ପଥରଚକଡା ପଞ୍ଚାୟତରେ କିଡ୍‌ନୀ ରୋଗ ଆତଙ୍କ: ୨ବର୍ଷରେ ଗଲାଣି ୪୦ରୁ ଊର୍ଦ୍ଧ୍ୱ ଜୀବନ, ଏବେ ଆକ୍ରାନ୍ତ ଅଛନ୍ତି ୫୦ରୁ ଅଧିକ

ଖଣ୍ଡପଡ଼ା,୨୮ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ଭାପୁର ବ୍ଲକ ପଥରଚକଡା ପଞ୍ଚାୟତର ମାଧପୁର ଓ ପଥରଚକଡା ଗ୍ରାମରେ ଗତ ୨ବର୍ଷ ମଧ୍ୟରେ ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି କିଡ୍‌ନୀ ରୋଗରେ ଜୀବନ ହାରିଛନ୍ତି। ଶନିବାର ମାଧପୁର ଗ୍ରାମର ଆଉ ଜଣେ ବ୍ୟକ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ ଆନନ୍ଦ ଚନ୍ଦ୍ର ରଣା(୫୮)ଙ୍କ ଏହି ରୋଗରେ ମୃତ୍ୟୁ ଘଟିଛି ା ଏବେ ମଧ୍ୟ ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆକ୍ରାନ୍ତ ହୋଇଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଦୂଷିତ ନଳକୂପ ପାଣି ବ୍ୟବହାର ଯୋଗୁ ରୋଗ ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଏହାର ପ୍ରତିକାର ନିମନ୍ତେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି ା
ପଥରଚକଡା ପଞ୍ଚାୟତର ମାଧପୁର ଓ ପଥରଚକଡା ଗ୍ରାମ ଭାପୁର ବ୍ଲକ ମୁଖ୍ୟାଳୟ ତଥା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ୧୮ କିଲୋମିଟର ଓ କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ୪ କିଲୋମିଟର ଦୂରରେ ଅବସ୍ଥିତ ା ମାଧପୁର ଗ୍ରାମର ଲୋକସଂଖ୍ୟା ୫ହଜାରରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ପଥରଚକଡା ଗ୍ରାମରେ ୧୫ଶହରୁ ଅଧିକ ଲୋକ ବାସ କରନ୍ତି। ପଥରଚକଡା ସରପଞ୍ଚ ତ୍ରିନାଥ ମୁଦୁଲିଙ୍କଠାରୁ ପ୍ରକାଶ ଯେ, ଗତ ୨ବର୍ଷ ମଧ୍ୟରେ ମାଧପୁର ଗ୍ରାମର ଫୁଲ ସାହୁ(୬୦), ଅପର୍ତ୍ତି ସାହୁଙ୍କ ସ୍ତ୍ରୀ, ଦୋଳ ମୁଦୁଲି(୫୫), ସତ୍ୟ ମୁଦୁଲି, ପ୍ରସନ୍ନ ସାହୁ, ଅନନ୍ତ ନାୟକ, ଦେବରାଜ ନାୟକ, ଦାଶରଥି ରଣା, ଗୋବର୍ଦ୍ଧନ ବେହେରା, ସଦାଶିବ ପୃଷ୍ଟି, ଫକୀର ସାହୁ, ପଦିଆ ମୁଦୁଲି, ମୁନା ମିଶ୍ର, ଅକ୍ରୂର ବେହେରା(୪୦), ସୁରେଶ ଚନ୍ଦ୍ର ଦାସ(୪୫), ବାସୁଦେବ ମୁଦୁଲି ଓ ଜୟ ପୃଷ୍ଟି ଏବଂ ପଥରଚକଡା ଗ୍ରାମ ଗଉଡ ସାହିର ବିଶ୍ୱନାଥ ଶତପଥି(୩୦), ଇନ୍ଦ୍ରମଣୀ ଡାଳୁଆ(୪୫), ନୟା ପ୍ରଧାନ(୩୫), ପରମାନନ୍ଦ ବେହେରା(୫୦), ନୂଆ ସାହିର ବିଶ୍ୱନାଥ ରାଉତ (୬୦), ପବିତ୍ର ପ୍ରଧାନ(୪୦), ସରୋଜିନି ପ୍ରଧାନ(୫୦), କାଳିଆ ସାହୁ(୫୫), ଗଉଡ ସାହିର ଗଙ୍ଗାଧର ଡାଳୁଆ (୫୩), ପ୍ରମୋଦ କୁମାର ବେହେରା(୩୫), ଦେବରାଜ ବେହେରା(୪୦), ଗୋଡି ସାହିର ଭାଗୀରଥି ପ୍ରଧାନ(୩୦), ବ୍ରଜବନ୍ଧୁ ଡାଳୁଆ(୬୦) ଓ ଚଷା ସାହିର କାଳନ୍ଦୀ ଚରଣ ସ୍ବାଇଁ(୬୦)ପ୍ରମୁଖ ୪୦ରୁ ଅଧିକ ବ୍ୟକ୍ତି କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଏବେ ମଧ୍ୟ ମାଧପୁର ଗ୍ରାମର ବିଶ୍ୱନାଥ ସାମଲ(୬୦), ବୈକୁଣ୍ଠ ସାମଲ(୬୫), ମାଗୁଣି ପୃଷ୍ଟି(୫୦), ତାରେଶ୍ୱର ମୁଦୁଲି(୬୦), ପ୍ରମୋଦ ନାୟକ(୩୬), ଅଶାନ୍ତି ବେହେରା(୪୦), କୁନ୍ତଳା ସାମଲ(୫୭), ଭଗବାନ ସାହୁ(୬୨), ଇନ୍ଦ୍ରମଣି ଦାସ(୬୦), ସହଦେବ ଦାସ(୪୦), ଗଣେଶ୍ୱର ହାତୀ(୪୭. ପଥରଚକଡା ଗ୍ରାମର ଅଶୋକ ବେହେରା, ଦାମୋଦର ଡ଼ାଳୁଆ(୬୨), ପ୍ରସନ୍ନ ରାଉତ(୪୫), କାଠିଆ ପ୍ରଧାନ(୫୩), ଦାସରଥି ସ୍ବାଇଁ (୬୦) ପ୍ରମୁଖ ୫୦ରୁ ଅଧିକ ଏହି ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଓ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସେ ସୂଚନା ଦେଇଛନ୍ତି ା ଏହାଛଡା ଏହି ରୋଗରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ସହାୟତା ନିମନ୍ତେ ଆବେଦନ କରାଯାଇଥିଲେ ମଧ୍ୟ ମିଳୁ ନ ଥିବା ଏବଂ ପୀଡିତ ବ୍ୟକ୍ତିମାନଙ୍କୁ ଚିକିତ୍ସାସେବା ଯୋଗାଇଦେବା ପାଇଁ ମୁଦୁଲି ଜିଲା ପ୍ରଶାସନକୁ ନିବେଦନ କରିଥିଲେ। ଏ ନେଇ ଗ୍ରାମବାସୀ ୨୦୧୮ ଜୁଲାଇ ୩୧ ତାରିଖରେ ରାସ୍ତାରୋକୋ କରିଥିଲେ। ସେ ସମୟରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ତଦନୁଯାୟୀ ଆକ୍ରାନ୍ତମାନେ ଚିକିତ୍ସା ସୁବିଧା ପାଉଥିଲେ ମଧ୍ୟ ରୋଗୀସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବାରୁ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ନଳକୂପ ପାଣି ବ୍ୟବହାର ଯୋଗୁ ଏହି ରୋଗ ବ୍ୟାପୁଥିବା ଗ୍ରାମବାସୀଙ୍କଠାରୁ ପ୍ରକାଶ। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପ୍ରକଳ୍ପ ପ୍ରତିଷ୍ଠା କରାଯାଇ ପଞ୍ଚାୟତବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ମାତ୍ର ଦୀର୍ଘ ଏକବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଗ୍ରାମବାସୀଙ୍କ ପକ୍ଷରୁ ତ୍ରିନାଥ ସାହୁ, ମାନସ କୁମାର ଷଡଙ୍ଗୀ, ଅବସରପ୍ରାପ୍ତ ଶିକ୍ଷକ ମହେଶ୍ୱର ସାହ, ସରପଞ୍ଚ ତ୍ରିନାଥ ମୁଦୁଲି ପ୍ରମୁଖ କ୍ଷୋଭର ସହ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଚିଙ୍ଗୁଡ଼ି ଘେରି ହେବ ଉଚ୍ଛେଦ

ମହାକାଳପଡ଼ା,୧୮ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଶାସନ ପେଟା ବନ ବିଭାଗ କାର୍ଯ୍ୟାଳୟ ସନ୍ନିକଟ ବଣପଡ଼ାଠାରେ ୬୪ ଏକର ପରିମିତ ଜମିରେ...

ସତ୍ୟପାଠରେ ତ୍ରୁଟି, ଦୁଇ ନାମାଙ୍କନ ନାକଚ

କେନ୍ଦୁଝର,୯ା୩(ସ୍ବ.ପ୍ର.):  ପୌର ନିର୍ବାଚନ ପାଇଁ ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ କରାଯାଇଛି। କେନ୍ଦୁଝରଗଡ଼ ପୌରପାଳିକାରେ ଦୁଇ ଜଣ ପ୍ରାର୍ଥିନୀଙ୍କ ନାମାଙ୍କନପତ୍ର ନାକଚ ହୋଇଥିବା ଜଣାପଡ଼ିଛି। ସତ୍ୟପାଠରେ ତ୍ରୁଟି...

ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ଓଡ଼ିଶା ଛୁଇଁଛି। ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀ ପ୍ରଭାବରେ ଦକ୍ଷିଣ ଓଡ଼ିଶାର...

ବିନା ଅନୁମତିରେ ବିଦ୍ୟୁତ୍‌ ସଂଯୋଗକୁ ବିରୋଧ: ଏନଜେନ ଜେଇ, ଲାଇନ ମ୍ୟାନ ଅଟକ

ବନ୍ତଳା, ୧୯ା୭(ଡି.ଏନ.ଏ.)-ଅନୁଗୋଳ ଜିଲା ବଡକେରା ବିଦ୍ୟୁତ୍‌ ସବଷ୍ଟେଶନ ଅଧୀନରେ ଥିବା ତୁମୁଣି ଭାଲିଆ ପାଳ ଗ୍ରାମରେ ଗ୍ରାମବାସୀଙ୍କ ଅଗୋଚରରେ ଏକ ଫେବ୍ରିକେଶନ ଦୋକାନକୁ ବିଦ୍ୟୁତ୍‌ ସଂଯୋଗ...

୪ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଅଟକ

ସଜନାଗଡ,୩୦।୧(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମଛୁଆ ଅଞ୍ଚଳରେ ଜଣେ ୪ ବର୍ଷୀୟା ନାବାଳିକାଙ୍କୁ ଚକୋଲେଟ୍‌ ପ୍ରଲୋଭନ ଦେଖାଇ...

ଯାଜପୁର ଜିଲାପାଳଙ୍କୁ ରିପୋର୍ଟ ତଲବ

ଯାଜପୁର ଅଫିସ,୪ା୬: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତର ନଗଡ଼ାରେ ୨୦୧୬ ଏପ୍ରିଲରେ ଅପପୁଷ୍ଟି କାରଣରୁ ୨୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି...

ରଥ ରଙ୍ଗକାମ ଆରମ୍ଭ

ପୁରୀ ଅଫିସ,୨୫।୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ରଥଖଳାରେ ପ୍ରଥମ ପର୍ଯ୍ୟାୟ ଭୂଇଁ ଖଞ୍ଜା ସରିବା ପରେ ରଥରେ ଛ’କାଠ ଉଠିଥିଲା। ଏବେ ଦ୍ୱିତୀୟ...

ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିବ ଏଲ୍‌ଇଡି ଡିସ୍‌ପ୍ଲେ

ବ୍ରହ୍ମପୁର ଅଫିସ୍‌,୯।୮: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ(ଏମ୍‌କେସିଜି) ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟଠାରେ ଦୁଇଟି ଏଲ୍‌ଇଡି ଡିସ୍‌ପ୍ଲେ ବୋର୍ଡ ଶୁକ୍ରବାର ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଯାଇଛି ।...

Advertisement
Archives

Model This Week