Posted inଫୁରସତ

ପର୍ଯ୍ୟଟନସ୍ଥଳୀ ‘ଯୋଗ ଜଳପ୍ରପାତ’: କେବେ ଯିବେ, କେମିତି ଯିବେ, କ’ଣ ଦେଖିବେ

କର୍ନାଟକସ୍ଥିତ ଯୋଗ ଜଳପ୍ରପାତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବେଶ୍‌ ଲୋକପ୍ରିୟ। ସ୍ଥାନୀୟ ଭାଷାରେ ଏହା ଗେରୁସୋପ୍ପେ ଜଳପ୍ରପାତ ନାଁରେ ପରିଚିତ। ପ୍ରାୟ ୨୫୩ ମିଟର ଉଚ୍ଚତା ବିଶିଷ୍ଟ ଏହି ଜଳପ୍ରପାତଟି ସରାବତୀ ନଦୀଧାରରୁ ସୃଷ୍ଟି ହୋଇଛି…

କର୍ନାଟକର ସାଗର ନାମକ ସ୍ଥାନରେ ଥିବା ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଯୋଗ ଜଳପ୍ରପାତ ପରିଚିତ। ସ୍ଥାନୀୟ ଯୋଗ ନାମକ ଏକ ଗାଁର ନାମାନୁସାରେ ଏହି ଜଳପ୍ରପାତର ଏପରି ନାମକରଣ ହୋଇଥିବା ଅନୁମାନ କରାଯାଏ। ସରାବତୀ ନଦୀ ଧାରରୁ ସୃଷ୍ଟି ହୋଇଥିବା ଏହି ଜଳପ୍ରପାତଟି ଅନ୍ୟଦିନ ତୁଳନାରେ ବର୍ଷାଦିନେ ଅଧିକ ଆକର୍ଷଣୀୟ ଲାଗିଥାଏ। କାରଣ ବର୍ଷାଦିନେ ଏଥିରେ ଜଳର ପ୍ରବାହ ଖୁବ୍‌ ଜୋର୍‌ରେ ରହିଥାଏ। ନଚେତ୍‌ ଅନ୍ୟ ଦିନରେ ଏହା ଖୁବ୍‌ ସରୁ ଧାରରେ ପାହାଡ ଉପରୁ ଝରୁଥିବାର ଦେଖିବାକୁ ମିଳିଥାଏ। ଖାସ୍‌ ସେଥିପାଇଁ ତ ବର୍ଷାଦିନେ ଏଠାରେ ପର୍ଯ୍ୟଟକଙ୍କ ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ।

କେବେ ଯିବେ
ଏଠାକୁ ବର୍ଷର ଯେକୌଣସି ସମୟରେ ବୁଲିଯିବାର ସୁବିଧା ରହିଛି। କିନ୍ତୁ ଅନ୍ୟ ଦିନରେ ଏହି ପ୍ରପାତରେ ଜଳର ପ୍ରବାହ ସାମାନ୍ୟ କ୍ଷୀଣ ରହୁଥିବାବେଳେ ବର୍ଷାଦିନେ ଜଳାଧିକ ଯୋଗୁ ଜଳପ୍ରବାହ ଖୁବ୍‌ ଜୋର୍‌ରେ ରହିଥାଏ, ଯାହା ଦେଖିବାକୁ ଆକର୍ଷଣୀୟ ଲାଗିଥାଏ। ସେଥିପାଇଁ ଅନେକେ ବର୍ଷାଦିନେ ଏଠାକୁ ଯାଇ ଯୋଗ ଜଳପ୍ରପାତର ଏହି ଅପୂର୍ବ ଦୃଶ୍ୟକୁ ଦେଖିବା ପାଇଁ ଭିଡ଼ ଜମାଇଥାନ୍ତି। କିନ୍ତୁ ବର୍ଷାଦିନେ ଟିକେ ସାବଧାନତାର ସହ ଏଠାକୁ ଯିବାକୁ ହୋଇଥାଏ। ନଚେତ୍‌ ଅନ୍ୟମନସ୍କତାରେ ଗୋଡ଼ ଖସିଯିବାର ସମ୍ଭାବନା ଥାଏ।
କେମିତି ଯିବେ
ହୁବଲି ଏୟାରପୋର୍ଟ ହେଉଛି ଏହାର ନିକଟତମ ତଥା ଘରୋଇ ବିମାନବନ୍ଦର, ଯାହା ଉକ୍ତ ଜଳପ୍ରପାତଠାରୁ ପାଖାପାଖି ୧୩୦କି.ମି. ଦୂରରେ ଅବସ୍ଥିତ। ସେହିପରି ବାଙ୍ଗାଲୋର୍‌ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ମାଙ୍ଗାଲୋର ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ଏଠାକାର ଦୁଇ ନିକଟତମ ବିମାନବନ୍ଦର। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଉଭୟ ସରକାରୀ ଓ ବେସରକାରୀ ବସ୍‌ ବି ଯା’ଆସ କରିଥାଏ। ପର୍ଯ୍ୟଟକ ନିଜ ସୁବିଧା ଅନୁସାରେ ଯେଉଁଥିରେ ଚାହିଁବେ ସେଥିରେ ଯାଇ ସୁବିଧାରେ ଯୋଗ ଜଳପ୍ରପାତ ନିକଟରେ ପହଞ୍ଚତ୍ପାରିବେ।
କ’ଣ ଦେଖିବେ
ପ୍ରାୟ ୨୫୩ ମିଟର ଉଚ୍ଚତା ବିଶିଷ୍ଟ ଏହି ଜଳପ୍ରପାତଟିକୁ ଚତୁଃପାର୍ଶ୍ୱରୁ ବହୁ ଉଚ୍ଚ ଉଚ୍ଚ ପାହାଡ ତଥା ଜଙ୍ଗଲ ଘେରି ରହିଥିବାରୁ ଏଠାକାର ସୌନ୍ଦର୍ଯ୍ୟ ବେଶ୍‌ ମନୋରମ ଲାଗିଥାଏ। ତା’ଛଡ଼ା ଶାନ୍ତ ବାତାବରଣ ଭିତରେ ଥିବା ଏହି ପର୍ଯ୍ୟଟନସ୍ଥଳୀ ନିକଟରେ ଅନେକ ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳିଥାଏ। ଖାସ୍‌ ସେଥିପାଇଁ ତ ପ୍ରକୃତିପ୍ରେମୀ ତଥା ପକ୍ଷୀପ୍ରେମୀଙ୍କର ଏଠାକୁ ଯା’ଆସ ଲାଗି ରହିଥାଏ। ତେଣୁ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ସ୍ଥାନୀୟ ପର୍ଯ୍ୟଟନ ବିଭାଗ ତରଫରୁ ଏଠାରେ ସ୍ବତନ୍ତ୍ର ପାହାଚ ମଧ୍ୟ ତିଆରି କରାଯାଇଛି। ଯଦ୍ଦ୍ବାରା ଖୁବ୍‌ ନିକଟକୁ ଯାଇ ପର୍ଯ୍ୟଟକ ଏହି ଜଳପ୍ରପାତର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି। ହେଲେ ବର୍ଷାଦିନେ ପର୍ଯ୍ୟଟକଙ୍କୁ ଜଳପ୍ରପାତର ଅତି ନିକଟକୁ ଯିବା ପାଇଁ ଏଠାରେ ବାରଣ କରାଯାଇଥାଏ।
ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ
ଯୋଗ ଜଳପ୍ରପାତ ବ୍ୟତୀତ ପର୍ଯ୍ୟଟକ ଚାହିଁଲେ ନିକଟରେ ଥିବା ଏକ ଛୋଟ ଅଭୟାରଣ୍ୟକୁ ମଧ୍ୟ ବୁଲିବାକୁ ଯାଇପାରିବେ। ତା’ଛଡ଼ା ଉକ୍ତ ଜଳପ୍ରପାତ ନିକଟରେ ଅନେକ ଗାଁ ବି ରହିଛି, ଯେଉଁଠାକୁ ଯାଇ ପର୍ଯ୍ୟଟକ କିଛି ଭିନ୍ନ ଅନୁଭୂତି ସାଉଣ୍ଟି ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?