ପରାଜୟରେ ମୋଦି ନିରାଶ

ନୂଆଦିଲ୍ଲୀ, ୧୧।୭ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ର ଏକ ହାଇଭୋଲଟେଜ ସେମିଫାଇନାଲ ମ୍ୟାଚ୍‌ରେ ବୁଧବାର ଭାରତୀୟ ଦଳ ୧୮ ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛି। ଭାରତୀୟ ଦଳର ପରାଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରାଶବ୍ୟକ୍ତ କରିଛନ୍ତି। କିନ୍ତୁ ବିରାଟ ବାହିନୀର ଦଳର ଲଢ଼ୁଆ ମନୋବୃତିରେ ପ୍ରଭାବିତ ହୋଇଥିବା ମୋଦି ତାଙ୍କ ଟୁଇଟର ପୃଷ୍ଠାରେ ଉଲ୍ଲେଖ କରିଛନ୍ତି। ‘ନିରାଶଜନକ ଫଳାଫଳ। କିନ୍ତୁ ମ୍ୟାଚ୍‌ର ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳର ଲଢ଼ୁଆ ମନୋବୃତି ଦେଖିବାକୁ ଭଲ ଲାଗିଥିଲା। ଟୁର୍ନାମେଣ୍ଟ ସାରା ଭାରତ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ବହୁତ ଭଲ ପ୍ରଦର୍ଶନ କରିଥିଲା, ଯାହା ଆମକୁ ଗର୍ବିତ କରିଛି। ଜୟ ଓ ପରାଜୟ ଜୀବନର ଏକ ଅଂଶ। ଭବିଷ୍ୟତ ଲାଗି ଶୁଭକାମନା’ ବୋଲି ମୋଦି ଭାରତ ଓ ନ୍ୟୁଜିଲଣ୍ଡ ସେମିଫାଇନାଲ ମ୍ୟାଚ୍‌ ପରେ ତାଙ୍କ ଟୁଇଟର୍‌ ପୃଷ୍ଠାରେ ଲେଖିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୨୪୦ ରନର ଲକ୍ଷ୍ୟକୁ ପିଛା କରି ଭାରତ ୪୯.୩ ଓଭରରେ ୨୨୧ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲ। ପୂର୍ବରୁ ଭାରତ ଲିଗ୍‌ ପର୍ଯ୍ୟାୟରେ ୯ ମ୍ୟାଚ୍‌ରୁ ୭ ବିଜୟ ଏବଂ ଗୋଟିଏ ଲେଖାଏ ପରାଜୟ ଓ ବିନା ଫଳାଫଳ ସହ ୧୫ ପଏଣ୍ଟ ପାଇ ଟେବୁଲ ଶୀର୍ଷରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ବଲିଉଡ୍‌ ଅଭିନେତା କୋଟିଏ ଟଙ୍କା ଦାନ କଲେ …

ମୁମ୍ବାଇ,୨୫।୪: କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ସ୍ଥିତି ସୃଷ୍ଟି କରିଛି। ସବୁବେଳେ ପୀଡ଼ିତଙ୍କ ପ୍ରତି ସହାନୁଭୁତି ପ୍ରକାଶ କରୁଥିବା ବଲିଉଡ୍‌ ଅଭିନେତା ଖିଲାଡ଼ି ବୟ ଅକ୍ଷୟ...

ଦି ଓଳି ଖାଇବାକୁ ପାଉନାହାନ୍ତି ଏହି ପ୍ରସିଦ୍ଧ କ୍ରିକେଟର

ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଦ୍ରୁତ ବୋଲର ପାଟ୍ରିକ ପାଟରସନ ଆର୍ଥିକ ଅଭାବ ସହ ସଂଘର୍ଷ କରୁଛନ୍ତି। ଏପରିକି ଦୁଇ ଓଳି ଖାଇବାକୁ ମଧ୍ୟ ତାଙ୍କ ପାଖରେ ଟଙ୍କା...

ବିନା ଦର୍ଶକରେ ଇଣ୍ଡିଆ ଓପନ୍‌ ବ୍ୟାଡମିଣ୍ଟନ ଖେଳାଯିବ

ନୂଆଦିଲ୍ଲୀ, ୧୪।୪(ପି.ଟି): ଆସନ୍ତା ମେ ୧୧ରୁ ୧୬ ତାରିଖ ମଧ୍ୟରେ ରୁଦ୍ଧ ଦ୍ୱାରରେ ଇଣ୍ଡିଆ ଓପନ ସୁପର ୫୦୦ ଇଭେଣ୍ଟ ଆୟୋଜନ ହେବ। ଅଲିମ୍ପିକ୍‌ ଚାମ୍ପିୟନ...

ମହିଳା କ୍ରିକେଟରଙ୍କୁ ଅସଦାଚରଣ ପରେ କୋଚ୍‌ ନିଲମ୍ବିତ

ନୂଆଦିଲ୍ଲୀ,୨୨।୩- ବରୋଦା କ୍ରିକେଟ ଆସୋସିଏଶନ (ବିସିଏ)ର ମହିଳା ଦଳର କୋଚ୍‌ ଅତୁଲ ବେଦାଦେଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିବା ପରେ ତାଙ୍କୁ ସସପେଣ୍ଡ କରାଯାଇଛି। ଭାରତ...

ଆଇଏଏଫ୍‌ ଦିବସ ପରେଡ୍‌ରେ ସଚିନ

ହିନଡନ, ୮।୧୦(ପି.ଟି.): ଦେଶର ପ୍ରଥମ କ୍ରୀଡ଼ାବିତ୍‌ ଭାବେ ଇଣ୍ଡିଆନ ଏୟାର ଫୋର୍ସ (ଆଇଏଏଫ୍‌) ଗ୍ରୁପ କ୍ୟାପଟେନ ପଦବୀ ପାଇଥିବା କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ମଙ୍ଗଳବାର...

ଏବେ ଖୋଲିବ ନାହିଁ ସ୍କୁଲ

ନୂଆଦିଲ୍ଲୀ,୨୮ ।୧୦: ଦୀର୍ଘ ପ୍ରାୟ ୬ ମାସ ହେବ ରାଜଧାନୀ ଦିଲ୍ଲୀରେ ସ୍କୁଲ ବନ୍ଦ ରହିଛି । ଆଶା କରାଯାଉଥିଲା କି ଦୂର୍ଗାପୂଜା ପରେ ହୁଏତ...

ହାରି ବି ଇତିହାସ ରଚିଲେ ଭବାନୀ ଦେବୀ

ଟୋକିଓ,୨୬।୭: ଟୋକିଓ ଅଲିମ୍ପିକ୍ସରେ ସୋମବାର ଚତୁର୍ଥ ଦିନ। କିନ୍ତୁ ପ୍ରତିଯୋଗିତା ଆଧାରରେ ଆଜି ତୃତୀୟ ଦିନ। ତେବେ ପ୍ରାରମ୍ଭିକ ମ୍ୟାଚ୍‌ ଗୁଡିକରେ ଭାରତୀୟ ଦଳ ଭଲ...

ସ୍ଥିତି ଅଣାୟତ୍ତ: ରେକର୍ଡ ଭାଙ୍ଗୁଛି କରୋନା

ନୂଆଦିଲ୍ଲୀ,୧୩।୪: ଦେଶରେ କରୋନାର ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨ ଲକ୍ଷ ମୁହାଁ ହେବାରେ ଲାଗିଛି। କରୋନା...

Advertisement
Ten Cric Info


Archives

Model This Week