ପରାଜୟର ମାନସ ମନ୍ଥନ କଲା ଗଞ୍ଜାମ କଂଗ୍ରେସ

ବ୍ରହ୍ମପୁର ଅଫିସ,୨୪ା୬-ସାଧାରଣ ନିର୍ବାଚନର ଅଢ଼େଇ ମାସ ଓ ଫଳାଫଳ ଘୋଷଣାର ମାସେ ପୂରିବା ଦିନ ରବିବାର ଦଳର ଶୋଚନୀୟ ପରାଜୟ ନେଇ ମାନସ ମନ୍ଥନ କରିଛି ଗଞ୍ଜାମ ଜିଲା କଂଗ୍ରେସ। ଅତୀତରେ କଂଗ୍ରେସର ଦୁର୍ଗ ରୂପେ ଚିହ୍ନଟ ହୋଇଥିବା ଏହି ଜିଲାରେ ଦଳର ବିପର୍ଯ୍ୟୟ ଘଟିଛି। ୧୨ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ ଜଣ ଅମାନତ ହରାଇଛନ୍ତି। ସେହିପରି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଏବଂ ଆସିକା ସଂସଦୀୟ କ୍ଷେତ୍ରରେ ଲଢ଼ିଥିବା କଂଗ୍ରେସ ସମର୍ଥିତ ସିପିଆଇ ପ୍ରାର୍ଥୀ ମଧ୍ୟ ଅମାନତ ରଖିବାରେ ସକ୍ଷମ ହୋଇ ନ ଥିଲେ। କେବଳ ସାନଖେମୁଣ୍ଡି ଆସନର କଂଗ୍ରେସ ପ୍ରାର୍ଥୀ ରମେଶ ଜେନା ନିର୍ବାଚିତ ହୋଇଛନ୍ତି।
ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ନିଷ୍ପତ୍ତି ଓ ନିର୍ଦ୍ଦେଶରେ ରବିବାର ଭୁବନେଶ୍ୱରରୁ ବ୍ରହ୍ମପୁର ଆସିଥିଲେ ୬ ଜଣିଆ ଟିମ। ଏହାର ନେତୃତ୍ୱ ନେଇଥିଲେ କଟକ ବିଧାୟକ ମହମ୍ମଦ ମୁକିମ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ସମେତ ଶୁଭେନ୍ଦୁ ମହାନ୍ତି, ମହିଳା କଂଗ୍ରେସ ନେତ୍ରୀ ବବିତା ପରିଡ଼ା, ବିଶ୍ୱଜିତ ଦାସ ପ୍ରମୁଖ ସାମିଲ ହୋଇଥିଲେ। ଜିଲା କଂଗ୍ରେସ କାର୍ଯ୍ୟାଳୟ ବାପୁଜୀ ଆଶ୍ରମରେ ପରାଜୟର କାରଣ ନେଇ ହୋଇଥିଲା ସମୀକ୍ଷା। ଜିଲା କଂଗ୍ରେସ ସଭାପତି ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡାଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ ପିସିସି ଟିମ୍‌। ଦଳର ସଂଗଠନକୁ ଦୁର୍ବଳ କରି ଦେଇ ନିର୍ବାଚନର ବର୍ଷକ ପୂର୍ବରୁ ଦଳ ଛାଡିଥିବା ବିଶ୍ୱାସଘାତକ ଓ ଅର୍ଥ ଅଭାବ ପରାଜୟର ମୁଖ୍ୟ କାରଣ ହୋଇଥିବା ଜିଲା କର୍ମକର୍ତ୍ତା ସଫେଇ ଦେଇଥିଲେ। ଟିକେଟ ବଣ୍ଟନରେ ତ୍ରୁଟି ଆଉ ଏକ କାରଣ ହୋଇଥିବା କୁହାଯାଇଥିଲା।
ପୌର ନିର୍ବାଚନ ନିକଟତର ହୋଇଥିବାରୁ ଗଞ୍ଜାମ ଜିଲାରେ ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ମଜଭୁତ କରିବା ପାଇଁ ପିସିସି ଟିମ ଗୁରୁତ୍ୱ ଦେଇଥିଲେ। ଦଳ ବିରୋଧୀଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଏଣିକି ଜୋନସ୍ତରରେ ସଂଗଠନକୁ ସଜାଡ଼ିବା, ଧର୍ମକୁ ନେଇ ରାଜନୀତି କରୁଥିବା, ସାମନ୍ତବାଦ ଓ ପୁଞ୍ଜିବାଦର ବିଲୋପ ଘଟାଇ ଧର୍ମ ନିରପେକ୍ଷ ବଜାୟ ରଖିବା ପାଇଁ କଂଗ୍ରେସ ଏକମାତ୍ର ଦଳ ହୋଇଥିବାରୁ ସେ ସମ୍ପର୍କରେ କର୍ମୀମାନେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ପାଇଁ ପିସିସି ଟିମ୍‌ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆରେ ମା’ ଶବ୍ଦର ବିକଳ୍ପ ନାହିଁ

ଛତ୍ରପୁର,୧୩ା୫(ଡି.ଏନ.ଏ.)-ଛତ୍ରପୁରସ୍ଥିତ ରୋଟାରୀ କ୍ଲବ ପରିସରରେ ରବିବାର ସର୍ବଶକ୍ତି ଏଜୁକେସନ ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମାତୃ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ...

ମାଷ୍ଟର ମାଇଣ୍ଡଙ୍କ ସମେତ ୩ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ/ଦିଗପହଣ୍ଡି, ୫ା୧୨(ଡି.ଏନ.ଏ.)-ବ୍ରହ୍ମପୁର ଅବକାରୀ ବିଭାଗ ଷ୍ଟ୍ରାଇକିଂ ଫୋର୍ସ ଓ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ବୁଧବାର ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା-ଭୀଷ୍ମଗିରି ଛକ କପିଳେଶ୍ୱର ମାର୍କେଟ...

ଘରୁ ଡାକିନେଇ ଖଣ୍ଡାରେ ହାଣି ହତ୍ୟା: ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ

ପୁରୁଷୋତ୍ତମପୁର,୧୪।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ରାମ୍‌ସା ଗାଁର ପୂର୍ଣ୍ଣଚନ୍ଦ୍ର ନାହାକ ଓରଫ୍‌ ଟୁକୁ(୪୦)ଙ୍କୁ ମଙ୍ଗଳବାର କୋର୍ଟରେ ସାକ୍ଷୀ ଦେବାକୁ କହି ଘରୁ ଡାକିନେଇ...

ଦୁର୍ଘଟଣାରେ ମୃତ, ଆହତଙ୍କୁ ମିଳୁନି ସହାୟତା

ଛତ୍ରପୁର,୨୧ା୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣା କମୁନି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅନ୍ୟ ଜିଲା ଭଳି ଏଠାରେ ମଧ୍ୟ ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ଗଠିତ ହୋଇଛି। ବାରମ୍ବାର...

ଗଞ୍ଜାମରେ ୧୫,୮୧୬ ଜଣଙ୍କ ହୋମ୍‌ କ୍ୱାରେଣ୍ଟାଇନ୍‌ ଅବଧି ସରିଲା, ଘରେ ରହିବାକୁ ଦିଆଯାଇଛି ପରାମର୍ଶ: ଜିଲାପାଳ

ଛତ୍ରପୁର, ୧୦।୪(ଡି.ଏନ୍‌.ଏ.)- କରୋନା ଭାଇରସକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାରେ ବିଦେଶ ଓ ଅନ୍ୟ ରାଜ୍ୟ ଫେରନ୍ତାଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ତେବେ ଶୁକ୍ରବାର...

ଆନ୍ତର୍ଜାତିକ ନିଶାଦ୍ରବ୍ୟ ଅପବ୍ୟବହାର, ଅବୈଧ କାରବାର ନିରୋଧ ଦିବସ: ନିଶା ଛାଡିଥିବା ୧୦ ଜଣ ସମ୍ବର୍ନ୍ଧିତ

ଛତ୍ରପୁର,୨୬।୬(ଡି.ଏନ୍‌.ଏ): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ବୁଧବାର ଆନ୍ତର୍ଜାତିକ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ କାରବାର ନିରୋଧ ଦିବସ ପାଳିତ ହୋଇଯାଇଛି...

କେନ୍ଦ୍ର ବିରୋଧରେ ଗର୍ଜିଲା ବିଜେଡି, ଦାବିପତ୍ର ପ୍ରଦାନ

ପୁରୁଷୋତ୍ତମପୁର,୧୬।୨(ଡି.ଏନ୍‌.ଏ.): ମାଗଣା ଚାଉଳ ବନ୍ଦ ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରଠାରେ ବ୍ଳକ ଓ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ...

କରୋନାକୁ ହରାଇ ଘରକୁ ଫେରିଲେ କ୍ରୀଡ଼ାଶିକ୍ଷକ

ବୁଗୁଡ଼ା,୨ା୮(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଅନ୍ତର୍ଗତ ବୁଗୁଡ଼ା ପିପୁଲସ କଲେଜର କ୍ରୀଡ଼ା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଶନିବାର ରାତିରେ କରୋନାକୁ ହରାଇ ସୁସ୍ଥ ହୋଇ...

Advertisement
Archives

Model This Week