ପରିବେଶର ସୁରକ୍ଷା ଲାଗି ବୃକ୍ଷରୋପଣ ଜରୁରୀ

ଖପ୍ରାଖୋଲ,୫।୬(ଡି.ଏନ.ଏ.): ଖପ୍ରାଖୋଲ ବ୍ଲକ ବଡଗୁର୍ଜିଭଟାଠାରେ ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ବୁଧବାର ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଗାଁ ପରିକ୍ରମା କରିଥିଲା। ପରେ ବିଦ୍ୟାଳୟ ପରିସରରେ ବନ ସୁରକ୍ଷା ସମିତି ସଭାପତି ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ହରିଶଙ୍କର ରେଞ୍ଜ ଅଧିକାରୀ ଶ୍ରୀବତ୍ସ କୁମୁରା, ମୁଖ୍ୟ ବକ୍ତା ଘୁନସର ପୂର୍ବତନ ସରପଞ୍ଚ ମୋହନ ସୁନା, ସମ୍ମାନିତ ଅତିଥି ପରିବେଶ କର୍ମୀ ଅଭୟ ତ୍ରିପାଠୀ, ସ୍ଥାନୀୟ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ମିଶ୍ର ପ୍ରମୁଖ ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ବୃକ୍ଷ ରୋପଣ ଜରୁରୀ ବୋଲି କହିଥିଲେ। ଏପରି କି ଜଙ୍ଗଲର ସୁରକ୍ଷା ସହିତ ବିଭିନ୍ନ ପ୍ରଦୂଷଣ ରୋକିବା ପାଇଁ ସମସ୍ତେ ସଂଗଠିତ ହେବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଖପ୍ରାଖୋଲ ବନପାଳ ଗୁଣନିଧି ପରିଡା, ପିଙ୍କୁ ଭୋଇ, ରାମଚନ୍ଦ୍ର ନାଏକ, ଡିଲେଶ୍ୱର ହୋତା, ବିଜ୍ଞାନନ୍ଦ ପାଣିଗ୍ରାହୀ, ହରିବୋଲ ପୋଢଙ୍କ ସହ ବନ ବିଭାଗ କର୍ମଚାରୀ, ବନସୁରକ୍ଷା ସମିତି ସଦସ୍ୟ, ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ, ଛାତ୍ରୀଛାତ୍ର, ପରିବେଶ ପ୍ରେମୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବନ କର୍ମଚାରୀ ଡୋଳାମଣି ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଜଗର ମାରି କାନ୍ଧରେ ପକାଇ ବୁଲିବା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ବନବିଭାଗ

ବଡବିଲ,୧୭।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ଯୋଡା ଥାନା କଣ୍ଡରା ଗ୍ରାମର ଜଣେ ଯୁବକ ଏକ ଅଜଗର ସାପକୁ ମାରି କାନ୍ଧରେ ପକାଇ ବୁଲିବା ତାଙ୍କୁ ମହଙ୍ଗା ପଡିଛି। ସମ୍ପୃକ୍ତ...

ବେଆଇନ ପାଚେରି ନିର୍ମାଣକୁ ଅଞ୍ଚଳବାସୀଙ୍କ ତୀବ୍ର ବିରୋଧ: ଘଟଣାସ୍ଥଳ ଛାଡିଲେ କମ୍ପାନୀ କର୍ତ୍ତୃପକ୍ଷ

କୁଆଁରମୁଣ୍ଡା,୨।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ସରକାରୀ ଡାଏରି ଫାର୍ମର ୨୦ ଏକରରୁ ଊର୍ଦ୍ଧ୍ୱ ଜାଗାରେ ବେଆଇନ ପାଚେରି ନିର୍ମାଣକୁ...

ଦ୍ୱୈତନଗରୀରେ ରାତ୍ର କର୍ଫ୍ୟୁ କଡ଼ାକଡ଼ି ନିର୍ଦ୍ଦେଶ

ଭୁବନେଶ୍ୱର,୨।୭ (ବ୍ୟୁରୋ): ଅନ୍‌ଲକ୍‌-୨ରେ ରାଜ୍ୟ ସରକାର କରୋନା କଟକଣାରେ କିଛିଟା ପରିବର୍ତ୍ତନ କରିଛନ୍ତି। ବିଶେଷକରି ରାତ୍ରକାଳୀନ କର୍ଫ୍ୟୁକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବଳବତ୍ତର ରଖିଥିଲେ ମଧ୍ୟ...

୫୦ ସରକାରୀ ଡିଗ୍ରୀ କଲେଜରେ ନାହାନ୍ତି ନିୟମିତ ଅଧ୍ୟକ୍ଷ

ଭୁବନେଶ୍ୱର, ୪ା୩(ବ୍ୟୁରୋ): ଓଡ଼ିଶାରେ ଉଚ୍ଚଶିକ୍ଷାକୁ ବିଶ୍ୱସ୍ତରୀୟ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଆପଣାଯାଉଛି। କିନ୍ତୁ ବାସ୍ତବଚିତ୍ର କିଛି ଅଲଗା ରହୁଛି। ରାଜ୍ୟ ସରକାରଙ୍କ ଦ୍ୱାରା...

ରାସ୍ତାରୁ ପାଇଥିବା ପର୍ସ ଫେରାଇଲେ ଜୋତା ଦୋକାନୀ

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ବୃତ୍ତିରେ ଜୋତା ଦୋକାନୀ। ଅଭାବ କେବେ ପିଛା ଛାଡ଼େନା। ସୀମିତ ରୋଜଗାରରେ ଘର ଚଳେ। ଅଭାବ ସତ୍ତ୍ୱେ ଟଙ୍କା ଲୋଭ ତାଙ୍କୁ କବଳିତ କରିପାରି...

ସବୁଠୁ ବଳିଗଲା ସ୍ମାର୍ଟ ଜନପଥର ଦୃଶ୍ୟ

ଭୁବନେଶ୍ୱର,୨୪।୮ (ବ୍ୟୁରୋ): ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼ (ବିଏସ୍‌ସିଏଲ) ପକ୍ଷରୁ ଜନପଥକୁ ସ୍ମାର୍ଟ କରିବା ଲାଗି ପ୍ରଚେଷ୍ଟା ଚାଲିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ବିଭିନ୍ନ ପ୍ଲାନିଂ...

ପାଟକୁରାରେ ଭାଜପାର ହାଇଭୋଲଟେଜ ପ୍ରଚାର: କର୍ମୀଙ୍କୁ ବିଜୟ ମନ୍ତ୍ର ଦେଲେ ସମ୍ବିତ

ଡେରାବିଶ, ୧୬।୭ (ସ୍ବ.ପ୍ର.): ପାଟକୁରା ନିର୍ବାଚନମଣ୍ଡଳୀ ଅଧୀନ ଡେରାବିଶ ବ୍ଲକର ବିଭିନ୍ନ ପଞ୍ଚାୟତରେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ସୋମବାର ପ୍ରଚାର କରିଛନ୍ତି ଦଳର...

ଉଚ୍ଛେଦ ହେବ ସ୍ୟାଟ୍‌

ଭୁବନେଶ୍ୱର୬।୮(ବ୍ୟୁରୋ): କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍‌)କୁ ଉଚ୍ଛେଦ କରିବାକୁ ଯାଉଛନ୍ତି। ରାଜ୍ୟ ସରକାର ଏନେଇ ହାଇକୋର୍ଟଙ୍କ ସହ ପୂର୍ବରୁ ବିଚାରବିମର୍ଶ କରିସାରିଥିଲେ। ଏଥିସହିତ...

Coronavirus Update


Archives

Model This Week

Why Dharitri