ପରଦାରେ ବିଶ୍ୱରୂପ

ଆକ୍ସନଭିତ୍ତିକ ଓଡିଆ ସିନେମା ‘ବିଶ୍ୱରୂପ-ବର୍ନ ଟୁ ଫାଇଟ୍‌’ ଚଳିତ ମାସ ୧୩ ତାରିଖରେ ପରଦା ଉପରକୁ ଆସୁଛି। ଚଳଚ୍ଚିତ୍ରର ମେଲ୍‌ ଲିଡ୍‌ରେ ଅଭିନୟ କରିଥିବା କଳାକାରଙ୍କର ନାମ ଯାହା ଫିଲ୍ମର ଟାଇଟଲ ମଧ୍ୟ ସେଇଆ। ସେ ହେଲେ ବିଶ୍ୱରୂପ। କଥା କ’ଣ ଏହି ଫିଲ୍ମର ନାୟକ ସାଜିଛନ୍ତି ସେ। ଜଣେ ଫାଇଟର କିପରି ବିଭିନ୍ନ ପ୍ରକାର ଝଡ଼ଝଞ୍ଜାକୁ ସାମ୍‌ନା କରି ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହେଉଛି ତାହା ସିନେମାରେ ଦେଖିବାକୁ ମିଳିବ। ଏ.ବି. କ୍ରିଏସନ୍ସ ବ୍ୟାନରରେ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ବିଶ୍ୱଜିତ ମିଶ୍ର। ଅନ୍ୟପକ୍ଷରେ ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି ‘ପ୍ରେମ ନିଶା ନିଆରା ନିଆରା’, ‘ତୋ ପ୍ରେମରେ ପଡ଼ିଲା ପରେ’ ଏବଂ ‘ଚାଲ୍‌ ଟିକେ ପ୍ରେମ କରିବା’ର ନିର୍ଦ୍ଦେଶକ ସରୋଜ କାନ୍ତ। ମନୋରଞ୍ଜନ ଦାସ ସଂଳାପ ରଚନା କରିଥିବାବେଳେ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ବିଭୂତି ଭୂଷଣ ଗଡ଼ନାୟକ। ଏହି ଫିଲ୍ମରେ ବିଶ୍ୱରୂପଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ନବାଗତା ଅମ୍ରିତା। ଏହି ନୂଆ ଯୋଡି ବ୍ୟତୀତ ମନୋଜ ମିଶ୍ର, ତନୁଷ୍କା, ଶିବ୍‌, ରକ୍‌ ପାତ୍ର, ଶ୍ୱେତା ଆଚାର୍ଯ୍ୟ, ଜୟା ସ୍ବାମୀ, ଦେବୀ ବାରିକ, କାଳି ଏବଂ ଶିଶୁ କଳାକାର ଓମ୍‌। ତେବେ ଫିଲ୍ମଟି ଦର୍ଶକଙ୍କୁ କେତେ ଏଣ୍ଟରଟେନ କରୁଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

କର୍କଟରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ତାମିଲ ସିନେମାର ପ୍ରସିଦ୍ଧ ଅଭିନେତା ଥଭାସିଙ୍କର ସୋମବାର ରାତିରେ ମୃତ୍ୟୁ ଘଟିଛି। ଗତ କିଛି ଦିନ ହେବ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ...

ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଲେ ଅନୁଷ୍କା, ଲେଖିଲେ ଏମିତି କିଛି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା- ସ୍ବାମୀ ନିକ୍‌ ଜୋନାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ପ୍ରିୟଙ୍କା ଏବଂ ନିକ୍‌ ସରୋଗେସି ମାଧ୍ୟମରେ ନିକଟରେ...

ରିହାନା କିଣିଲେ ନୂଆ ଘର, ଦାମ୍‌ ଜାଣିଲେ…

ଭାରତରେ ଚାଲିଥିବା କିଷାନ ଆନ୍ଦୋଳନ ସମ୍ପର୍କରେ ଟୁଇଟ୍‌ କରି ଚର୍ଚ୍ଚାକୁ ଆସିଥିବା ଅନ୍ତର୍ଜାତୀୟ ପପ୍‌ ଷ୍ଟାର ରିହାନା ଏବେ ନିଜ ଘରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି।...

ଓଟିଟିରେ ରିଲିଜ୍‌ ହେବ ସାମନ୍ଥାଙ୍କ ଫିଲ୍ମ ‘ଯଶୋଦା’

ଦକ୍ଷିଣ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ଫିଲ୍ମ‘ଯଶୋଦା’ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଫିଲ୍ମଟି ରିଲିଜ୍‌ ହେବା ପରେ ଭଲ ପଦର୍ଶନ କରିଛି।...

ତିନି ବର୍ଷର ଡେଟିଂ ପରେ ଏବେ ଅଲଗା ହେବେ ଏହି ସିଲିବ୍ରିଟି କପୁଲ!

ମୁମ୍ବାଇ: ଅବଶ୍ୟ ସେଲିବ୍ରିଟିଙ୍କ ପାଇଁ ଏହା କିଛି ନୂଆ କଥା ନୁହେଁ । କିନ୍ତୁ ଦୀର୍ଘ ୩ ବର୍ଷର ଡେଟିଂ ପରେ ଏବେ କୁଆଡେ ଅଲଗା...

ବିରାଟ-ଅନୁଷ୍କାଙ୍କ ହେବ ଝିଅ!

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନୂଆବର୍ଷ ଏକ ଖୁସି ନେଇ ଆସିବ। କାରଣ ଖୁବ୍‌ଶୀଘ୍ର ଉଭୟ...

ଇମ୍ରାନ୍‌ଙ୍କ ନୂଆ ହିରୋଇନ୍‌, ପ୍ରଥମ ଥର ନଜର ଆସିବେ ହିନ୍ଦୀ ଫିଲ୍ମରେ

ଇମ୍ରାନ ହାସ୍‌ମୀଙ୍କୁ ଫ୍ୟାନ୍‌ମାନେ ବହୁତ ମିସ୍‌ କରୁଛନ୍ତି। କାରଣ ସେ ତାଙ୍କର ଆଗାମୀ ଫିଲ୍ମ ‘ଦ ବଡି’କୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ...

ଫିଲ୍ମ ‘ଶାବାଶ ମିଠୁ’ର ଟ୍ରେଲର ରିଲିଜ୍‌

ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ‘ମିତାଲି ରାଜ’ଙ୍କ ବାୟୋପିକ ‘ଶାବାଶ ମିଠୁ’ର ଟ୍ରେଲର ମୁକ୍ତିଲାଭ କରିଛି। ଭାରତୀୟ ମହିଳା ଟେଷ୍ଟ ଏବଂ ଦିନିକିଆ...

Advertisement
Archives

Model This Week