଚିମ ଓଡ଼ିଶାରେ ବୁଧବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଝାରସୁଗୁଡାରେ ମଧ୍ୟ ଏହି ବନ୍ଦ ପାଳନ କରାଯାଉଛି। ସ୍ଥାନୀୟ ଓକିଲ ସଂଘର ଏହି ଡାକରାକୁ ବିଭିନ୍ନ ରାଜନୈତିକ ଦଳ ଓ ବିଭିନ୍ନ ଅଣରାଜନୈତିକ ସଂଗଠନ ମଧ୍ୟ ସମର୍ଥନ କରି ବନ୍ଦ ପାଳନରେ ସାମିଲ ହୋଇଛନ୍ତି। ସକାଳୁ ବନ୍ଦ ପାଳନକାରୀମାନେ ପିକେଟିଂ କରି ବସ ଓ ବିଭିନ୍ନ ଛକ ଅଟକାଇବା ସହ ସହରର ଷ୍ଟେସନ ଛକ, ବସଷ୍ଟାଣ୍ଡ ଛକ, ବଡମାଲ ଛକ, ବିଟିଏମ ଛକ, ଜିଲାପାଳ ଅଫିସ ଛକ ରାସ୍ତା ଅବରୋଧ କରି ରଖିଛନ୍ତି। ଫଳରେ ଦୁଇ ଚକିଆ ଯାନ ଗୁଡିକୁ ଛାଡିଦେଲେ ଅନ୍ୟ ଗାଡି ଗୁଡିକ ବନ୍ଦ ରହିଛି। ସେହିପରି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହିତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥଇଥାନ ଯୋଜନା ନ ଥାଇ ଉଚ୍ଛେଦ

ଭଞ୍ଜନଗର,୨୧ା୧୧(ଡି.ଏନ.ଏ.)-ଭଞ୍ଜନଗର ସହର ମୁଖ୍ୟ ସଡ଼କରୁ ପ୍ରଶାସନ ପକ୍ଷରୁ ଉଠା ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଉଛି। ଏହି ପ୍ରକ୍ରିୟା ବୁଧବାରଠାରୁ ଆରମ୍ଭ ହୋଇଛି। ଉଚ୍ଛେଦ ଦ୍ୱାରା ରାସ୍ତା ପ୍ରଶସ୍ତୀକରଣ...

ମତୁଆଲା କରେ ଐଶାନୀଙ୍କ ତବଲା ବାଦନ

ବାଲେଶ୍ୱର ଅଫିସ, ୮।୯-ବୟସ ତାଙ୍କୁ ୯। ଏଇ ବୟସରୁ ତବଲା ବାଦନ କରି ଶ୍ରୋତାଙ୍କୁ ମତୁଆଲା କରି ଦେଉଛନ୍ତି। ନିଜର ପ୍ରତିଭା ପ୍ରଦର୍ଶନ କରି ଦି...

ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ରାସ୍ତା ଶୋଚନୀୟ

ନାଉଗାଁ,୧୦ା୧୦ (ସ୍ବ.ପ୍ର): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକର ଗଜରାଜପୁର ପଞ୍ଚାୟତ ତୁମ୍ବେଶ୍ୱରଠାରେ ପ୍ରବାହିତ ଦେବୀ ନଦୀରେ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଦ୍ୱାରା ମେଗା ପାନୀୟ...

ସନ୍ତୋଷ ସାହୁ ପୁରୁଷୋତ୍ତମପୁରର ନୂଆ ତହସିଲଦାର

ପୁରୁଷୋତ୍ତମପୁର,୧୩।୯(ଡି.ଏନ୍‌.ଏ.) ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂଆ ତହସିଲଦାର ଭାବେ ସନ୍ତୋଷ କୁମାର ସାହୁ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଅନୁଗୋଳ ଜିଲା ଆଠମଲ୍ଲିକ...

କଳା ଦିବସ ପାଳିଲେ ବିଦ୍ୟୁତ କର୍ମଚାରୀ

ବରଗଡ଼ ଅଫିସ୍‌/ସରଣ୍ଡା,୨।୬ ବରଗଡ଼ର ମିଳିତ ବିଦ୍ୟୁତ କର୍ମଚାରୀ ଏବଂ ଇଞ୍ଜିନିୟର୍ସ ଆସୋସିଏଶନର ଏକତା ମଞ୍ଚ ପକ୍ଷରୁ ସୋମବାର ଦିନକୁ କଳା ଦିବସ ଭାବେ ପାଳନ କରାଯାଇଛି...

ରେଞ୍ଜ ଅଫିସ ଘେରାଉ ଚେତାବନୀ

ବଇଣ୍ଡା,୨୮।୧(ଡି.ଏନ.ଏ.): କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ବିଡିସିଙ୍ଗ ଗ୍ରାମରେ ହାତୀ ଉପଦ୍ରବ ଲାଗିରହିଛି। ବୁଧବାର ୧୨ଟି ହାତୀ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ...

ରାସ୍ତାକାମ କରୁଥିଲା ଆନ୍ଧ୍ର ସିମେଣ୍ଟ, ମିକ୍ସଚର ମେଶିନ ଉଠାଇନେଲା ଓଡ଼ିଶା

କାଶୀନଗର,୨୦ା୨: ପୁଣି ଆନ୍ଧ୍ରର ଦାଦାଗିରି। ଓଡ଼ିଶା ଭିତରେ ପଶି ବେଆଇନ ଭାବେ ରାସ୍ତା ନିର୍ମାଣ ଚଳାଇଥିଲା। ଏଥର କିନ୍ତୁ ସ୍ଥାନୀୟ ପ୍ରଶାସନ ମୁହଁତୋଡ଼ ଜବାବ ଦେଇଛି।...

ପୋଲିସ କର୍ମଚାରୀଙ୍କୁ କିନ୍ନର ମହାସଂଘର ସମ୍ବର୍ଦ୍ଧନା

ବ୍ରହ୍ମପୁର ଅଫିସ,୧୯ା୪-କରୋନା ମହାମାରୀକୁ ନେଇ ସାରା ବିଶ୍ୱବାସୀ ଆତଙ୍କିତ। ଏହି ସମୟରେ ସଂକ୍ରମଣକୁ ପ୍ରତିରୋଧ କରିବାକୁ ଲାଗୁ କରାଯାଇଥିବା ଲକ୍‌ଡାଉନ୍‌କୁ ସଫଳ କରିବାକୁ ନେଇ ପ୍ରଶାସନିକ...

Advertisement
Archives

Model This Week