ପଞ୍ଚମ ଜାତୀୟ ହସ୍ତତନ୍ତ ଦିବସ: ବୁଣାକାରଙ୍କୁ ମିଳିଲା ପରିଚୟ ପତ୍ର

ଭୁବନେଶ୍ୱର,୮ା୮(ବ୍ୟୁରୋ): ହସ୍ତତନ୍ତର ଆଦିଭୂମି ଭାବେ ଓଡ଼ିଶା ବିଶ୍ୱପ୍ରସିଦ୍ଧ। ହସ୍ତତନ୍ତ ଆମ ରାଜ୍ୟର ପାରମ୍ପରିକ ତଥା କୌଳିକ ବୃତ୍ତି। ଓଡ଼ିଶାର ‘ଇକତ’, ବୋମକାଇ, ଖଣ୍ଡୁଆ, ମାଣିଆବନ୍ଧ, ହବାସ୍‌ପୁରୀ, କୋଟପାଡ଼ ଓ ଟସର ଶାଢ଼ି ସାରା ବିଶ୍ୱରେ ପ୍ରସିଦ୍ଧ। ହସ୍ତତନ୍ତର ଉତ୍କର୍ଷ ଓ ବୁଣାକାରଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଅଙ୍ଗୀକାରବଦ୍ଧ ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କହିଛନ୍ତି। ବୁଧବାର ପଞ୍ଚମ ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ମୁଖ୍ୟଅତିଥିଭାବେ ଯୋଗଦେଇ ମନ୍ତ୍ରୀ ବୁଣାକାରଙ୍କୁ ପରିଚୟପତ୍ର ବଣ୍ଟନର ଶୁଭାରମ୍ଭ କରି କହିଲେ, ରାଜ୍ୟର ବୁଣାକାରଙ୍କ ପାଇଁ ବହୁବିଧ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଗତିଶୀଳ ହସ୍ତତନ୍ତ ନୀତି ପ୍ରଣୟନ ସହିତ ବୁଣାକାର ସହାୟତା ଯୋଜନା କାର୍ଯ୍ୟକାରୀ କରାଯାଉଛି। କେନ୍ଦୁଝରରେ ମହିଳା ବୁଣାକାର କେନ୍ଦ୍ର କାମ ଚାଲିଥିବାବେଳେ ତାହାକୁ ଖୁବ୍‌ଶୀଘ୍ର ଉଦ୍‌ଘାଟନ କରାଯିବ। ସେହିଭଳି ବରଗଡ଼ରେ ଚାଲିଥିବା ବୁଣାକାର ହାଟ ମଧ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଥିଲେ।
କେନ୍ଦ୍ର ସରକାରଙ୍କ ବୟନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହଯୋଗରେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ହସ୍ତତନ୍ତ ଉନ୍ନୟନ କମିଶନର ସଞ୍ଜୟ ରସ୍ତୋଗୀ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ। ସମ୍ମାନିତ ଅତିଥିଭାବେ କେନ୍ଦ୍ର ବୟନ ମନ୍ତ୍ରଣାଳୟ ସଚିବ ରବି କପୁର ଯୋଗଦେଇ କହିଲେ, ଭାରତରେ ଉଚ୍ଚକୋଟୀର ହସ୍ତତନ୍ତ ଦେଖିବାକୁ ମିଳେ। ଦେଶରେ ୪୦ ଲକ୍ଷ ପରିବାର ଏହା ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଜଡ଼ିତ। ଅଧିକରୁ ଅଧିକ ଯୁବଗୋଷ୍ଠୀଙ୍କୁ ହସ୍ତତନ୍ତ ପ୍ରତି ଆକୃଷ୍ଟ କରିବାକୁ ପ୍ରୟାସ କରାଯାଉଛି। ଉଭୟ କେନ୍ଦ୍ର ଓ ଓଡ଼ିଶା ସରକାର ମିଳିତ ଭାବେ ହସ୍ତତନ୍ତ ବୁଣାକାରଙ୍କ ଅଭିବୃଦ୍ଧି ନିମନ୍ତେ କାର୍ଯ୍ୟ କରିବେ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କମିଶନର ଶୁଭା ଶର୍ମା କହିଲେ, ଓଡ଼ିଶାର ପ୍ରାଚୀନ କଳାକୁ ବୁଣାକାରମାନେ ଆଗାମୀ ପିଢ଼ି ପାଇଁ ବଞ୍ଚାଇ ରଖିଛନ୍ତି। ରାଜ୍ୟରେ ହସ୍ତତନ୍ତ କାରିଗରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ହସ୍ତତନ୍ତ କ୍ଷେତ୍ରରେ ପୁରୁଷଙ୍କ ସହିତ ମହିଳାମାନେ କାନ୍ଧ ମିଳାଇ କାର୍ଯ୍ୟ କରୁଛନ୍ତି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନର ଆବଶ୍ୟକତା ରହିଛି ବୋଲି ସଚିବ କହିଥିଲେ।
ଏହି ଅବସରରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଦୁଇଜଣ ବୁଣାକାର ଗୋବର୍ଦ୍ଧନ ପାନିକା ଏବଂ ଚତୁର୍ଭୁଜ ମେହେର, ସନ୍ଥକବି ପୁରସ୍କାରପ୍ରାପ୍ତ କଳାବତୀ ମେହେର, ସ୍ବର୍ଣ୍ଣଲତା ମେହେର, ଶରତ କୁମାର ପାତ୍ର, ଭଗବାନ ମେହେର, ଦୟାଳୁ ମେହେର, ଭିକାରୀ ମେହେର, ମୁରଲୀ ମେହେର, ସୁରେନ୍ଦ୍ର ମେହେର, କ୍ଷେତ୍ରମୋହନ ମେହେର, ଶଶିଧର ମେହେର, ଶ୍ୟାମସୁନ୍ଦର କରଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଅତିଥିଙ୍କ ଦ୍ୱାରା ଚତୁର୍ଥ ସର୍ବଭାରତୀୟ ପରିସଂଖ୍ୟାନ ରିପୋର୍ଟ ଉନ୍ମୋଚିତ ହୋଇଥିଲା। ପ୍ୟାନ୍‌ ଇଣ୍ଡିଆ ଭିତ୍ତିରେ ବା ସର୍ବଭାରତୀୟସ୍ତରରେ ବୁଣାକାରଙ୍କୁ ପରିଚୟ ପତ୍ର ବଣ୍ଟନର ଶୁଭାରମ୍ଭ କରାଯାଇ ୫ ଜଣଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଏହାସହ ସୂତା ବ୍ୟାଙ୍କ୍‌ ଜମାଖାତା ବା ୟାର୍ନ ପାସ୍‌ବୁକ୍‌ ବଣ୍ଟନର ଶୁଭାରମ୍ଭ କରାଯାଇ ୫ ଜଣ ବୁଣାକାରଙ୍କୁ ପାସ୍‌ବୁକ୍‌ ବଣ୍ଟନ କରାଯାଇଥିଲା। ସେହିଭଳି ପାଞ୍ଚଜଣ ବୁଣାକାରଙ୍କୁ ମୁଦ୍ରାଋଣ ବଣ୍ଟନ କରାଯାଇଥିଲା। ୫ଜଣ ବୁଣାକାରଙ୍କୁ ସୋଲାର ଲାଇଟ୍‌ ୟୁନିଟ୍‌ ବଣ୍ଟନ ସହିତ ୫ ଜଣ ହିତାଧିକାରୀଙ୍କୁ ହସ୍ତତନ୍ତ ସମ୍ବର୍ଦ୍ଧନ ସହାୟତା ପ୍ରମାଣପତ୍ର, ୫ ଜଣ ହିତାଧିକାରୀଙ୍କୁ ୱାର୍କସେଡ୍‌ ନିର୍ମାଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟରୁ ପ୍ରାୟ ୧୦୫୦ ଜଣ ବୁଣାକାର ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

‘ମୋଦି ମୋତେ କହିଲେ ମୋ ପରେ ତୁମେ…’, ରାହୁଲଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍‌ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?