Posted inଫୁରସତ

ପରିବେଶ ପ୍ରଦୂଷଣ ଏବଂ ବନ୍ୟପ୍ରାଣୀ

ପରିବେଶ ବାତାବରଣ ମଧ୍ୟରେ ବଢୁଥିବା ବିଭିନ୍ନ ପ୍ରାଣୀ, ପକ୍ଷୀ, ମାଛ, ଜଳଚର ପ୍ରାଣୀ ଓ ଜଳଜ ଉଦ୍ଭିଦକୁ ନେଇ ବନ୍ୟଜୀବନ ଗଠିତ। ପରିବେଶ କହିଲେ ବାୟୁ, ଜଳ, ମୃତ୍ତିକା, ପ୍ରାଣୀଜଗତକୁ ବୁଝାଇଥାଏ। ପରିବେଶ ପ୍ରଦୂଷଣ ହେଲେ କେବଳ ମନୁଷ୍ୟ ନୁହେଁ ପ୍ରାଣୀଜଗତ ମଧ୍ୟ କ୍ଷତିଗ୍ରସ୍ତ ହେବ ଏବଂ ଏହାର ସାମଗ୍ରିକ ପ୍ରଭାବ ପରିବେଶ ଉପରେ ପ୍ରତିଫଳିତ ହେବ। ଏହା ମଧ୍ୟ ସତ୍ୟ ଯେ, ପରିବେଶ ପ୍ରଦୂଷଣ ପାଇଁ ପ୍ରାଣୀଜଗତ ନୁହେଁ, ମନୁଷ୍ୟ ଦାୟୀ। ଆମ ରାଜ୍ୟରେ ମୁଖ୍ୟତଃ ପର୍ଯ୍ୟଟକମାନେ ନନ୍ଦନକାନନ, ସିମିଳିପାଳ, ସାତପଡା, ଭିତରକନିକା, ଗହୀରମଥା ଇତ୍ୟାଦି ସ୍ଥାନକୁ ବନ୍ୟପ୍ରାଣୀ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଆସିଥାନ୍ତି। ସମଗ୍ର ପୃଥିବୀରେ ଏପରି ସ୍ଥାନ ବିରଳ ଏବଂ ଆମ ରାଜ୍ୟ ଏଥିପାଇଁ ପ୍ରସିଦ୍ଧି ଲାଭ କରିଛି। ବନ୍ୟଜୀବନ ଉପରେ ନିକଟସ୍ଥ ଜନବସତି ଅଧିବାସୀମାନଙ୍କର ଜୀବିକା ନିର୍ଭର କରିଥାଏ। ତେଣୁ ବ୍ୟବସାୟିକ ଅଥବା ଆମୋଦ ଦୃଷ୍ଟିକୋଣରୁ ପ୍ରାଣୀର ଶିକାର ଯୋଗୁ ସେମାନେ ପ୍ରାୟ ନିଶ୍ଚିନ୍ନ ହେବାକୁ ଲାଗିଲେଣି। ତେଣୁ ଅଭୟାରଣ୍ୟ ସୃଷ୍ଟି କରି ଆଇନ୍‌ ପ୍ରଣୟନ ଦ୍ୱାରା ସେମାନଙ୍କର ସୁରକ୍ଷା ପାଇଁ ଚେଷ୍ଟା କରାଯିବା ଆବଶ୍ୟକ। ବନ୍ୟଜୀବନ ଶିକାର ଦଣ୍ଡନୀୟ ହେବା ସହିତ କଡାକଡି ଭାବେ ପାଳନ କରାଯିବା ଦରକାର। ନିକଟରେ ନନ୍ଦନକାନନରେ ହାତୀମୃତ୍ୟୁ ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ରେଳଧାରଣାରେ ହାତୀମୃତ୍ୟୁ ବାରମ୍ବାର ଘଟିବା ଦୁଃଖଦାୟକ। ଗୋଟିଏ ହାତୀ ଦିନକୁ ପ୍ରାୟ ୨.୫ରୁ ୩ କୁଇଣ୍ଟାଲ ଖାଦ୍ୟ ଆବଶ୍ୟକ କରିଥାଏ। ବ୍ୟାପକ ଜଙ୍ଗଲ କ୍ଷୟ ହେବା ଦ୍ୱାରା ହାତୀଙ୍କୁ ଖାଦ୍ୟ ମିଳୁନାହିଁ। ଏତଦ୍‌ବ୍ୟତୀତ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ତାପମାତ୍ରା ବୃଦ୍ଧି ଘଟୁଛି, ଯାହାଦ୍ୱାରା ଜଙ୍ଗଲ ପରିବେଶ ଭାରସାମ୍ୟ ହରାଉଛି ଏବଂ ହାତୀମାନେ ଜଙ୍ଗଲରୁ ବାହାରି ଜନବସତି ଆଡକୁ ଧାଉଁଛନ୍ତି। ହାତୀ ବା ଅନ୍ୟ ବନଜୀବମାନଙ୍କ ଆବାସ ସ୍ଥଳୀ ଜଙ୍ଗଲ ସୁରକ୍ଷିତ ନ ରହିଲେ ସେମାନେ ସ୍ବାଭାବିକ ଭାବେ ଇତଃସ୍ତତ ପଳାୟନ କରିବେ। ହାତୀ ମଣିଷ ଲଢେଇ ବାସ୍ତବିକ ପରିବେଶବିତ୍‌ମାନଙ୍କ ପାଇଁ ଚିନ୍ତାର ବିଷୟ। ଭୋଗବାଦୀ ସଭ୍ୟତାର ମନୁଷ୍ୟ ସବୁଜବନାନୀ ନଷ୍ଟ କରି କଂକ୍ରିଟ୍‌ ଜଙ୍ଗଲ ସୃଷ୍ଟି କରିବାରେ ଲାଗିଛି ଏବଂ ଜୀବଜନ୍ତୁଙ୍କର ଆବାସସ୍ଥଳୀ ଜଙ୍ଗଲ ଧ୍ୱଂସ କରିଚାଲିଛି। ଗଛକୁ ଜାତୀୟ ସମ୍ପତ୍ତି ଭାବେ ଘୋଷଣା କରାଯିବା ଉଚିତ। ୧୯୫୨ ମସିହାଠାରୁ ବନ୍ୟପ୍ରାଣୀ ସଂରକ୍ଷଣ ଓ ସୁରକ୍ଷା ପାଇଁ ଆମ ଦେଶରେ ଅକ୍ଟୋବର ମାସ ୨ ରୁ ୮ ତାରିଖ ମଧ୍ୟରେ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଉଛି। ଭାରତ ସରକାର ଏକ ବନ୍ୟପ୍ରାଣୀ ପରିଷଦ ଗଠନ କରିଛନ୍ତି। ବନ୍ୟପ୍ରାଣୀ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଜନସଚେତନତା ସୃଷ୍ଟି କରିବା ଏହାର ଲକ୍ଷ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri