ପଞ୍ଜାବରେ ଲକ୍‌ଡାଉନ ପ୍ରଭାବ : ୫୦% କମିଛି ଚାଷୀ ଆତ୍ମହତ୍ୟା

ଜଳନ୍ଧର,୧୨।୫: ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ସମସ୍ତ କ୍ଷେତ୍ର ପ୍ରଭାବିତ ହୋଇଛି। ପ୍ରାକୃତିକ ଦୁର୍ବିପାକର ଚିର ସହଚର ପାଲଟିଥିବା କୃଷି କ୍ଷେତ୍ର ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହିଁ। ଏହାସତ୍ତ୍ୱେ ଚାଷୀ ଭାଙ୍ଗି ଯାଇନାହିଁ। କୃଷି କ୍ଷେତ୍ରରେ କରୋନା କଟକଣା କୋହଳ କରାଯାଇଥିବାରୁ ଚାଷୀ ସବୁକିଛି ଭୁଲି ଯାଇ ଶସ୍ୟ ଉତ୍ପାଦନରେ ଲାଗି ପଡ଼ିଛି। ଯାହାକି ପଞ୍ଜାବରେ ଚଳିତବର୍ଷର ଚାଷୀ ଆତ୍ମହତ୍ୟା ହାରକୁ ଦେଖିଲେ ସହଜରେ ଅନୁମେୟ ହୋଇଯାଉଛି। କେନ୍ଦ୍ର ସରକାର ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ଲକ୍‌ଡାଉନ ଜାରି କରିଥିବାବେଳେ ଏହାର ୨ଦିନ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୨୩ରୁ ପଞ୍ଜାବ ରାଜ୍ୟ ସରକାର ରାଜ୍ୟରେ କର୍ଫ୍ୟୁ ଜାରି କରିଛନ୍ତି। ଏହାସତ୍ତ୍ୱେ ମାର୍ଚ୍ଚ ଓ ଏପ୍ରିଲରେ ରାଜ୍ୟରେ ଚାଷୀ ଆତ୍ମହତ୍ୟା ହାର ୫୦% ହ୍ରାସ ପାଇଥିବା ଜଣାପଡ଼ିଛି। ଲକ୍‌ଡାଉନ୍‌ ସମୟରେ ଚାଷୀଙ୍କ କାର୍ଯ୍ୟ ମନୋନିବେଶ ଆତ୍ମହତ୍ୟା ଭଳି କଠୋର ନିଷ୍ପତ୍ତିରୁ ଦୂରେଇ ରଖିବାରେ ସହାୟକ ହୋଇଥିବା ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ଲକ୍‌ଡାଉନ ଯୋଗୁ ଦେଶର ଅର୍ଥନୀତି ବିଗିଡ଼ି ଯାଇଛି। ଗତ ୩ବର୍ଷରେ ପଞ୍ଜାବରେ ଚାଷୀଙ୍କ କୃଷି ଋଣ ଛାଡ଼ ଓ ଋଣ ଖାତାରୁ ନାମ ହଟାଇବା ସତ୍ତ୍ୱେ ଚାଷୀମାନେ ଯେଉଁ ପରିମାଣରେ ଆତ୍ମହତ୍ୟା କରୁଥିଲେ ତାହା ଲକ୍‌ଡାଉନ ସମୟରେ ବହୁ ପରିମାଣରେ ହ୍ରାସ ପାଇଛି। ଚାଷୀ ଆତ୍ମହତ୍ୟା ସମ୍ପର୍କିତ ରିପୋର୍ଟ ସଂଗ୍ରହ କରୁଥିବା ଭାରତୀୟ କିଷାନ ୟୁନିୟନ(ବିକେୟୁ) ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଗତ ମାର୍ଚ୍ଚ ମାସରେ ୨୭ ଏବଂ ଏପ୍ରିଲ ମାସରେ ୧୬ ଜଣ ଚାଷୀ ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ଗତ ବର୍ଷ ମାର୍ଚ୍ଚ ମାସରେ ୫୦ ଏବଂ ଏପ୍ରିଲରେ ୪୧ଜଣ ଚାଷୀ ଆତ୍ମହତ୍ୟା କରିଥିଲେ। ଏପରି କି ୨୦୧୮ରେ ମାର୍ଚ୍ଚରେ ୫୦ ଏବଂ ଏପ୍ରିଲ୍‌ରେ ୩୦ଜଣ ଆତ୍ମହତ୍ୟା କରିଥିଲେ। ଚଳିତ ବର୍ଷ ଲକ୍‌ଡାଉନ ଯୋଗୁ ଚାଷୀ ମୃତ୍ୟୁ ହାର କମିଛି। ଯାହାକି ସମସ୍ତଙ୍କୁ ଆଶ୍ୱସ୍ତି କରିଛି ବୋଲି ବିକେୟୁ ନେତା ସୁଖପାଲ ସିଂ କହିଛନ୍ତି। ପଟିଆଲାସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟର ପୂର୍ବତନ ଅର୍ଥନୀତି ପ୍ରଫେସର ତଥା କୃଷି ବିଶେଷଜ୍ଞ ଜିଆନ ସିଂଙ୍କ କହିବା ହେଲା ଲକ୍‌ଡାଉନ ଯୋଗୁ କୃଷକମାନେ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଏକାଠି ହୋଇ ବା ଅନେକ କ୍ଷେତ୍ରରେ ସେମାନେ ଏକତ୍ରିତ ବିଭିନ୍ନ ପ୍ରସଙ୍ଗରେ ନିଷ୍ପତ୍ତି ନେଉଛନ୍ତି। ଚାଷ ପାଇଁ ଭଡ଼ାରେ ନେଇଥିବା ଜମିର ଦେୟ ଅନେକ ସମୟରେ ଅଧିକ ହୋଇଯାଉଥିବାରୁ ସେମାନଙ୍କ ଉପରେ ଋଣଭାର ଅଧିକ ହୋଇଯାଇଥାଏ। ତେଣୁ ଲକ୍‌ଡାଉନ ସମୟରେ ସେମାନଙ୍କ ସାମୂହିକ ଆଲୋଚନା ବା ଏକତ୍ରୀକରଣ ଯୋଗୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାରୁ ସେମାନଙ୍କୁ ବିରତ କରିଥାଇପାରେ ବୋଲି ଜିଆନ କହିଛନ୍ତି। ଏପରି କି ଲକ୍‌ଡାଉନ ଯୋଗୁ ଗହମ ଅମଳରେ ବିଳମ୍ବ ହୋଇଛି। ଏହାର କ୍ରୟ ଆସନ୍ତା ମାସ ୧୫ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଆନ ସୂଚନା ଦେଇଛନ୍ତି। ଦେଶରେ ଆବଶ୍ୟକ ହେଉଥିବା ଗହମରୁ ପଞ୍ଜାବ କେବଳ ୪୬% ପୂରଣ କରିଥାଏ। ଚାଷ ଜମି ଏବଂ ମଣ୍ଡିରେ ଶ୍ରମିକ ଅଭାବ ସତ୍ତ୍ୱେ ପଞ୍ଜାବରେ ଚଳିତବର୍ଷ ଏଯାବତ୍‌ ୧୧.୫ ନିୟୁତ ଟନ୍‌ ଗହମ ଉତ୍ପାଦନ ହୋଇସାରିଲାଣି। କେନ୍ଦ୍ରକୁ ୧୩.୫ନିୟୂୁତ ଟନ୍‌ ଗହମ ଯୋଗାଣ ଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri