ପଥରଚକଡା ପଞ୍ଚାୟତରେ କିଡ୍‌ନୀ ରୋଗ ଆତଙ୍କ: ୨ବର୍ଷରେ ଗଲାଣି ୪୦ରୁ ଊର୍ଦ୍ଧ୍ୱ ଜୀବନ, ଏବେ ଆକ୍ରାନ୍ତ ଅଛନ୍ତି ୫୦ରୁ ଅଧିକ

ଖଣ୍ଡପଡ଼ା,୨୮ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ଭାପୁର ବ୍ଲକ ପଥରଚକଡା ପଞ୍ଚାୟତର ମାଧପୁର ଓ ପଥରଚକଡା ଗ୍ରାମରେ ଗତ ୨ବର୍ଷ ମଧ୍ୟରେ ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି କିଡ୍‌ନୀ ରୋଗରେ ଜୀବନ ହାରିଛନ୍ତି। ଶନିବାର ମାଧପୁର ଗ୍ରାମର ଆଉ ଜଣେ ବ୍ୟକ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ ଆନନ୍ଦ ଚନ୍ଦ୍ର ରଣା(୫୮)ଙ୍କ ଏହି ରୋଗରେ ମୃତ୍ୟୁ ଘଟିଛି ା ଏବେ ମଧ୍ୟ ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆକ୍ରାନ୍ତ ହୋଇଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଦୂଷିତ ନଳକୂପ ପାଣି ବ୍ୟବହାର ଯୋଗୁ ରୋଗ ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଏହାର ପ୍ରତିକାର ନିମନ୍ତେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି ା
ପଥରଚକଡା ପଞ୍ଚାୟତର ମାଧପୁର ଓ ପଥରଚକଡା ଗ୍ରାମ ଭାପୁର ବ୍ଲକ ମୁଖ୍ୟାଳୟ ତଥା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ୧୮ କିଲୋମିଟର ଓ କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ୪ କିଲୋମିଟର ଦୂରରେ ଅବସ୍ଥିତ ା ମାଧପୁର ଗ୍ରାମର ଲୋକସଂଖ୍ୟା ୫ହଜାରରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ପଥରଚକଡା ଗ୍ରାମରେ ୧୫ଶହରୁ ଅଧିକ ଲୋକ ବାସ କରନ୍ତି। ପଥରଚକଡା ସରପଞ୍ଚ ତ୍ରିନାଥ ମୁଦୁଲିଙ୍କଠାରୁ ପ୍ରକାଶ ଯେ, ଗତ ୨ବର୍ଷ ମଧ୍ୟରେ ମାଧପୁର ଗ୍ରାମର ଫୁଲ ସାହୁ(୬୦), ଅପର୍ତ୍ତି ସାହୁଙ୍କ ସ୍ତ୍ରୀ, ଦୋଳ ମୁଦୁଲି(୫୫), ସତ୍ୟ ମୁଦୁଲି, ପ୍ରସନ୍ନ ସାହୁ, ଅନନ୍ତ ନାୟକ, ଦେବରାଜ ନାୟକ, ଦାଶରଥି ରଣା, ଗୋବର୍ଦ୍ଧନ ବେହେରା, ସଦାଶିବ ପୃଷ୍ଟି, ଫକୀର ସାହୁ, ପଦିଆ ମୁଦୁଲି, ମୁନା ମିଶ୍ର, ଅକ୍ରୂର ବେହେରା(୪୦), ସୁରେଶ ଚନ୍ଦ୍ର ଦାସ(୪୫), ବାସୁଦେବ ମୁଦୁଲି ଓ ଜୟ ପୃଷ୍ଟି ଏବଂ ପଥରଚକଡା ଗ୍ରାମ ଗଉଡ ସାହିର ବିଶ୍ୱନାଥ ଶତପଥି(୩୦), ଇନ୍ଦ୍ରମଣୀ ଡାଳୁଆ(୪୫), ନୟା ପ୍ରଧାନ(୩୫), ପରମାନନ୍ଦ ବେହେରା(୫୦), ନୂଆ ସାହିର ବିଶ୍ୱନାଥ ରାଉତ (୬୦), ପବିତ୍ର ପ୍ରଧାନ(୪୦), ସରୋଜିନି ପ୍ରଧାନ(୫୦), କାଳିଆ ସାହୁ(୫୫), ଗଉଡ ସାହିର ଗଙ୍ଗାଧର ଡାଳୁଆ (୫୩), ପ୍ରମୋଦ କୁମାର ବେହେରା(୩୫), ଦେବରାଜ ବେହେରା(୪୦), ଗୋଡି ସାହିର ଭାଗୀରଥି ପ୍ରଧାନ(୩୦), ବ୍ରଜବନ୍ଧୁ ଡାଳୁଆ(୬୦) ଓ ଚଷା ସାହିର କାଳନ୍ଦୀ ଚରଣ ସ୍ବାଇଁ(୬୦)ପ୍ରମୁଖ ୪୦ରୁ ଅଧିକ ବ୍ୟକ୍ତି କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଏବେ ମଧ୍ୟ ମାଧପୁର ଗ୍ରାମର ବିଶ୍ୱନାଥ ସାମଲ(୬୦), ବୈକୁଣ୍ଠ ସାମଲ(୬୫), ମାଗୁଣି ପୃଷ୍ଟି(୫୦), ତାରେଶ୍ୱର ମୁଦୁଲି(୬୦), ପ୍ରମୋଦ ନାୟକ(୩୬), ଅଶାନ୍ତି ବେହେରା(୪୦), କୁନ୍ତଳା ସାମଲ(୫୭), ଭଗବାନ ସାହୁ(୬୨), ଇନ୍ଦ୍ରମଣି ଦାସ(୬୦), ସହଦେବ ଦାସ(୪୦), ଗଣେଶ୍ୱର ହାତୀ(୪୭. ପଥରଚକଡା ଗ୍ରାମର ଅଶୋକ ବେହେରା, ଦାମୋଦର ଡ଼ାଳୁଆ(୬୨), ପ୍ରସନ୍ନ ରାଉତ(୪୫), କାଠିଆ ପ୍ରଧାନ(୫୩), ଦାସରଥି ସ୍ବାଇଁ (୬୦) ପ୍ରମୁଖ ୫୦ରୁ ଅଧିକ ଏହି ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଓ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସେ ସୂଚନା ଦେଇଛନ୍ତି ା ଏହାଛଡା ଏହି ରୋଗରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ସହାୟତା ନିମନ୍ତେ ଆବେଦନ କରାଯାଇଥିଲେ ମଧ୍ୟ ମିଳୁ ନ ଥିବା ଏବଂ ପୀଡିତ ବ୍ୟକ୍ତିମାନଙ୍କୁ ଚିକିତ୍ସାସେବା ଯୋଗାଇଦେବା ପାଇଁ ମୁଦୁଲି ଜିଲା ପ୍ରଶାସନକୁ ନିବେଦନ କରିଥିଲେ। ଏ ନେଇ ଗ୍ରାମବାସୀ ୨୦୧୮ ଜୁଲାଇ ୩୧ ତାରିଖରେ ରାସ୍ତାରୋକୋ କରିଥିଲେ। ସେ ସମୟରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ତଦନୁଯାୟୀ ଆକ୍ରାନ୍ତମାନେ ଚିକିତ୍ସା ସୁବିଧା ପାଉଥିଲେ ମଧ୍ୟ ରୋଗୀସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବାରୁ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ନଳକୂପ ପାଣି ବ୍ୟବହାର ଯୋଗୁ ଏହି ରୋଗ ବ୍ୟାପୁଥିବା ଗ୍ରାମବାସୀଙ୍କଠାରୁ ପ୍ରକାଶ। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପ୍ରକଳ୍ପ ପ୍ରତିଷ୍ଠା କରାଯାଇ ପଞ୍ଚାୟତବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ମାତ୍ର ଦୀର୍ଘ ଏକବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଗ୍ରାମବାସୀଙ୍କ ପକ୍ଷରୁ ତ୍ରିନାଥ ସାହୁ, ମାନସ କୁମାର ଷଡଙ୍ଗୀ, ଅବସରପ୍ରାପ୍ତ ଶିକ୍ଷକ ମହେଶ୍ୱର ସାହ, ସରପଞ୍ଚ ତ୍ରିନାଥ ମୁଦୁଲି ପ୍ରମୁଖ କ୍ଷୋଭର ସହ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ଶୌଚ ପାଇଁ ପୋଖରୀକୁ ଯାଇ ବୁଡ଼ି ଯାଇଥିଲେ, ପାଣିରେ ଭାସିବା ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ବଡ଼ବନ୍ଧ ପୋଖରୀରେ ବୁଡ଼ି ଜଣେ…

ବିକାଶ ଧାରା ଓଡ଼ିଶା କାର୍ଯ୍ୟକ୍ରମ: ସମ୍ମାନୀତ ହେଲେ କଳାକାର, ସମାଜସେବୀ

ରିଷିଡା,୧୮।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଓ ଜିଲାର ବିଭିନ୍ନ ଅଞ୍ଚଳରେ ବିକାଶର ବାର୍ତ୍ତା ପହଞ୍ଚାଇବା ସହ ସରକାରଙ୍କ ସଫଳତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା…

‘ମୁଖ୍ୟମନ୍ତ୍ରୀ ବସ୍‌’ ଅଟକାଇ ଚାଳକଙ୍କୁ ଠେଙ୍ଗା ଦେଖାଇ ଧମକ: ଭିଡିଓ ଭାଇରାଲ୍‌ ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପ୍ରତାପଗିରି ଗ୍ରାମରେ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ (MBS) ଯୋଜନାରେ ଚାଲୁଥିବା ଏକ ସରକାରୀ…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ବରିଷ୍ଠ IPS ଦୟାଲ ଗଙ୍ଗଓ୍ବାର ସସ୍‌ପେଣ୍ଡ

ଭୁବନେଶ୍ୱର,୧୮।୬: ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ରାଜ୍ୟ ପୋଲିସ ବିଭାଗ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବରିଷ୍ଠ ଆଇପିଏସ (IPS) ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri