ପରିଣତ ବୟସରେ ଉଦାହରଣ ‘ରସ’: ନିଷ୍ଠା କରିଛି ସ୍ବାବଲମ୍ବୀ

ଢେଙ୍କାନାଳ ଅଫିସ, ୧୪।୮- ରସ ନାଏକଙ୍କ ଘର ଢେଙ୍କାନାଳ ସଦର ବ୍ଲକ ମଙ୍ଗଳପୁର ଗ୍ରାମରେ। ସ୍ବାମୀ ଫଗୁ ନାଏକ, ଦୁଇ ପୁଅ, ଝିଅଙ୍କୁ ନେଇ ତାଙ୍କ ସଂସାର। ପିଲାମାନେ ବିବାହ କରି ନିଜ ନିଜ ପରିବାର ସହ ବ୍ୟସ୍ତ। ୮୫ ବର୍ଷୀୟ ଫଗୁ ଆଉ କାମଧନ୍ଦା କରିପାରୁନାହାନ୍ତି। ରସଙ୍କର ବି ନଇଁଆସିଲାଣି ଅଣ୍ଟା। ତଥାପି ଖରା, ବର୍ଷା, ଶୀତକୁ ଖାତିର ନ କରି ସେ ଦୀର୍ଘ ୧୫ବର୍ଷ ହେଲା ପରିବା ବ୍ୟବସାୟ କରି ଆସୁଛନ୍ତି। ରଥଗଡ଼ାସ୍ଥିତ ବୟନିକା ସମ୍ମୁଖ ଫୁଟ୍‌ପାଥ୍‌ରେ ସେ ଖୋଲିଛନ୍ତି ନିଜର ଅସ୍ଥାୟୀ ଦୋକାନ। କାଙ୍କଡ଼, ଲେମ୍ବୁ, ଲଙ୍କା, ସଜନା ଛୁଇଁ, ଆମ୍ବୁଲ, ପଣସ ମଂଜି ସହିତ ଯେତେ ଋତୁକାଳୀନ ଜିନିଷ ସବୁ ତାଙ୍କ ପାଖରେ ସହଜରେ ମିଳେ। ସ୍ଥାନୀୟ ହାଟ, ବ୍ୟବସାୟୀଙ୍କଠାରୁ ସେ ଏସବୁ ଜିନିଷ ସଂଗ୍ରହ କରିଥାନ୍ତି। ରୋଜଗାର ଟଙ୍କାରୁ ନିଜ ପରିବାର ଚଳାଇବା ସହ କିଛି ନାତିନାତୁଣୀଙ୍କ ପଢ଼ାଖର୍ଚ୍ଚ ପାଇଁ ଦେଇଥାନ୍ତି।
ସକାଳୁ କାମଧାମ ସାରି ୭ଟାରେ ଜିନିଷପତ୍ର ଧରି ବସ୍‌ରେ ରସଙ୍କୁ ଢେଙ୍କାନାଳ ରଥଗଡ଼ାରେ ପହଞ୍ଚତ୍ବାକୁ ପଡ଼େ। ଅପରାହ୍ନ ୪ଟା ସୁଦ୍ଧା ବିକ୍ରିବଟା ସାରି ସେ ଘରକୁ ଫେରିଥାନ୍ତି। ବୃତ୍ତିଗତ ଜୀବନ ସମ୍ପର୍କରେ ରସ କୁହନ୍ତି, ‘ଘରେ ବସି କଣ କରିବି ା ମୋତେ ବସିବାକୁ ଭଲ ଲାଗେନି। କାହା ପାଖରେ ହାତ ପତେଇବା ଅପେକ୍ଷା ନିଜେ ରୋଜଗାର କରିବା ଭଲ। ସରକାରଙ୍କ ପକ୍ଷରୁ ଭତ୍ତା ମିଳୁଛି। ହାତଗୋଡ଼ ଚାଲୁଥିବା ଯାଏ ବେପାର କରୁଥିବି। ହାତଗୋଡ଼ ଅଚଳ ହୋଇଗଲେ ତେଣିକି ଠାକୁରଙ୍କ ଇଚ୍ଛା ବୋଲି ସେ ହସହସ ମୁହଁରେ କୁହନ୍ତି।
ଶାସନ ଅଞ୍ଚଳର ବୁଦ୍ଧିଜୀବୀ ଶଶିମୌଳି ରଥ କୁହନ୍ତି, ରସ ଜଣେ ଭଲ ମଣିଷ। ତାଙ୍କରି ବ୍ୟବହାର ଭଲ। ସେ ଭଲ ଜିନିଷ ରଖନ୍ତି। ଠିକ୍‌ ମୂଲ୍ୟ ନିଅନ୍ତି। ପରିଣତ ବୟସରେ ତାଙ୍କର ଏପରି ପରିଶ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଖୁସିଭରା ମନରେ ସେ ଜୀବନ ପଥରେ ଆଗେଇ ଚାଲିଛନ୍ତି। ତାଙ୍କଠାରୁ ସମସ୍ତଙ୍କୁ ଅନେକ କିଛି ଶିଖିବାର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଗୃହରେ ଚାଲିଛି ୫ ଶ୍ରେଣୀ, ପଢୁଛନ୍ତି ୨୧୭ ଛାତ୍ରୀଛାତ୍ର

ଆଳି,୨୪ା୪(ଡି.ଏନ.ଏ.): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥା ସୁଦୃଢ଼ୀକରଣ ନିମନ୍ତେ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ଶିକ୍ଷା ବ୍ୟବସ୍ଥାରେ କେତେ ପରିବର୍ତ୍ତନ ଘଟିଛି ତାହାର ଏକ ଜ୍ୱଳନ୍ତ...

ଗଞ୍ଜାମରେ ୨୪୮ କରୋନା ଆକ୍ରାନ୍ତ ସୁସ୍ଥ

ଛତ୍ରପୁର,୨୫ା୫(ଡି.ଏନ.ଏ)-ଗଞ୍ଜାମ ଜିଲାରେ ସୋମବାର ଆଉ ୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସମସ୍ତଙ୍କୁ କୋଭିଡ୍‌...

ଭୋଗରାଇ ଥାନା ଆଗରେ ଡିଏସ୍‌ଓର ବିକ୍ଷୋଭ

ଭୋଗରାଇ,୧୩।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ସମ୍ମୁଖରେ ଡିଏସ୍‌ଓ ପକ୍ଷରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନିକଟରେ ତାଳସାରୀ ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ନିର୍ଯାତନା ଦେବା ଓ...

୨ ବଛର ହେଲା ଆବେଦନ କରିଆସୁଛନ୍‌: ଭତାରୁ ବଁଚିତ୍‌ ଧଅଁରାଖମନ ଗାଁର ୮ ବୁଢ଼ାବୁଢ଼ୀ

କର୍ଲାମୁଣ୍ଡା, ୧୨।୩ (ଡି.ଏନ୍‌.ଏ.)- ସରକାର ବୁଢ଼ାବୁଢ଼ୀ, ବିଧବା, ଛାର୍‌ରି ମହିଲା, ଦିବ୍ୟାଙ୍ଗମାନକୁ ସାମାଜିକ ସୁରକ୍ଷା ଯୋଜନାରେ ଭତା ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ ସରକାରୀ...

ଭୋଟ ପୂର୍ବରୁ ଚାଲିଗଲା ସରପଞ୍ଚ ପ୍ରାର୍ଥୀଙ୍କ ଜୀବନ, ନିର୍ବାଚନ ସ୍ଥଗିତ

ବରଗଡ଼ ଅଫିସ,୧୬।୨ : ବରଗଡ଼ ଜିଲାରେ ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ହୃଦଘାତରେ ପରଲୋକ ହୋଇଛି। ସେ ମଙ୍ଗଳବାର...

କଲେଜ ଛକରେ ବସିଥିଲେ ଯୁବକ: ୧୦ରୁ ଅଧିକ ଆସି ନିର୍ଧୂମ ଛେଚିଲେ

ପଦ୍ମପୁର,୯।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କରଞ୍ଜ ଆଡ଼ିଆ ଗ୍ରାମର ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ସେ ହେଲେ ଗ୍ରାମର ପ୍ରଫୁଲ୍ଲ କୁମାର...

୭୪୪ କିମି ତଟାଞ୍ଚଳ ଅସୁରକ୍ଷିତ

କେନ୍ଦ୍ରାପଡ଼ା ଅଫିସ,୧୯ା୭:ବନ୍ୟା, ବାତ୍ୟା, ସୁନାମୀ ପରି ପ୍ରାକୃତିକ ବିପର୍ଯ୍ୟୟର ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲା ଆଳିଠାରେ ତଟବନ୍ଧ ଡିଭିଜନ ପ୍ରତିଷ୍ଠା ହୋଇଛି ା ଆଳି ସମେତ...

ଦିନ ଗଡୁଛି, ଚିନ୍ତା ବଢୁଛି

ଭୁବନ,୬।୬(ଡି.ଏନ୍‌.ଏ.) ଗହଳି ଚହଳିରେ ଫାଟି ପଡୁଥିବା ବସ୍‌ଷ୍ଟାଣ୍ଡରେ ଅସମ୍ଭବ ନୀରବତାର ରାଜୁତି। ଛିଡ଼ା ହୋଇଛି ବସ୍‌। ହେଲେ ନା ଅଛନ୍ତି କର୍ମଚାରୀ, ନା ଯାତ୍ରୀଙ୍କୁ ଅପେକ୍ଷା କରିବାର...

Advertisement
Archives

Model This Week