ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲା ବିଏମ୍‌ସି, ନିଷିଦ୍ଧାଞ୍ଚଳ ହେଲା ସୂର୍ଯ୍ୟନଗର

ଭୁବନେଶ୍ୱର, ୨ା୪(ବ୍ୟୁରୋ): ଭୁବନେଶ୍ୱରରୁ ବୁଧବାର ଚିହ୍ନଟ ହୋଇଥିବା ଓଡ଼ିଶାର ୫ମ କରୋନା ଆକ୍ରାନ୍ତଙ୍କ ପରିଚୟ ଲୋକଲୋଚନକୁ ଆଣିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ସେ ହେଲେ ପ୍ରଦୀପ୍ତ ଦଳବେହେରା। ୟୁନିଟ୍‌-୭ ଅନ୍ତର୍ଗତ ଓ୍ବାର୍ଡ ନଂ. ୪୬ସ୍ଥିତ ସୂର୍ଯ୍ୟନଗରର ପ୍ଲଟ୍‌ ନଂ.୩୭ରେ ରୁହନ୍ତି। ଜନହିତ ପାଇଁ ଆକ୍ରାନ୍ତଙ୍କ ପରିଚୟ ଜଣାଇବା ନିହାତି ଜରୁରୀ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ତେବେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିବା ସହ ଟୋଲ୍‌ ଫ୍ରି ନଂ.୧୦୪କୁ ଫୋନ୍‌ କରି ନିଜେ ନିଜର ନାମ ପଞ୍ଜୀକରଣ କରିବା ପାଇଁ କମିଶନର  ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ପ୍ରଦୀପ୍ତ ବିଗତ ଦିନରେ ବିଦେଶ ବା ଅନ୍ୟ ରାଜ୍ୟ ଗସ୍ତ କରିନାହାନ୍ତି। ଏହାସତ୍ତ୍ୱେ ସେ କରୋନାରେ ଆକ୍ରାନ୍ତ ଥିବା ସାମ୍ନାକୁ ଆସିଛି। ତେଣୁ ସଂକ୍ରମଣକୁ ଏଇଠୁ ରୋକିବା ଓ ଉକ୍ତ ଅଞ୍ଚଳର ଲୋକଙ୍କୁ ସଚେତନ କରିବା ପାଇଁ ବିଏମ୍‌ସି ଆକ୍ରାନ୍ତଙ୍କ ନାମ ଲୋକଲୋଚନକୁ ଆଣିଛି। ଲୋକେ ମଧ୍ୟ ସାବଧାନ ରୁହନ୍ତୁ। ଏଥିସହ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୂର୍ଯ୍ୟନଗର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ସଂଯୋଗ କରୁଥିବା ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥକୁ ବନ୍ଦ କରାଯାଇଛି। ଜୋନାଲ ଡେପୁଟି କମିଶନର ରବି ନାରାୟଣ ଜେଠିଙ୍କ ନେତୃତ୍ୱରେ ଗୋପବନ୍ଧୁ ଛକରୁ ଏଲ୍‌ଆଇସି ଛକ, ଏଲ୍‌ଆଇସି ଛକରୁ ଗଙ୍ଗନଗର ଛକ, ଗଙ୍ଗନଗର ଛକରୁ ଶିରିପୁର ଛକ ଓ ଶିରିପୁର ଛକରୁ ଗୋପବନ୍ଧୁ ଛକକୁ ସମ୍ପୂର୍ଣ୍ଣ ସିଲ୍‌ କରିଦିଆଯାଇଛି। ଲୋକେ ଭୟଭୀତ ନ ହୋଇ ସଚେତନ ରହି ବିଏମ୍‌ସିକୁ ସହଯୋଗ କରିବାକୁ କମିଶନର ନିବେଦନ କରିଛନ୍ତି। ଏପରି କି ଉକ୍ତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଖୋଲା ରହୁଥିବା ଦୋକାନ ଏବଂ ମଲ୍‌ ମଧ୍ୟ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

କମିଶନର କହିଛନ୍ତି, କୌଣସି ଲୋକେ ବାହାରକୁ ବାହାରିବେ ନାହିଁ। ସ୍ବତନ୍ତ୍ର ଭାବେ ଚିହ୍ନଟ କେତେଜଣ ବ୍ୟକ୍ତି ସମ୍ପୃକ୍ତ ଅଞ୍ଚଳରେ ସେବା ଯୋଗାଇବେ। ହେଲ୍ପଲାଇନ ନଂ.୧୯୨୯ରେ କଲ୍‌ କରି ବିଏମ୍‌ସିକୁ ଲୋକେ ସମସ୍ୟା ଜଣାନ୍ତୁ। ଲୋକଙ୍କୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଓ ସହାୟତା ଯୋଗାଇ ଦିଆଯିବ। ସେହିଭଳି ଏହି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଦୈନିକ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏନେଇ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଥିବାବେଳେ ସେମାନେ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବେ। ଏହାବ୍ୟତୀତ ଆକ୍ରାନ୍ତଙ୍କ ପରିବାରବର୍ଗଙ୍କୁ ଯଦି ଅନ୍ୟ କୌଣସି ବ୍ୟକ୍ତିବିଶେଷ ଅଣଦେଖା କିମ୍ବା ବାସନ୍ଦ କରିବାକୁ ପ୍ରୟାସ କରନ୍ତି ତା’ହେଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ଚୌଧାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ, କ୍ୟାମେରାରେ କଏଦ୍ ହେଲା ଦୃଶ୍ୟ

ଭୁବନେଶ୍ୱର,୨୯।୧୧: ଓଡିଶାରେ ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ। ରାଜ୍ୟରେ ଏବେ ବାଘ ଜନଗଣନା ଚାଲିଥିବା ବେଳେ କଲରା ପତରିଆ ବାଘର ରୋମାଞ୍ଚକର ଦୃଶ୍ୟ...

ସରକାରଙ୍କ ସହ ଆଲୋଚନା ସଫଳ, ବସ୍ ଧର୍ମଘଟ ପ୍ରତ୍ୟାହାର

ଭୁବନେଶ୍ୱର,୨୯।୧୧: ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହେବା ପରେ ବସ୍ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି ଅଲ ଓଡିଶା ଘରୋଇ ବସ ସଂଘ। ବୁଧବାର ସନ୍ଧ୍ୟାରେ...

ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଘରୁ ଲୁଟ

ହାଟଡିହୀ,୨୯।୧୧(ଶୁଭକାନ୍ତ ନାୟକ) କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ସୁନା ଦୋକାନୀ ଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟପାଟ ହୋଇଛି। ଥାନା ଅଧୀନ...

ରସୁଲଗଡ଼ରେ ଦୁର୍ଘଟଣା: ଜଣେ ମୃତ

ଭୁବନେଶ୍ବର,୨୯।୧୧: ଭୁବନେଶ୍ୱରର ରସୁଲଗଡ଼ ଛକ ନିକଟରେ ବୁଧବାର ଦୁର୍ଘଟଣା ଘଟିଛି। ଟ୍ରକ୍‌ ଚଢ଼ିଯିବାରୁ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।...

ସମ୍ଭାବ୍ୟ ବାତ୍ୟା ନେଇ ୭ ଜିଲାପାଳଙ୍କୁ ଏସ୍‌ଆରସିଙ୍କ ଚିଠି 

ଭୁବନେଶ୍ବର,୨୯।୧୧: ଆଣ୍ଡାମାନ ସାଗରର ଲଘୁଚାପ କ୍ଷେତ୍ର ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ମଙ୍ଗଳବାର...

ସୁଦୃଶ୍ୟ ହେଲା ଲଘୁଚାପ : ୧ରୁ ସମୁଦ୍ର ଅଶାନ୍ତ

ଭୁବନେଶ୍ୱର,୨୯।୯: ଆଣ୍ଡାମାନ ସାଗରର ଲଘୁଚାପ କ୍ଷେତ୍ର ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ତେବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ...

ଡିଲେଶ୍ୱର ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’

ଭୁବନେଶ୍ୱର,୨୯।୧୧(ଶର୍ମିଷ୍ଠା ପାଣିଗ୍ରାହୀ) : ଯୁବ ଗାଳ୍ପିକ ଡିଲେଶ୍ବର ରଣା ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୨୩’। କଳାହାଣ୍ଡି ମାଟିର ପୁଅ ଡିଲେଶ୍ବର ତାଙ୍କ ଲିଖିତ...

ସଡ଼କ ଦୁର୍ଘଟଣାରେ ଲାଗୁନି ବ୍ରେକ୍‌

ଭୁବନେଶ୍ୱର,୨୯।୧୧(ଅନିଲ ଦାସ): ସଡ଼କ ଦୁର୍ଘଟଣାରେ ଚାଲିଯାଉଛି ବହୁମୂଲ୍ୟ ଜୀବନ। ଉଜୁଡ଼ିଯାଉଛି ଘରସଂସାର। ଅନାଥ ହୋଇଯାଉଛନ୍ତି ପରିବାର। ରାଜ୍ୟରେ ସଡ଼କ ଦୁର୍ଘଟଣା ଏକ ବଡ଼ ସମସ୍ୟା ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri