ପନିର ନୁରାନି

ପର୍ଯ୍ୟଟନ ସହର ପୁରୀରେ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଏ । ବଳିଆପଣ୍ଡାସ୍ଥିତ ହୋଟେଲ ଲକି ଇଣ୍ଡିଆ ରୟାଲ ହେରିଟେଜରେ ଗ୍ରାହକଙ୍କୁ ସୁସ୍ବାଦୁ ବ୍ୟଞ୍ଜନ ପ୍ରଦାନ କରାଯାଏ । ଏଠାରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ବେଳେ ଇଣ୍ଡିଆନ ଡିଶ୍‌ ପନିର ନୁରାନିର ବେଶ୍‌ ଚାହିଦା ରହିଛି । ଗୋଟିଏ ପ୍ଲେଟ୍‌ର ଦାମ୍‌ ୨୯୯ ଟଙ୍କା । ରେଷ୍ଟୁରାଣ୍ଟର ମୁଖ୍ୟ ସେଫ୍‌ ନିକୁ ବାରିକଙ୍କ ମୁହଁରୁ ଏହାର ପ୍ରସ୍ତୁତି ସମ୍ପର୍କରେ…

ଆବଶ୍ୟକ ସାମଗ୍ରୀ
ପନିର: ୧୦୦ ଗ୍ରାମ୍‌
ଗ୍ରୀନ୍‌ ମଟର: ୨୦ ଗ୍ରାମ୍‌
ମକା: ୨୦ ଗ୍ରାମ୍‌
କ୍ୟାପ୍‌ସିକମ୍‌: ୨୦ ଗ୍ରାମ୍‌
ଛତୁ: ୨୦ ଗ୍ରାମ୍‌
ଗୋଟା କାଜୁ: ୨୦ ଗ୍ରାମ୍‌
କିସ୍‌ମିସ୍‌: ୧୦ ଗ୍ରାମ୍‌
ଛେନା: ୧୦ ଗ୍ରାମ୍‌
ଅଦା: ୫ଗ୍ରାମ
ରସୁଣ: ୫ ଗ୍ରାମ୍‌
ଧନିଆଗୁଣ୍ଡ: ୫ ଗ୍ରାମ୍‌
ଗରମ ମସଲା: ୫ ଗ୍ରାମ୍‌
ବଟର: ୫ଗ୍ରାମ୍‌
ତେଲ: ୧୦ ଗ୍ରାମ୍‌
ଟମାଟୋ: ୧୦୦ ଗ୍ରାମ୍‌
ଲଙ୍କା ଗୁଣ୍ଡ: ୨ ଗ୍ରାମ୍‌
ହଳଦୀ ଗୁଣ୍ଡ: ୨ ଗ୍ରାମ୍‌
ଜିରା ଗୁଣ୍ଡ: ୨ ଗ୍ରାମ୍‌
କସ୍ତୁରୀ ମେଥି: ୨ ଗ୍ରାମ୍‌
ସ୍ବାଦ ଅନୁଯାୟୀ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ପନିରକୁ ପତଳା କରି କାଟିଦେବେ। ଏହାପରେ କାଜୁ, କିସ୍‌ମିସ, ମକା, ଗ୍ରୀନ ମଟର, ଛତୁ, କ୍ୟାପ୍‌ସିକମ୍‌କୁ ଛୋଟ, ଛୋଟ କରି କାଟି ଅଳ୍ପ ତେଲରେ ଭାଜିବେ। ଭଜା ସରିଲେ ସେଥିରେ ଛେନା ପକାଇ ମିଶାଇ ଦେବେ। ଏହି ଭଜା ମସଲାକୁ ପୂର୍ବରୁ କଟାଯାଇଥିବା ପନିର ଭିତରେ ପୂରାଇ ରୋଲ୍‌ କରନ୍ତୁ। ଏହାକୁ ଗୋଲ୍‌ ଗୋଲ୍‌ କରି କାଟନ୍ତୁ। ଏହାପରେ ଟମାଟୋ, କାଜୁ, ଅଦା, ରସୁଣକୁ ଭଲ ଭାବେ ପେଷ୍ଟ କରନ୍ତୁ। ନିଅଁ।ରେ ପ୍ୟାନ୍‌ ବସାଇ ଅଳ୍ପ ତେଲ ପକାନ୍ତୁ। ତେଲ ଗରମ ହୋଇଗଲା ପରେ ପୂର୍ବରୁ ବଟା ଯାଇଥିବା ପେଷ୍ଟକୁ ପକାଇ ପ୍ରାୟ ୨/୩ ମିନିଟ୍‌ ପର୍ଯ୍ୟନ୍ତ କଷିବାପରେ ସେଥିରେ ଟମାଟୋ ପେଷ୍ଟ, କାଜୁ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, କସ୍ତୁରୀ ମେଥି, ଧନିଆଗୁଣ୍ଡ ପକାଇ ଆଉ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ କଷନ୍ତୁ। ଗ୍ରେଭି ହୋଇଗଲା ପରେ ସେଥିରେ ଗରମ ମସଲା, ବଟର ଓ ସ୍ବାଦ ଅନୁସାରେ ଲୁଣ ପକାନ୍ତୁ। ଏହାପରେ ଗୋଟିଏ ପାତ୍ରରେ ସେହି ଗ୍ରେଭିକୁ ଢାଳନ୍ତୁ। ସେଥିରେ କଟା ହୋଇଥିବା ଗୋଲ ଗୋଲ ପନିରକୁ ସଜେଇ ରଖନ୍ତୁ ଏବଂ ସେଥିରେ ରେଡ୍‌ ଚେରି ଦେଇ ପରଷି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସିଙ୍କ୍‌ ସଫା କରିବାର ସରଳ ଉପାୟ

ସିଙ୍କ୍‌ର ଉପଯୁକ୍ତ ଯତ୍ନ ନ ନେଲେ ସେଥିରେ ଖାଦ୍ୟ ପଦାର୍ଥର ଅବଶିଷ୍ଟାଂଶ ଜମା ହୋଇ ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ। ତେବେ ଏହାକୁ ଦୂର କରିବାକୁ ନିମ୍ନୋକ୍ତ...

୧୦ ବର୍ଷ ପୂର୍ବରୁ ହାର୍ଟ ଆଟାକର ସତର୍କ ସୂଚନା ଦେବ ଏଆଇ ଜ୍ଞାନକୌଶଳ : ଗବେଷଣା ରିପୋର୍ଟ…

ଜେନେଭା,୪।୧୨ : ବିଶ୍ୱ ସୱାସ୍ଥ୍ୟ ସଂଗଠନ ଅନୁଯାୟୀ ହାର୍ଟ ଆଟାକ ସାରା ବିଶ୍ୱରେ ମୃତ୍ୟୁର ମୁଖ୍ୟ କାରଣ ପାଲଟିଛି। ଆକଳନ କରାଯାଏ ଯେ ହାର୍ଟ ଆଟାକ...

ପୁଷ୍ପର ସୌନ୍ଦର୍ଯ୍ୟରେ ଲୁକ୍କାୟିତ ବିଷ

”ଡାଫୋଡିଲ୍‌ର ଫଳ ଠିକ୍‌ ଦେଖିବାକୁ ପିଆଜ ପରି। ତେଣୁ ଏହା ଅନେକ ସମୟରେ ପିଆଜର ଭ୍ରମ ସୃଷ୍ଟି କରେ। ଏହି ଫଳରେ ସବୁଠାରୁ ଅଧିକ ଲାଇକୋରିନ୍‌...

ମହାତ୍ମା ଗାନ୍ଧୀ ଔଷଧୀୟ ଅରଣ୍ୟ

ଦିନକୁଦିନ ପୃଥିବୀପୃଷ୍ଠରୁ ଜଙ୍ଗଲ କ୍ଷୟ ହେଉଛି। ପରିବେଶ ସନ୍ତୁଳନରେ ସମସ୍ୟା ଉପୁଜୁଛି। ବୃକ୍ଷରୋପଣ ଓ ତା’ର ସୁରକ୍ଷା ଜରୁରୀ ହୋଇପଡ଼ିଛି। ଯାହାକୁ ଦୃଷ୍ଟିରେରଖି ଅନେlକ ଜଙ୍ଗଲ...

ଟିକା

”ଆବଶ୍ୟକ ଭୂତାଣୁ ବହୁ ପରିମାଣରେ ଉପଲବ୍ଧ ହେଲେ ହିଁ ବୃହତ୍‌ ଜନସଂଖ୍ୟାକୁ ଟିକା ଦିଆଯାଇପାରିବ। ତେଣୁ ବୈଜ୍ଞାନିକମାନେ କୃତ୍ରିମ ଉପାୟରେ ଏତାଦୃଶ ବହୁସଂଖ୍ୟକ ଭୂତାଣୁ ପରୀକ୍ଷାଗାରରେ...

କାଶ ଭଲକରେ ପାନ

ପାନକୁ ବିଭିନ୍ନ ଢଙ୍ଗରେ ଖିଆଯାଇଥାଏ। କେହି କେହି ଖାଲି ପାନ ସହ ଗୁଆ ଖାଇବାକୁ ପସନ୍ଦ କରନ୍ତି ତ ଆଉ କେହି ବିନା ଚୂନରେ ପାନ...

ବୁଦ୍ଧିମତ୍ତା ଓ ନିଦ୍ରା

ଆମେ ପ୍ରତିଦିନ ଅତିକମ୍‌ରେ ୬-୭ ଘଣ୍ଟା ଶୋଇବା ଦରକାର। ହେଲେ କେତେକଙ୍କ କ୍ଷେତ୍ରରେ ଏଥିରେ ତାରତମ୍ୟ ପରିଲକ୍ଷିତ ହୋଇଥାଏ। ତେବେ ଯଦି ଜଣେ ବ୍ୟକ୍ତି ଆବଶ୍ୟକ...

ବାସ୍ତୁ ଅନୁଯାୟୀ ଭୋଜନ କରିବାର ନିୟମ

ବାସ୍ତୁଶାସ୍ତ୍ରରେ ଭୋଜନ କରିବା ଲାଗି ନିର୍ଦ୍ଧାରିତ କେତୋଟି ନିୟମ ରହିଛି। ଯଦି ତାହାକୁ ମାନି ଉଚିତ୍‌ ଭାବେ ଭୋଜନ କରାଯାଏ, ତା’ହେଲେ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ...

Advertisement
Archives

Model This Week