Posted inରାଜ୍ୟ

ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ଶପଥ ଗ୍ରହଣ: ନୂଆ ମନ୍ତ୍ରୀଙ୍କୁ ‘ଟାଇମ୍‌’ ମନ୍ତ୍ର

ଭୁବନେଶ୍ୱର,୩୦ା୫(ବ୍ୟୁରୋ):ରାଜ୍ୟରେ ପୁଣିଥରେ ବିଜେଡି କ୍ଷମତାସୀନ ହୋଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇଛି। ମନ୍ତ୍ରୀମାନଙ୍କ ବିଭାଗ ମଧ୍ୟ ବଣ୍ଟନ ଶେଷ ହୋଇଛି। ବୁଧବାର ଅପରାହ୍ନରେ ସଚିବାଳୟଠାରେ ଅନୁଷ୍ଠିତ ନୂଆ ମନ୍ତ୍ରିମଣ୍ଡଳର ପ୍ରଥମ ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ସାଢ଼େ ୪କୋଟି ଲୋକ ଆଶୀର୍ବାଦ ଦେଇ ଆମକୁ ସେବା କରିବାର ସୁଯୋଗ ଦେଇଛନ୍ତି। ଏଭଳି ବିଶ୍ୱାସ ପାଇଁ ମୁଁ ଗଭୀର ଭାବେ ଓଡ଼ିଶାବାସୀଙ୍କ ନିକଟରେ ଋଣୀ। ଏବେ ଆଉ ଅପେକ୍ଷା କରିବାର ବେଳ ନାହିଁ। ସାଢ଼େ ୪କୋଟି ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ନିଷ୍ଠାର ସହ ପାଳନ କରିବାକୁ ହେବ। ଏଥିପାଇଁ ସମସ୍ତଙ୍କୁ ମିଳିମିଶି କଠିନ ପରିଶ୍ରମ କରିବାକୁ ପଡ଼ିବ। ପୂର୍ବରୁ ନବୀନ ୪-ଟି (ଟିମ୍‌ ଓ୍ବାର୍କ, ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି ଏବଂ ଟ୍ରାନ୍ସଫର୍ମେଶନ୍‌) ଉପରେ ଗୁରୁତ୍ୱ ଦେଇଆସୁଥିଲେ। ମାତ୍ର ପଞ୍ଚମ ପାଳିରେ ନବୀନ ଏଥିରେ ଆଉ ଗୋଟିଏ ଟି (ଟାଇମ୍‌) ଯୋଡ଼ିଛନ୍ତି। ଏଣିକି ଟିମ୍‌ ଓ୍ବାର୍କ, ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟ୍ରାନ୍ସଫର୍ମେଶନ୍‌ ପରେ ଟାଇମ୍‌ (୫-ଟି) ଅନୁଯାୟୀ କାର୍ଯ୍ୟ କରିବାକୁ ହେବ। ନିର୍ବାଚନ ସମୟରେ ଲୋକମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ନିଷ୍ଠାର ସହିତ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହି ଲକ୍ଷ୍ୟରେ କାମ କରିବା ପାଇଁ ନୂଆ ମନ୍ତ୍ରୀମାନଙ୍କୁ ସେ ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନର ଯୁବପିଢି ଦ୍ରୁତଗତିରେ ଆଗକୁ ବଢ଼ିବାକୁ ପସନ୍ଦ କରୁଛନ୍ତି। ଯଦି ବାତ୍ୟା ‘ଫନୀ’ ପୂର୍ବରୁ ନିର୍ଦ୍ଧାରିତ ସମୟରେ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇପାରି ନ ଥାଆନ୍ତା ତେବେ ଆଜି ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପ୍ରଶଂସିତ ହୋଇପାରି ନ ଥାଆନ୍ତା। ଏଥିସହିତ ୯୦ ଦିନରେ ଏସୀୟ କ୍ରୀଡ଼ା ଆୟୋଜନ କରିବା, ୩୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ମିଶନ ଶକ୍ତି ଗଠନ କରିବା, ପଟ ପରିବର୍ତ୍ତନ ଭଳି ଯୁଗାନ୍ତକାରୀ କାଳିଆ ଯୋଜନା ଘୋଷଣା ହେବାର ୧୫ ଦିନ ମଧ୍ୟରେ ଜାତୀୟସ୍ତରରେ ପ୍ରଶଂସିତ ହୋଇପାରି ନ ଥାଆନ୍ତା। ୩୦ ଦିନ ମଧ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଇପାରି ନ ଥାନ୍ତା। ଓଡ଼ିଶାର ଜନସାଧାରଣ ଏଭଳି ଶାସନ ପଦ୍ଧତିକୁ ପସନ୍ଦ କରିଛନ୍ତି।
ମନ୍ତ୍ରିମଣ୍ଡଳ ବୈଠକରେ ନିର୍ବାଚନୀ ଇସ୍ତାହାରକୁ ଅନୁମୋଦନ କରାଯାଇଛି। ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିକୁ କେତେ ପାଳନ କରାଯାଇଛି, ତାହା ବର୍ଷ ପରେ ଅର୍ଥାତ ୨୦୨୦ ମେ’ ୨୯ ତାରିଖରେ ଲୋକମାନଙ୍କ ଆଗରେ ରଖିବାକୁ ପଡ଼ିବ। ଏଥିପାଇଁ ମନ୍ତ୍ରୀମାନଙ୍କୁ ସେମାନଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ପରୋକ୍ଷରେ ଚେତାବନୀ ମଧ୍ୟ ଦେଇଛନ୍ତି। ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ମନ୍ତ୍ରୀମାନେ ଦିନରାତି କଠିନ ପରିଶ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ନୂଆ ଓ ସଶକ୍ତ ଓଡ଼ିଶା, ଯାହାକି ଦାରିଦ୍ର୍ୟକୁ ଅତୀତ ବୋଲି ଧରିବାକୁ ପଡ଼ିବ। ରାଜ୍ୟର ବିକାଶରେ ମହିଳା ଓ ଦୁର୍ବଳ ବର୍ଗଙ୍କ ସମାନ ଭାଗୀଦାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ନୂଆ ଓଡ଼ିଶା, ଯାହା ଯୁବଗୋଷ୍ଠୀଙ୍କ ସ୍ବପ୍ନକୁ ସାକାର କରିବା ଦିଗରେ ସହାୟକ ହେବ। ଓଡ଼ିଶା ସମୟ ଆସିଯାଇଛି ବୋଲି ବିଶ୍ୱବାସୀ ଜାଣିବା ଦରକାର। ଏଥିପାଇଁ ବର୍ତ୍ତମାନଠାରୁ କାର୍ଯ୍ୟ କରିବାର ସମୟ ଆରମ୍ଭ ହେଲା ବୋଲି ମୁଖ୍ୟମନ୍ତ୍ରୀ ନୂତନ ମନ୍ତ୍ରୀମାନଙ୍କୁ କାର୍ଯ୍ୟ କରିବାର ଶୈଳୀ ଶିଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିଷଦ ଦିଅ, ରାଜ୍ୟ ସଭା ନିଅ

ଭୁବନେଶ୍ୱର,୧୨।୧୦: ଓଡ଼ିଶାରେ ବିଧାନ ପରିଷଦ ଗଠନ କରିବା ସକାଶେ ଶାସକ ବିଜେଡି ସବୁ ପ୍ରକାର ପ୍ରସ୍ତୁତି ଶେଷ କରିସାରିଛି। ଏ ସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ...

ଶଟ୍‌ଡାଉନ୍‌ରେ ଅଣ୍ଡା, ମାଂସ ହୋମ୍‌ ଡେଲିଭରି କରିବ ଓପୋଲଫେଡ୍‌

ଭୁବନେଶ୍ୱର,୧୧।୭(ବ୍ୟୁରୋ)-କରୋନା ମହାମାରୀ ଯୋଗୁ ଭୁବନେଶ୍ୱର ମହାନଗର ଅଞ୍ଚଳ ପ୍ରତି ସପ୍ତାହରେ ଶନିବାର ଓ ରବିବାର ଶଟ୍‌ଡାଉନ୍‌ ରହୁଛି। ଦୁଇଦିନ ବନ୍ଦ ରହୁଥିବାରୁ ଲୋକେ ଆମିଷ ଖାଦ୍ୟ...

ଜଗା-କାଳିଆ ଅସ୍ତ୍ରୋପଚାର:‘ଲିମ୍‌କା ବୁକ୍‌’ରେ ସ୍ଥାନ ପାଇଲା

ଭୁବନେଶ୍ୱର,୧୩-୧୧(ବ୍ୟୁରୋ):କନ୍ଧମାଳ ଜିଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କଠାରେ ହୋଇଥିବା ଅସ୍ତ୍ରୋପଚାର ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ୍‌ସର ୨୦୨୦ ସଂସ୍କରଣ ପାଇଁ ସ୍ଥାନ ପାଇଛି। ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର...

ଖୁସି ନୁହନ୍ତି ଓଡ଼ିଶାବାସୀ

ଭୁବନେଶ୍ୱର(ବ୍ୟୁରୋ),୨୬।୯: କରୋନାରେ ଓଡ଼ିଆମାନେ ଖୁସି ନ ଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଶୁକ୍ରବାର ଇଣ୍ଡିଆ ହାପିନେସ୍‌ ରିପୋର୍ଟ-୨୦୨୦ ପ୍ରକାଶ ପାଇଥିବାବେଳେ ତାଲିକାର ସବୁଠାରୁ ଶେଷରେ ରହିଛି...

ରବିବାରଠାରୁ ରାଜଧାନୀ, କଟକର ସମସ୍ତ ପାର୍କ ବନ୍ଦ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ରାଜଧାନୀ ସମେତ କଟକର ସମସ୍ତ ପାର୍କ ବନ୍ଦ ରହିବ। ସରକାରୀ ଓ ଘରୋଇ ମାଲିକାନାରେ ଥିବା ସମସ୍ତ ପାର୍କ ରବିବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ...

ବଲାଙ୍ଗୀର ଜିଲା: ମେ ୧୦ରୁ ରବିଧାନ କିଣା

ବଲାଙ୍ଗୀର ଅଫିସ, ୨୭ା୪: ବଲାଙ୍ଗୀର ଜିଲାରେ ରବି ଧାନକ୍ରୟ ପ୍ରକ୍ରିୟା ଆସନ୍ତା ୧୦ତାରିଖଠାରୁ ଆରମ୍ଭ ହେବ। ଜିଲାସ୍ତରୀୟ ଧାନକ୍ରୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସ୍ଥାନୀୟ...

ସିଏମ୍‌ସି ଅଞ୍ଚଳରୁ ଆଉ ୧୨୫

କଟକ ଅଫିସ,୨୫।୮: କଟକ ମହାନଗର ନିଗମରୁ ମଙ୍ଗଳବାର ୧୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୪ କୁମ୍ଭାରସାହି କଣ୍ଟେନ୍‌ମେଣ୍ଟ ଅଞ୍ଚଳର ଥିବା ବେଳେ...

ସରକାରୀ ସ୍କୁଲ, ଅଙ୍ଗନଓ୍ବାଡି ଗୃହ ମରାମତି କରିବ ପଞ୍ଚାୟତ

ଭୁବନେଶ୍ୱର,୬-୯(ବ୍ୟୁରୋ):ଗ୍ରାମାଞ୍ଚଳରେ ଥିବା ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ସ୍କୁଲ ଏବଂ ଅଙ୍ଗନଓ୍ବାଡି ଗୃହ ମରାମତି ଓ ରକ୍ଷଣାବେକ୍ଷଣ କରିବ ଗ୍ରାମପଞ୍ଚାୟତ। ଏ ନେଇ ଏକ ନିର୍ଦ୍ଦେଶନାମା...

Play 250+ Trending Games
Archives

Model This Week

Why Dharitri