ପରିବା ଗୋଦାମ ପୋଡ଼ିଦେଲେ ଦୁର୍ବୃତ୍ତ

ଫୁଲବାଣୀ ଅଫିସ, ୧୫ା୧୧ -ସ୍ଥାନୀୟ ହାଟପଦା ହାଟରେ ଥିବା ଏକ ପରିବା ଗୋଦାମ ଗୃହକୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଛାରଖାର ହୋଇଯାଇଛି। ଏ ନେଇ ଗୋଦାମ କରିଥିବା ବ୍ୟବସାୟୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ ା ହାଟର ଏକ ସ୍ଥାନରେ ପରିବା ବଜାର ସଂଘ ସଦସ୍ୟ ଦଶରଥ ସାହାଣୀ ଓ ରାଜେନ୍ଦ୍ର ବେହେରା ଗୋଦାମ କରି ପରିବା ବ୍ୟବସାୟ କରନ୍ତି। ସେଠାରେ ଅନ୍ୟ ବ୍ୟବସାୟୀମାନେ ମଧ୍ୟ ସେମାନଙ୍କ ମାପ ଓଜନ ଯନ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ରଖିଥାନ୍ତି। ଭୋର ପ୍ରାୟ ସାଢ଼େ ୪ଟାରେ ଏହି ଗୋଦାମ ଜଳୁଥିବା କିଛି ବ୍ୟବସାୟୀ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ା ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ସବୁ ପୋଡି ଯାଇଥିଲା ା ପରିବା ସମେତ ମାପ ଓଜନ ଯନ୍ତ୍ର, ଫ୍ୟାନ ଆଦି ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀରେ ଭାଙ୍ଗିଲା ଗଛ, ଛିଣ୍ଡିଲା ବିଦ୍ୟୁତ୍‌ ତାର

ବରଗଡ଼ ଅଫିସ,୭।୫: ବରଗଡ଼ ଜିଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ଝଡ଼ତୋଫାନ ସାଙ୍ଗକୁ ବର୍ଷା ଯୋଗୁ ବିଶେଷକରି ବରଗଡ଼ ସହରରେ ଏହାର ପ୍ରଭାବ ଅଧିକ ରହିଥିଲା।...

ସୁବର୍ଣ୍ଣ ଚିତା ଲାଗି ହେଲେ ନୀଳମାଧବ ଜୀଉ

ଖଣ୍ଡପଡ଼ା,୨ା୮(ସ୍ବ.ପ୍ର.)- ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପରିଚିତ କଣ୍ଟିଲୋର ନୀଳମାଧବ ଜୀଉଙ୍କ ପବିତ୍ର ଚିତାଲାଗି ଅମାବାସ୍ୟା ଅବସରରେ ଶ୍ରୀଜୀଉଙ୍କୁ ସୁବର୍ଣ୍ଣର ଚିତା ଲାଗି କରାଯାଇଥିଲା...

ଜିଲା ପାଠାଗାରରେ ଅବ୍ୟବସ୍ଥା: ଆସୁଛନ୍ତି ହାତଗଣତି ପାଠକ

ନୟାଗଡ଼ ଅଫିସ,୨୮ା୧୧: ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲା ପାଠାଗାର ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଭିତ୍ତିଭୂମି ସୁଦୃଢ଼ ଥିବା ସତ୍ତ୍ୱେ...

ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନରେ ତାମିଲନାଡୁ ଇଞ୍ଜିନିୟରିଂ ଛାତ୍ରଙ୍କ ସଚେତନତା ପଦଯାତ୍ରା

ଭୋଗରାଇ, ୨।୯(ଡ଼ି.ଏନ୍‌.ଏ.): ତାମିଲନାଡୁ ମେକାନିକାଲ ଇଞ୍ଜିନିୟରିଂର ଛାତ୍ର ଇନସନଇବେଲ ଜୋଶେଫ ରାଜ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ପାଇଁ ଅଣ୍ଟା ଭିଡିଛନ୍ତି। ଏଥିପାଇଁ ସେ ଏକ...

ପ୍ରଚାର ଅଭିଯାନ ସରଗରମ

ଧାମନଗର, ୧।୧୧(ଡି.ଏନ୍‌.ଏ.): ଧାମନଗର ଉପନିର୍ବାଚନ ପାଇଁ ଅସୁରାଳି ଜୋନ୍‌ରେ ପ୍ରଚାର ଅଭିଯାନ ବେଶ୍‌ ସରଗରମ ହେଉଛି। ବିରୋଧୀ ଦଳର ମୁଖ୍ୟ ସଚେତକ ତଥା କେନ୍ଦୁଝର ବିଧାୟକ...

ପ୍ରଚାର ମଇଦାନରେ ବିଦେଶୀ ବୋହୂ

ପୁରୀ ଅଫିସ,୧୦।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରାର୍ଥୀମାନେ ଅଭିନବ ଉପାୟରେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। କେହି କେହି...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ

ପାଟଣା,୩।୫ (ସ୍ବ. ପ୍ର.): ୨୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ଡିଆନାଳି ବିଦ୍ୟୁତ୍‌ ଷ୍ଟ୍ରକଚର ନିକଟରେ ସୋମବାର ବିଳମ୍ବିତ ରାତ୍ରିରେ ଏକ...

ରକ୍ତଦାନ ସମ୍ବନ୍ଧୀୟ ଯୁବ ସଚେତନତା କାର୍ଯ୍ୟକ୍ରମ

ନୂଆପଡା ଅଫିସ,୨୦ା୯-ସ୍ଥାନୀୟ ସଦର ବ୍ଲକ ସଭାଗୃହରେ ନୂଆପଡା ବ୍ଲକସ୍ତରୀୟ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡିଓ ସୁବେଦାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାପାଳ...

Advertisement
Archives

Model This Week