ପରିବାର ମଙ୍ଗଳ ଯୋଜନା ଦିଗହରା

ବାଲେଶ୍ୱର ଅଫିସ, ୧୮।୬-ବାଲେଶ୍ୱର ଜିଲାରେ ପରିବାର ମଙ୍ଗଳ ଯୋଜନା ଦିଗହରା ହୋଇପଡ଼ିଛି। ମୃତ୍ୟୁର ୪ବର୍ଷ ପରେ ବି ହିତାଧିକାରୀଙ୍କୁ ଏହି ଯୋଜନାରେ ସହାୟତା ପ୍ରଦାନ କରା ନ ଯିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୋର ବ୍ଲକ ଅନନ୍ତପୁର ପଞ୍ଚାୟତ ଅନ୍ତର୍ଗତ ଅଇଁରି ଗ୍ରାମର ରବୀନ୍ଦ୍ରନାଥ ଗତ ୨୦୧୫ ଜୁଲାଇ ୭ ତାରିଖରେ ମୃତ୍ୟୁବରଣ କରିଥିଲେ। ତାଙ୍କ ପନତ୍ୀ କମଳା ନାଥ ସରକାରୀ ସହାୟତା ପାଇବା ପାଇଁ ପରିବାର ମଙ୍ଗଳ ଯୋଜନାରେ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଆକାଉଣ୍ଟକୁ ଟଙ୍କା ନ ଆସିବାରୁ ସୋର ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଯୋଜନାରେ ତାଙ୍କର ପ୍ରାପ୍ୟ ଅର୍ଥ ଅନ୍ୟ ଆକାଉଣ୍ଟକୁ ଯାଇଥିବା ବିଡ଼ିଓ କାର୍ଯ୍ୟାଳୟରୁ ଜାଣିବାକୁ ପାଇଥିଲେ। ଏହି ସମସ୍ୟାର ସମାଧାନ ପାଇଁ ସେ ବିଡ଼ିଓଙ୍କ ସମେତ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର କହିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହଁି।
ସୋମବାର ଅଭିଯୋଗକାରିଣୀ କମଳା ନିଜ ପୁଅଙ୍କୁ ନେଇ ଏ ସମ୍ପର୍କରେ ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ତୁରନ୍ତ ତାଙ୍କୁ ସହାୟତା ପ୍ରଦାନ ପାଇଁ ପରିବାରବର୍ଗ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri