ପରିଣତ ବୟସରେ ଉଦାହରଣ ‘ରସ’: ନିଷ୍ଠା କରିଛି ସ୍ବାବଲମ୍ବୀ

ଢେଙ୍କାନାଳ ଅଫିସ, ୧୪।୮- ରସ ନାଏକଙ୍କ ଘର ଢେଙ୍କାନାଳ ସଦର ବ୍ଲକ ମଙ୍ଗଳପୁର ଗ୍ରାମରେ। ସ୍ବାମୀ ଫଗୁ ନାଏକ, ଦୁଇ ପୁଅ, ଝିଅଙ୍କୁ ନେଇ ତାଙ୍କ ସଂସାର। ପିଲାମାନେ ବିବାହ କରି ନିଜ ନିଜ ପରିବାର ସହ ବ୍ୟସ୍ତ। ୮୫ ବର୍ଷୀୟ ଫଗୁ ଆଉ କାମଧନ୍ଦା କରିପାରୁନାହାନ୍ତି। ରସଙ୍କର ବି ନଇଁଆସିଲାଣି ଅଣ୍ଟା। ତଥାପି ଖରା, ବର୍ଷା, ଶୀତକୁ ଖାତିର ନ କରି ସେ ଦୀର୍ଘ ୧୫ବର୍ଷ ହେଲା ପରିବା ବ୍ୟବସାୟ କରି ଆସୁଛନ୍ତି। ରଥଗଡ଼ାସ୍ଥିତ ବୟନିକା ସମ୍ମୁଖ ଫୁଟ୍‌ପାଥ୍‌ରେ ସେ ଖୋଲିଛନ୍ତି ନିଜର ଅସ୍ଥାୟୀ ଦୋକାନ। କାଙ୍କଡ଼, ଲେମ୍ବୁ, ଲଙ୍କା, ସଜନା ଛୁଇଁ, ଆମ୍ବୁଲ, ପଣସ ମଂଜି ସହିତ ଯେତେ ଋତୁକାଳୀନ ଜିନିଷ ସବୁ ତାଙ୍କ ପାଖରେ ସହଜରେ ମିଳେ। ସ୍ଥାନୀୟ ହାଟ, ବ୍ୟବସାୟୀଙ୍କଠାରୁ ସେ ଏସବୁ ଜିନିଷ ସଂଗ୍ରହ କରିଥାନ୍ତି। ରୋଜଗାର ଟଙ୍କାରୁ ନିଜ ପରିବାର ଚଳାଇବା ସହ କିଛି ନାତିନାତୁଣୀଙ୍କ ପଢ଼ାଖର୍ଚ୍ଚ ପାଇଁ ଦେଇଥାନ୍ତି।
ସକାଳୁ କାମଧାମ ସାରି ୭ଟାରେ ଜିନିଷପତ୍ର ଧରି ବସ୍‌ରେ ରସଙ୍କୁ ଢେଙ୍କାନାଳ ରଥଗଡ଼ାରେ ପହଞ୍ଚତ୍ବାକୁ ପଡ଼େ। ଅପରାହ୍ନ ୪ଟା ସୁଦ୍ଧା ବିକ୍ରିବଟା ସାରି ସେ ଘରକୁ ଫେରିଥାନ୍ତି। ବୃତ୍ତିଗତ ଜୀବନ ସମ୍ପର୍କରେ ରସ କୁହନ୍ତି, ‘ଘରେ ବସି କଣ କରିବି ା ମୋତେ ବସିବାକୁ ଭଲ ଲାଗେନି। କାହା ପାଖରେ ହାତ ପତେଇବା ଅପେକ୍ଷା ନିଜେ ରୋଜଗାର କରିବା ଭଲ। ସରକାରଙ୍କ ପକ୍ଷରୁ ଭତ୍ତା ମିଳୁଛି। ହାତଗୋଡ଼ ଚାଲୁଥିବା ଯାଏ ବେପାର କରୁଥିବି। ହାତଗୋଡ଼ ଅଚଳ ହୋଇଗଲେ ତେଣିକି ଠାକୁରଙ୍କ ଇଚ୍ଛା ବୋଲି ସେ ହସହସ ମୁହଁରେ କୁହନ୍ତି।
ଶାସନ ଅଞ୍ଚଳର ବୁଦ୍ଧିଜୀବୀ ଶଶିମୌଳି ରଥ କୁହନ୍ତି, ରସ ଜଣେ ଭଲ ମଣିଷ। ତାଙ୍କରି ବ୍ୟବହାର ଭଲ। ସେ ଭଲ ଜିନିଷ ରଖନ୍ତି। ଠିକ୍‌ ମୂଲ୍ୟ ନିଅନ୍ତି। ପରିଣତ ବୟସରେ ତାଙ୍କର ଏପରି ପରିଶ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଖୁସିଭରା ମନରେ ସେ ଜୀବନ ପଥରେ ଆଗେଇ ଚାଲିଛନ୍ତି। ତାଙ୍କଠାରୁ ସମସ୍ତଙ୍କୁ ଅନେକ କିଛି ଶିଖିବାର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ବ୍ୟବସାୟୀ ପାର୍ଥ ରାଉତଙ୍କ ଅକାଳ ବିୟୋଗ: ହାଟଡିହୀରେ ଶୋକର ଛାୟା, ବୈତରଣୀ କୂଳରେ…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଛେନାପଦି ଛକର ଯୁବ ବ୍ୟବସାୟୀ ତଥା ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ସାନଭାଇ ସୁଶାନ୍ତ ରାଉତ…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ସୁବୁଠି ଉଡ଼ିଲା ତ୍ରିରଙ୍ଗା

ଲାଞ୍ଜିଗଡ,୧୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଲାଞ୍ଜିଗଡ଼ ଯୁବକ ସଂଘ…

ଆଖି ସଂକ୍ରମଣରେ ପୀଡ଼ିତ ମାଖନା ହାତୀ: ବନ ବିଭାଗ ପକ୍ଷରୁ ମାଖନା ହାତୀର ସ୍ୱାସ୍ଥ୍ୟ ନିରୀକ୍ଷଣ

ବାଲେଶ୍ୱର,୧୫।୮( ବାଞ୍ଛାନିଧି ଦେ): ବାଲେଶ୍ୱର ବନ ବିଭାଗ ପକ୍ଷରୁ ଦୀର୍ଘ ୧୫ରୁ ୨୦ ଦିନ ଧରି କୁଲଡ଼ିହା ବନ୍ୟପ୍ରାଣୀ ରେଞ୍ଜ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଏକ ମାଖନା (ଦାନ୍ତହୀନ…

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

ସ୍ବାଧିନତା ଦିବସରେ ପୁରୁଷୋତ୍ତମପୁର NAC ଆଗରେ କାଉନସିଲର-ଜନସାଧାରଣଙ୍କ ଧାରଣା, ଆତ୍ମାହୁତି ଚେତାବନୀ

ପୁରୁଷୋତ୍ତମପୁର,୧୫।୮(ସବିତା ମିଶ୍ର): ସାରାଦେଶ ସ୍ବାଧିନତା ଦିବସକୁ ମହାଆଡ଼ମ୍ବରରେ ପାଳନ କରୁଥିବାବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିର ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ପରାଧୀନ ଅବସ୍ଥାରେ ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri