Posted inଜାତୀୟ

ପତ୍ନୀ, ପୁଅ ସହ ଜେଲ୍‌ ଗଲେ ଆଜମ

ରାମପୁର,୨୬।୨: ସମାଜବାଦୀ ପାର୍ଟି (ଏସ୍‌ପି)ର ଏମ୍‌ପି ଆଜମ ଖାଁ ତାଙ୍କ ପତ୍ନୀ ତଞ୍ଜୀନ ଫାତିମ ଓ ପୁଅ ଅବଦୁଲ୍ଲାହ ଆଜମ ଖାଁଙ୍କୁ ଜେଲ୍‌। ବୁଧବାର ରାମପୁରର ଏଡିଜେ-୬ କୋର୍ଟ ମାର୍ଚ୍ଚ ୨ ପର୍ଯ୍ୟନ୍ତ ସେମାନଙ୍କୁ ନ୍ୟାୟିକ ହାଜତକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ମାମଲାର ଆଗାମି ଶୁଣାଣି ମାର୍ଚ୍ଚ ୨ରେ କରାଯିବ। ସୂଚନାଯୋଗ୍ୟ, ଜାଲ ଜନ୍ମ ପ୍ରମାଣପତ୍ର ଦେବା ଅଭିଯୋଗରେ ଆଜମ ତାଙ୍କ ପତ୍ନୀ ଓ ପୁଅଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ସେମାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ମଧ୍ୟ ହୋଇଛି। ଏଥିସହ କୋର୍ଟରେ ହାଜର ହେବାକୁ ବାରମ୍ବାର ନୋଟିସ୍‌ ହେବା ସତ୍ତ୍ୱେ ମଧ୍ୟ ଆଜମ, ତଞ୍ଜୀନ ଓ ଅବଦୁଲ୍ଲାହ ହାଜର ହୋଇ ନ ଥିଲେ। ତେବେ ବୁଧବାର ହାଜର ହେବା ପରେ କୋର୍ଟ ଏହି ମାଲାର ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୭।୬: ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି ଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଇସ୍ତଫା ଦେବେ ଶିବରାଜ ସିଂ ଚୌହାନ: ଦିନେ-୨ଦିନ ଭିତରେ ହୋଇଯିବ ସ୍ପଷ୍ଟ

ଭୋପାଳ,୧୭।୬: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି କିମ୍ବା ଆସନ୍ତାକାଲି ବିଧାନସଭା ପଦରୁ ଇସ୍ତଫା ଦେଇପାରନ୍ତି। ସମ୍ବିଧାନରେ...

ଟ୍ରେନ୍‌ ଟ୍ରାଜେଡି: ୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା, ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା

ନୂଆଦି,୧୭ା୬: ବାହାନଗା ଟ୍ରେନ୍‌ ଟ୍ରାଜେଡି ମଣିଷ ମନରୁ ଲିଭି ନ ଥିବା ବେଳେ ସୋମବାର ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଏହି...

ମାନବୀୟ ତ୍ରୁଟିରୁ ଦାର୍ଜିଲିଂ ଟ୍ରେନ୍ ଦୁର୍ଘଟଣା: ରେଲୱେ ବୋର୍ଡ ସିଇଓ

ନୂଆଦିଲ୍ଲୀ,୧୭।୬: ସୋମବାର ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ, ୨୫ ଜଣ ଆହତ ହୋଇଛନ୍ତି। ତେବେ ଏହି ଦୁର୍ଘଟଣା ମାନବୀୟ...

ଏହି ଆସନରୁ ଇସ୍ତଫା ଦେବେ ରାହୁଲ ଗାନ୍ଧୀ! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୭।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ୱାୟନାଡ ଲୋକ ସଭା ଆସନରୁ ଇସ୍ତଫା ଦେଇପାରନ୍ତି ଏବଂ ରାଏବରେଲିରୁ ଏମପି ରହିବେ ବୋଲି କୁହାଯାଉଛି। ବର୍ତ୍ତମାନ...

ପଶ୍ଚିମବଙ୍ଗ ଟ୍ରେନ୍‌ ଟ୍ରାଜେଡି: ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୬: ସୋମବାର ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ...

ସରକାର ଯିବା ପରେ ଏବେବି କ୍ଷମତାପୂର୍ଣ୍ଣ BJD, ଭାଜପାକୁ…

ନୂଆଦିଲ୍ଲୀ, ୧୭।୬: ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏନ୍‌ଡିଏ ସମର୍ଥନରେ ସରକାର ଗଠନ କରିଛି । ଏହାଛଡ଼ା ଦଳ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡିକୁ...

ମୋଦି ସରକାରରେ ମନ୍ତ୍ରୀ ହେବାକୁ ସଫାସଫା ମନା କରିଦେଇଥିଲେ ଏହି ଭାଜପା ଏମ୍‌ପି: ଏବେ ଖୋଲିଲେ ଗୁମର

ନୂଆଦିଲ୍ଲୀ,୧୭।୬: ସମ୍ପ୍ରତି ଲୋକ ସଭା ନିର୍ବାଚନର ଫଳାଫଳ ପରେ ଦେଶରେ ଏନଡିଏ ସରକାର ଗଠନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୭୧ ଏମ୍‌ପି ମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri